Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି କଳାକାର
Advertisement
Article Detail0/zeeodisha/odisha2592337

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି କଳାକାର

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ। ଅକାଳରେ ଚାଲିଗଲେ ଏ-ହି ଅଭିନେତା। ଜଣାଶୁଣା ଥିଏଟର ଆଟିଷ୍ଟ ବା କଳାକାର ଆଲୋକ ଚାଟାର୍ଜୀଙ୍କ ମୃତ୍ୟୁ ହୋଇଛି। ସ୍ବର୍ଗତ ଇରଫାନ୍ ଖାନଙ୍କ ପ୍ରିୟ ବନ୍ଧୁ ହେଉଛନ୍ତି ଆଲୋକ ଚାଟାର୍ଜୀ।  

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି କଳାକାର
Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ। ଅକାଳରେ ଚାଲିଗଲେ ଏ-ହି ଅଭିନେତା। ଜଣାଶୁଣା ଥିଏଟର ଆଟିଷ୍ଟ ବା କଳାକାର ଆଲୋକ ଚାଟାର୍ଜୀଙ୍କ ମୃତ୍ୟୁ ହୋଇଛି। ସ୍ବର୍ଗତ ଇରଫାନ୍ ଖାନଙ୍କ ପ୍ରିୟ ବନ୍ଧୁ ହେଉଛନ୍ତି ଆଲୋକ ଚାଟାର୍ଜୀ।  ଆଲୋକଙ୍କ ମୃତ୍ୟୁ ବେଳେ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ଯାହାକୁ ନେଇ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଫ୍ୟାନ୍ସମାନେ ଆଲୋକଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। 
 
 
 
ସୂଚନା ଅନୁସାରେ, ସୋମବାର ଦିନ ବିଳମ୍ବିତ ରାତିରେ ଆଲୋକ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ପରେ ପରିବାର ଲୋକେ ତାଙ୍କୁ ମେଡିକାଲ୍ ନେଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଶରୀରର ଏକାଧିକ ଅଙ୍ଗ କାମ କରୁ ନଥିଲା। ଫଳରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।  ଆଲୋକଙ୍କ ମୃତ୍ୟୁର ଖବର ଜଣାପଡିବା ପରେ ତାଙ୍କ ଭୋପାଳରେ ଥିବା ତାଙ୍କ ବାସଭବନ ସମ୍ମୁଖରେ ଶେଷ ଦର୍ଶନ ପାଇଁ ଭିଡ ବଢିଥିଲା। ଗତକାଲି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।
 
ଆଲୋକ ମଧ୍ୟପ୍ରଦେଶରେ ଥିବା ନ୍ୟାସନାଲ୍ ସ୍କୁଲ୍ ଅଫ ଡ୍ରାମାର ଛାତ୍ର ଥିଲେ। ୧୯୮୪ରୁ ୧୯୮୭ ପର୍ଯ୍ୟନ୍ତ ସ୍ବର୍ଗତ ଅଭିନେତା ଇରଫାନ୍ ଖାନ୍ ଙ୍କ ସହିତ ସେହି ସ୍କୁଲ୍ ରେ ସାଙ୍ଗ ହୋଇ ଗୋଟିଏ କ୍ଲାସ୍ ରେ ପଢୁଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା। କେବଳ ସେତିକି ନୁହେଁ,  ଆଲୋକ 
(National School of Drama) ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର  ଦ୍ବୀତିୟ ସ୍ବର୍ଣ୍ଣ ପଦକ ବିଜେତା ବା ଗୋଲ୍ଡ ମେଡାଲିଷ୍ଟ ଥିଲେ। ଏହାସହ ଏନଏସଡିର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ।  ଦିର୍ଘ ତିନି ବର୍ଷ ଧରି ଉଭୟ ମଂଚ ନାଟକ ଏକାଠି ହୋଇ କରୁଥିଲେ। ପରେ ଉଭୟ କ୍ୟାରିୟରରେ ଆଗକୁ ବଢିଥିଲେ। 
 
 
ଆଲୋକଙ୍କ ବିଷୟରେ କିଛି ଖାସ୍ କଥା :
 
ଆଲୋକ ଚାଟାର୍ଜୀ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ। ସେ ଏନଏସ୍-ଡିରେ ଡିଗ୍ରୀ ହାସଲ ପରେ ଥିଏଟରରେ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ୱିଲିୟମ ସେକସ୍ପିୟରଙ୍କ ଦ୍ୱାରା ଲିଖିତ 'A Midsummer Night's Dream' ଓ ଆର୍ଥର ମିଲରଙ୍କ ନାଟକ 'Death of a Salesman'ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିରେ ବହୁପ୍ରତିଭାର ଅଧିକାରୀ ଆଲୋକ। ଏହାସହ ସେ ୨୦୧୯ ମସିହାରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଠାରୁ ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାରରେ ସମ୍ମାନୀତ ହୋଇଥିଲେ।