Strawberry Farming: ପାହାଡିଆ ଅଞ୍ଚଳରେ ଫଳୁଛି ବିଦେଶୀ ଫଳ, ଆଦିବାସୀଙ୍କୁ ଦେଖାଉଛି ରୋଜଗାରର ବାଟ
Advertisement
Article Detail0/zeeodisha/odisha1538332

Strawberry Farming: ପାହାଡିଆ ଅଞ୍ଚଳରେ ଫଳୁଛି ବିଦେଶୀ ଫଳ, ଆଦିବାସୀଙ୍କୁ ଦେଖାଉଛି ରୋଜଗାରର ବାଟ

Strawberry Farming: ବିବାଦୀୟ କୋଟିଆ ଅଞ୍ଚଳ । ଆପଣ ଭାବୁଥିବେ ନିଶ୍ଚୟେ ଏ ଅଞ୍ଚଳରେ ଫୁଣି ଥରେ ଆନ୍ଧ୍ରକୁ ନେଇ କୌଣସି ବିବାଦ ବୋଧେ ଦେଖାଦେଇଛି । କିନ୍ତୁ ନାଁ । କୋରାପୁଟ କୋଟିଆ ମାଟିରେ ଫଳିଛି ଲାଲ ଟହଟହ ଷ୍ଟ୍ରବେରୀ । ଦେଖିଲେ ଆଖି ଲାଗିଯାଉଛି । ନିଜେ ନ ଦେଖିଲେ ବିଶ୍ବାସ ମଧ୍ୟ କରି ହେବ ନାହିଁ । ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ହୋଇଛି କୋଟିଆର ଜଳବାୟୁ ।

Strawberry Farming: ପାହାଡିଆ ଅଞ୍ଚଳରେ ଫଳୁଛି ବିଦେଶୀ ଫଳ, ଆଦିବାସୀଙ୍କୁ ଦେଖାଉଛି ରୋଜଗାରର ବାଟ

Strawberry Farming: ବିବାଦୀୟ କୋଟିଆ ଅଞ୍ଚଳ । ଆପଣ ଭାବୁଥିବେ ନିଶ୍ଚୟେ ଏ ଅଞ୍ଚଳରେ ଫୁଣି ଥରେ ଆନ୍ଧ୍ରକୁ ନେଇ କୌଣସି ବିବାଦ ବୋଧେ ଦେଖାଦେଇଛି । କିନ୍ତୁ ନାଁ । କୋରାପୁଟ କୋଟିଆ ମାଟିରେ ଫଳିଛି ଲାଲ ଟହଟହ ଷ୍ଟ୍ରବେରୀ । ଦେଖିଲେ ଆଖି ଲାଗିଯାଉଛି । ନିଜେ ନ ଦେଖିଲେ ବିଶ୍ବାସ ମଧ୍ୟ କରି ହେବ ନାହିଁ । ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ହୋଇଛି କୋଟିଆର ଜଳବାୟୁ । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ  ହୋଇଥିଲା । ପ୍ରଥମେ କୋଟିଆ ପଞ୍ଚାୟତର ଦୋଲିଆମ୍ବ ଠାରେ ଗତ ବର୍ଷ ଏହି ଚାଷ ଆରମ୍ଭ କରାଗଲା। ଷ୍ଟ୍ରବେରୀ ଚାଷ ମାଧ୍ୟମରେ ବେଶ ଦି ପଇସା ରୋଜଗାର କରି ପାରିଲେ ଚାଷୀ। ଏହାକୁ ଦେଖି ଜାନିଗୁଡା  ଓ ଗାଲିଗାଵଦାରର ଚାଷୀ ମଧ୍ୟ ଷ୍ଟ୍ରବେରୀ ଚାଷ ପାଇଁ ଆଗ୍ରହ ଦେଖାଇଥିଲେ। ଗତ ଦୁଇ ମାସ ତଳେ ଚାରା ଲଗାଇଥିଲେ  ଏବେ ଫଳ ପାଚିବା ବି ଆରମ୍ଭ କଲାଣି।
 

କୋରାପୁଟ ଆଇଟିଡିଏ ପକ୍ଷରୁ ଚାଷୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ଏପରିକି ପୁଣେରୁ ଚାରା ଅଣାଯାଇ ଚାଷୀଙ୍କୁ ଦିଆ ଯାଉଛି। ଏହାବ୍ୟତୀତ ପଲିଥିନ,ପାଇପ, ପାଣି ଟ୍ୟାଙ୍କ ଆଦି ସମସ୍ତ ଆବଶ୍ୟକୀୟ ଜିନିଷ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ବେଳେ,ଚାଷୀ ନିଜର ପରିଶ୍ରମ ଓ ନିଜ ଜମିରେ ଏହି ଚାଷ କରି ବେଶ ସଫଳ ହୋଇ ହୋଇପାରିଛି। ଷ୍ଟ୍ରବେରୀ ଚାରା ରୋପଣର ଦୁଇ ରୁ ତିନି ମାସ ମଧ୍ୟରେ ଫଳ ଆସିଥିଲା । ଫଳ ପାଚି ଆସିଲେ ତୋଳଯିବ । ଏବଂ ସଂଗ୍ରହ କରାଯାଇ ଆଇଟିଡିଏ ତରଫରୁ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ୨୦୦ ଗ୍ରାମର ପ୍ଲାଷ୍ଟିକ ବକ୍ସରେ ରଖାଯାଇ ବିକ୍ରି ପାଇଁ ପଠାଯିବ।  ୨୦୦ ଗ୍ରାମ ଷ୍ଟ୍ରବେରୀକୁ ୧୦୦ ଟଙ୍କାରେ ବିକ୍ରି କରି ବେଶ ଲାଭବାନ ହୋଇ ପାରିଛନ୍ତି ଚାଷୀ। କୋଟିଆ ପଂଚାୟତ ର ୩ଟି ଗାଁରେ ପ୍ରାୟ ୨୦ ଏକର ଅଂଚଳରେ ଷ୍ଟ୍ରବେରୀ ଚାଷ କରା ଯାଇଥିବାବେଳେ, ଆଗକୁ ୫୦ ଏକର ଜମିରେ ଏହି ଚାଷ କରିବା ପାଇଁ ଲକ୍ଷ ରଖା ଯାଇଛି। 

ଏହାବି ପଢନ୍ତୁ : Sugarcane Farming: ହଜିବାକୁ ବସିଲାଣି ପରିଚୟ, ଲୋପ ପାଇଯିବ କି ଆଖୁ ଚାଷ? ଚିନ୍ତାରେ ଚାଷୀ

ଏହା ବ୍ୟତୀତ ଷ୍ଟ୍ରବେରୀ ଚାରା ପାଇଁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ବର୍ତ୍ତମାନ ଜାନିଗୁଡା ଓ ଗାଲିଗାଵଦାର ଠାରେ ହୋଇଥିବା ଷ୍ଟ୍ରବେରୀ ଗଛରୁ ପ୍ରାୟ ୪ରୁ ୫ ଟନ ଫଳ ସଂଗ୍ରହ କରାଯିବ ବୋଲି ଆଶା ରହିଛି । ଏହାକୁ ନେଇ ନର୍ସରି ପ୍ରସ୍ତୁତ ହେବ। ଏହି ଦୁଇଟି ଅଂଚଳରୁ ପ୍ରାୟ ଦେଢ଼ ଲକ୍ଷ ଚାରା ପ୍ରସ୍ତୁତ ହୋଇ ପାରିବ। ଫଳରେ ଚାଷୀକୁ ଚାରା ପାଇଁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ଆଇଟିଦିଏର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ କହିଛନ୍ତି। ଜୀବନ ଜୀବିକା ପାଇଁ ଷ୍ଟ୍ରବେରୀ ଚାଷ ଏକ ଉତ୍ତମ ସାଧନ ହୋଇଥିବାବେଳେ,ଆଗକୁ ଅଧିକରୁ ଅଧିକ ଚାଷୀ ଏଥିରେ ସାମିଲ ହୋଇ ନିଜ ନିଜର ଆର୍ଥିକ ମାନଦଣ୍ଡକୁ ସୁଧାରିବାରେ ସକ୍ଷମ ହୋଇ ପାରିବେ।

କୋରାପୁଟରୁ ନିରୋଜ ଶତପଥୀ, ଜି ଓଡିଶା ନ୍ୟୁଜ୍