BSE Odisha 10th Result 2022 Update: ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ କରିବେ ଏକ ବଡ ଘୋଷଣା
Advertisement
Article Detail0/zeeodisha/odisha1243294

BSE Odisha 10th Result 2022 Update: ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ କରିବେ ଏକ ବଡ ଘୋଷଣା

BSE Odisha 10th Result 2022 Update : ଜୁନ ସରିବାକୁ ଆଉ ମାତ୍ର ପାଞ୍ଚ ଦିନ ପୂର୍ବେ ମନ୍ତ୍ରୀ ବୟାନ ବଦଳାଇଛନ୍ତି। ଏଥର ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ (10th Results) ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ଏଥର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହିଁ ପରୀକ୍ଷାଫଳ ପ୍ରକାଶ ପାଇବ ନା ତାହା ପୁଣି ଥରେ ବଦଳିବ, ଯାହାକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ ଆଶଙ୍କାରେ ଅଛନ୍ତି। 

 

 

ଫାଇଲ ଫଟୋ

BSE Odisha 10th Result 2022 Update: ସୋମବାର ବିଧାନସଭାରେ ଏକ ବଡ ଘଷଣା ହୋଇପାରେ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରବିବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମାଟ୍ରିକ ପରୀକ୍ଷାଫଳ ପ୍ରକାଶର ସମସ୍ତ ପ୍ରକ୍ରିୟା ପ୍ରାୟ ଶେଷ ହୋଇଯାଇଛି। ତେବେ କେବେ ପରୀକ୍ଷାଫଳ ପ୍ରକାଶ ପାଇବ, ସୋମବାର ତାହାର ତାରିଖ ବିଧାନସଭାରେ ଘୋଷଣା କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ କେବେ ବାହାରିବ ତାହା ଆଜି ସ୍ପଷ୍ଟ ହୋଇପାରେ। ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ତାହାର ତାରିଖ ଘୋଷଣା କରିପାରନ୍ତି। ଦିନକୁ ଦିନ ବିଳମ୍ବ ହେଇଯାଉଥିବା ବେଳେ ପ୍ରଥମେ ଜୁନ ଶେଷ ସୁଦ୍ଧା ରେଜଲ୍ଟ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ। କିନ୍ତୁ ସପ୍ତାହେ ପୂର୍ବେ ସେହି ସମ୍ଭାବ୍ୟ ତାରିଖକୁ ଘୁଞ୍ଚାଇ ଜୁଲାଇ ପ୍ରଥମ ସପ୍ତାହରେ ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ (Matric Result) ପ୍ରକାଶ ପାଇବ ବୋଲି କହିଥିଲେ।

ଜୁନ ୨୫ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ (Samir Dash) କହିଥିଲେ ଯେ, ବର୍ତ୍ତମାନ ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ଫଳାଫଳ ଆସନ୍ତା ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ କହିଥିଲେ। ରାଜ୍ୟ ମନ୍ତ୍ରୀମଣ୍ତଳ ପୁନଃଗଠନ ପୂର୍ବରୁ ଚଳିତ ମାସ ୪ ତାରିଖରେ ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ ଯେ, ଜୁନ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ବାହାରିବ।

Also Read: BSE Odisha 10th Result 2022 : ଗଣଶିକ୍ଷା ମନ୍ତ୍ରୀଙ୍କ ୟୁ-ଟର୍ଣ୍ଣ! ଜୁନ ନୁହଁ ଏହି ମାସରେ ବାହାରିବ ମାଟ୍ରିକ ପରୀକ୍ଷାଫଳ

ଜୁନ ସରିବାକୁ ଆଉ ମାତ୍ର ପାଞ୍ଚ ଦିନ ପୂର୍ବେ ମନ୍ତ୍ରୀ ବୟାନ ବଦଳାଇଛନ୍ତି। ଏଥର ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ (10th Results) ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ଏଥର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହିଁ ପରୀକ୍ଷାଫଳ ପ୍ରକାଶ ପାଇବ ନା ତାହା ପୁଣି ଥରେ ବଦଳିବ, ଯାହାକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ ଆଶଙ୍କାରେ ଅଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଗଲେ ସମସ୍ତଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଲୋଚନା ହେଉଛି।

ଏଥର ପରୀକ୍ଷାଫଳକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ବୋର୍ଡ (BSE) ଉଦ୍ୟମ କରୁଛି। ଏଥିପାଇଁ ମାର୍କ ମିସ ମ୍ୟାଚକୁ ମଧ୍ୟ ସଂଶୋଧନ କରାଯାଇଛି। ଚଳିତବର୍ଷ ଏପ୍ରିଲ ୨୯ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇଥିଲା। ମୋଟ ୫ ଲକ୍ଷ ୩୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ମେ ୨୧ରୁ ଜୁନ ୨ ପର୍ଯ୍ୟନ୍ତ ମୋଟ ୫୩ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଛି। 

Also Read: BSE Odisha 10th Result 2022: ଏହି ଦିନ ବାହାରିପାରେ ମାଟ୍ରିକ ପରୀକ୍ଷାଫଳ

କେମିତି ଦେଖିବେ ଦଶମ ପରୀକ୍ଷା ଫଳ?

ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ: bseodisha.ac କିମ୍ବା orissaresults.nic.in ।
ମେନପେଜରେ ଲେଖା ହୋଇଥିବା ‘Odisha 10th result 2022 HSC'  ଉପରେ କ୍ଲିକ୍ କରନ୍ତୁ।
ସେଠାରେ 10th result 2022 ପେଜ୍ ଦେଖାଯିବ।
ଏବେ ସଠିକ୍ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଲେଖି ଲଗଇନ୍ କରନ୍ତୁ।
ତାପରେ 'Submit' ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ଦଶମ ଫଳାଫଳ ଦେଖାଯିବ।
ଭିବିଷ୍ୟତର ଆବଶ୍ୟକତା ପାଇଁ ଏହାକୁ ଡାଉନଲୋଡ କରି ଗୋଟିଏ କପି ପ୍ରିଣ୍ଟ୍ କରିନିଅନ୍ତୁ।