Ameesha Patel : ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଗଦର ଗର୍ଲ, ଫ୍ୟାନ୍ସ ହେଲେ ଘାଇଲା
Advertisement
Article Detail0/zeeodisha/odisha1372982

Ameesha Patel : ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଗଦର ଗର୍ଲ, ଫ୍ୟାନ୍ସ ହେଲେ ଘାଇଲା

Actress Ameesha Patel : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ (Actress Ameesha Patel)। ନିଜ ଇନଷ୍ଚାଗ୍ରାମରେ ନିଜର ଏମିତି କିଛି ଭିଡିଓ ସେୟାର କରିଛନ୍ତି । ଯେଉଁଥି ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ବୋଲ୍ଡ ଭିଡିଓ ସୋସିଆଲ ମିଡିଆରେ ନିଆଁ ଲଗାଇଛି । 

ସୌଜନ୍ୟ : ସୋସିଆଲ ମିଡିଆ

Actress Ameesha Patel : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ (Actress Ameesha Patel)।   ସେ ତାଙ୍କ ଇନଷ୍ଚାଗ୍ରାମରେ ନିଜର ଏମିତି କିଛି ଭିଡିଓ ସେୟାର କରିଛନ୍ତି । ଯେଉଁଥି ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ବୋଲ୍ଡ ଭିଡିଓ ସୋସିଆଲ ମିଡିଆରେ ନିଆଁ ଲଗାଇଛି । ଯେଉଁଥିପାଇଁ କିଛି ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିଥିବା ବେଳେ ଆଉ କିଛି ଫ୍ୟାନ୍ସ ତାଙ୍କୁ ତାରିଫ୍ କରିଛନ୍ତି ।  ବର୍ତ୍ତମାନ ବାହାରିନରେ ଛୁଟି କାଟୁଛନ୍ତି ଅଭିନେତ୍ରୀ ଅମିଶା ପଟେଲ । ଯଦିଓ ସେ  ବି ଟାଉନରୁ ଦୂରେଇ ରହିଛନ୍ତି ହେଲେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଛନ୍ତି । ସେ ସବୁବେଳେ କିଛି ନା କିଛି  ନିଜର ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି।  ଛୁଟି ଦିନରେ କିଛି ବୋଲ୍ଟ ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି । ପ୍ରଥମ ଭିଡିଓରେ ସେ ଏକ ରେଡ କର୍ଲର ବିକିନି ପିନ୍ଧିଥିବା ବେଳେ ଏକ ଡେନିମ କର୍ଲର ଜ୍ୟାକେଟ ପିନ୍ଧିଛନ୍ତି । ଯେଉଁଥିରେ ସେ ହଟ୍ ଦିଶୁଛନ୍ତି । ଏ ଭିଡିଓରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଆସିଛି। ତାଙ୍କର ଜଣେ ପ୍ରଶଂସକ ଏ ଭିଡିଓରେ କମେଣ୍ଚ କରି ଲେଖିଛନ୍ତି ଯେ,  “ସି ଲୁକସ୍ ଷ୍ଟିଲ୍ ୟଙ୍ଗ”।

ଏ ଭିଡିଓରେ ଅନ୍ୟମାନେ ପୂର୍ବପରି ତାଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି । ଜଣେ ଫ୍ୟାନ୍ସ ତାଙ୍କୁ ଟ୍ରୋଲ୍ କରିଛନ୍ତି, ଆଉ ଲେଖିଛନ୍ତି , “ଆସରଫ ଅଲ୍ଲି ଆଜ୍ ଜିନ୍ଦା ହୋତା ତୋ ୟେ ଦେଖ୍ କର ମର ଯାତା ” । ଗଦର ଫିଲ୍ମରେ ଅସରଫ ଅଲ୍ଲୀର ଭୂମିକା ନିଭାଇଥିଲେ ଅମରେଶ ପୁରୀ । ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି ଯେ,“ ଗଦର ତୋ ଆପ୍ ମଚା ରହି ହୋ,” । ସେହିପରି ଆଉ ଜଣେ ଫ୍ୟାନ୍ସ କମେଣ୍ଟ କରି ଲେଖିଛନ୍ତି ଯେ, ବାସ କୋରୋ ୟେ ସବ ତମାଶା  ଏ କରନେସେ ଅବ କୁଛ୍ ନାହିଁ ହୋନେ ଓ୍ବାଲା” ।

 ଏହାବି ପଢନ୍ତୁ  : Box Office : ବିକ୍ରମ ବେଧାକୁ ଟକ୍କର ଦେବ ପୋନିୟିନ୍ ସେଲଭାନ୍, ନିଜ ଫିଲ୍ମକୁ ନେଇ କିଛି ଏମିତି ବୟାନ ଦେଲେ ହ୍ରିତିକ୍

 

 
 
 
 

 
 
 
 
 
 
 
 
 
 
 

A post shared by Ameesha Patel (@ameeshapatel9)

 

ଗତ କିଛି ଦିନ ତଳେ, ଜଣେ ପାକିସ୍ତାନୀ ଅଭିନେତା ଇମ୍ରାନ ଅବ୍ବାସ(Imran Abbas)ଙ୍କ ସହ ଅମିଶାଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।  ଇମ୍ରାନ ଅବ୍ବାସଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏ ଭିଡିଓଟି ସେୟାର ହୋଇଥିଲା । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଅମିଷା ଇମ୍ରାନ ଅବ୍ବାସ(Imran Abbas)ଙ୍କ ସହ ଏକ ରୋମାଣ୍ଟିକ୍ ଗୀତରେ ନଜର ଆସିଥିଲେ । ଏହି ଭିଡିଓରେ ସେ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା କ୍ରାନ୍ତି ଚଳଚ୍ଚିତ୍ରରୁ ‘ମୋହବତ୍ ୟେ ନେହିଁ ତୋ କୟା ହୈ’ ଗୀତରେ ଲିପସିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଅମିଶା ଓ ଇମ୍ରାନଙ୍କ ବିବାହ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।