Minor girl died: ୨ ବର୍ଷର ଛୁଆକୁ ମା କୋଳରୁ ଟାଣିନେଲା ନଦୀ, ଗାଁରେ ହାହାକାର
Advertisement
Article Detail0/zeeodisha/odisha1336642

Minor girl died: ୨ ବର୍ଷର ଛୁଆକୁ ମା କୋଳରୁ ଟାଣିନେଲା ନଦୀ, ଗାଁରେ ହାହାକାର

 ଗୌଡ଼ପୁଟ ଜଗନ୍ନାଥ ସାହିର ନିଜ ମା ଶାନ୍ତିଲତା ବାରିକଙ୍କ ସହ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲା ଏହି ଶିଶୁକନ୍ୟା।

Minor girl died: ୨ ବର୍ଷର ଛୁଆକୁ ମା କୋଳରୁ ଟାଣିନେଲା ନଦୀ, ଗାଁରେ ହାହାକାର

Minor girl died: ନୟାଗଡ଼: ନଦୀରେ ଭାସିଗଲା 22 ମାସ ର ଶିଶୁ କନ୍ୟା। ଗାଧୋଇବା ବେଳେ ଅସାବଧାନତା କାରଣରୁ ଶିଶୁଟି ଭାସି ଯାଇଛି। ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଗୌଡ଼ପୁଟ ଗାଁ ଦୁଆଣ୍ଟ ନଦୀରେ ଭାସି ଯାଇ ଶିଶୁ ଟି ମୃତ୍ୟୁ ବରଣ କରିଛି। ମୃତ ଶିଶୁ କନ୍ୟା ହେଲେ ୨୨ ମାସର ଶ୍ରଦ୍ଧାଞ୍ଜଳି ବାରିକ। 

ମିଳିଥିବା ସୂଚନା ଅନୁସାରେ ଗୌଡ଼ପୁଟ ଜଗନ୍ନାଥ ସାହିର ନିଜ ମା ଶାନ୍ତିଲତା ବାରିକଙ୍କ ସହ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲା ଏହି ଶିଶୁକନ୍ୟା। କିନ୍ତୁ ଅସାବଧାନତାବଶତଃ ପିଲାଟି ମା ଶାନ୍ତିଲତାଙ୍କ ହାତରୁ ନଦୀରେ ଖସି ପଡି ଭାସି ଯାଇଥିଲା। ତେବେ ଶାନ୍ତିଲତା ବହୁତ ଖୋଜାଖୋଜି ପରେ ନ ପାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ମାନେ ଖୋଜାଖୋଜି ପରେ ୧୦୦ ମିଟର ଦୂର ଏକ ବ୍ରିଜରେ ପିଲାଟିକୁ ପାଇଥିଲେ l ତେବେ ଶିଶୁ କନ୍ୟା କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।