Trending Photos
Balasor Bus Accident, ବାଲେଶ୍ୱର: ବେପରୁଆ ଡ୍ରାଇଭରଙ୍କ ପାଇଁ ଯାତ୍ରୀଙ୍କ ଜୀବନ ବାଜି ଲାଗୁଛି। ଦ୍ରୁତ ଗତି ଓ ଓଭରଟେକିଂ ପାଇଁ ନୀରିହ ଲୋକଙ୍କ ଜୀବନ ଯାଉଛି। ଜଳେଶ୍ଵରରୁ ବାଲେଶ୍ଵର ଯାଇଥିବା ୬୦ନଂ ଜାତୀୟ ରାଜପଥର ହଳଦୀପଦା ନିକଟରେ ଏକ ବସ ଦୁର୍ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡ଼କୁ ଓଲଟି ପଡିଛି। ଦୁର୍ଘଟଣାରେ ସାତ ଜଣ ଗୁରୁତର ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାନୁସାରେ, ଦୁର୍ଘଟଣାଗ୍ରସ୍ତ ବସର ନାମ ଜାଗା କାଳିଆ। ଏହା ଏକ ଘରୋଇ ବସ। ବୁଧବାର ବିଳମ୍ବିତ ରାତିରେ ୬୫ ଜଣ ଯାତ୍ରୀଙ୍କୁ ନେଇ ବସଟି କୋଲକାତାରୁ କେନ୍ଦ୍ରାପଡା ଯାଉଥିଲା। ହେଲେ ବାଲେଶ୍ୱରର ହଳଦୀପଦା ନିକଟରେ ୬୦ନଂ ଜାତୀୟ ରାଜପଥରେ ବସ ଓଲଟି ପଡିଥିଲା। ଖବର ପାଇଁ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛି। ସାତ ଗୁରୁତରଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି। ତେବେ ବିଳମ୍ବିତ ରାତିରେ ଡ୍ରାଇଭରକୁ ନିଦ ଆସିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି।
Also Read: Odisha Weather Today: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବାତ୍ୟାକୁ ନେଇ IMD କହିଲା....
ସେପଟେ, ସେହି ହଳଦୀପଦାରେ ଆଉ ଏକ ସଡକ ଦୁର୍ଘଟଣା ଘଟିଛି। ଓମିନିକୁ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କା ଦେଇଛି। ଫଳରେ ଓମିନିର ଡ୍ରାଇଭର ଗୁରୁତର ହୋଇଥିବା ବେଳେ ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। କଟକରୁ ରୋଗୀ ନେଇ ଓମିନିଟି ପଶ୍ଚିମବଙ୍ଗ ଫେରୁଥିଲା। ରାଜପଥ ପେଟ୍ରୋଲିଂ ଭ୍ୟାନ ସହିତ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି।