Terrorists attack: ମତଦାନ ବେଳେ ପାକିସ୍ତାନରେ ଆତଙ୍କୀ ଆକ୍ରମଣ, ଦୁଇ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2100603

Terrorists attack: ମତଦାନ ବେଳେ ପାକିସ୍ତାନରେ ଆତଙ୍କୀ ଆକ୍ରମଣ, ଦୁଇ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରେ ଆଜି ନୂତନ ସରକାର ଗଠନ ପାଇଁ ମତଦାନ ଚାଲିଥିବା ବେଳେ ଆତଙ୍କୀ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। ବେଲୁଚିସ୍ତାନରେ ପୋଲିସ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି। ଏହି ଆତଙ୍କୀ ଆକ୍ରମଣରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ବିସ୍ଫୋରଣ କରିଥିଲେ

Terrorists attack: ମତଦାନ ବେଳେ ପାକିସ୍ତାନରେ ଆତଙ୍କୀ ଆକ୍ରମଣ, ଦୁଇ ଜଣଙ୍କ ମୃତ୍ୟୁ

Terrorists attack: ନୂଆଦିଲ୍ଲୀ: ପାକିସ୍ତାନରେ ଆଜି ନୂତନ ସରକାର ଗଠନ ପାଇଁ ମତଦାନ ଚାଲିଥିବା ବେଳେ ଆତଙ୍କୀ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। ବେଲୁଚିସ୍ତାନରେ ପୋଲିସ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି। ଏହି ଆତଙ୍କୀ ଆକ୍ରମଣରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ପରେ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଗୁଳି ବର୍ଷା କରିଥିବା ଖବର ସାମ୍ନାକୁ ଆସିଛି। 

ଏହା ବ୍ୟତୀତ ଖୈବର ପଖତୁନଖୱାରେ ମଧ୍ୟ ବୋମାମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଠାରେ ଜଣଙ୍କର ମୃତ୍ୟୁ ଖବର ଅଛି। ଏଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସର ମୃତ୍ୟୁ ଘଟିଛି। ଏଥି ସହିତ ବେଲୁଚିସ୍ତାନରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା ଉଭୟ ବ୍ୟକ୍ତି ମଧ୍ୟ ସୁରକ୍ଷା ବାହିନୀର କର୍ମଚାରୀ ଥିଲେ। ବାଲୁଚିସ୍ତାନରେ ୯ ଜଣ ଆହତ ହୋଇଥିବା ସୂଚନା ମଧ୍ୟ ସାମ୍ନାକୁ ଆସିଛି। 

ଏଠାରେ କହି ରଖୁ କି ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ଡେରା ଇସମାଇଲ ଖାନରେ ଅବସ୍ଥିତ ଏକ ପୋଲିସ ଷ୍ଟେସନକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ମାରାତ୍ମକ ଆକ୍ରମଣରେ ୧୦ ଜଣ ପୋଲିସ କର୍ମୀ ପ୍ରାଣ ହରାଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ନିଶ୍ଚିତ ହୋଇଛନ୍ତି। ଏହି ଆତଙ୍କବାଦୀ ଘଟଣା ପାକିସ୍ତାନରେ ସକାଳ ପ୍ରାର୍ଥନା ପୂର୍ବରୁ ଦେଖିବାକୁ ମିଳିଥିଲା। ଏହି ଆକ୍ରମଣ ସମୟରେ ଆତଙ୍କବାଦୀମାନେ ପ୍ରଥମେ ସ୍ନାଇପର ଗୁଳିରେ ଆକ୍ରମଣ କରିଥିଲେ। ଏହା ପରେ ଚୌଧୱନ ପୋଲିସ ଷ୍ଟେସନରେ ପ୍ରବେଶ କରି ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ।