Layer 'promote rape culture': ଡିଓ ବିଜ୍ଞାପନ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର, ଜାଣନ୍ତୁ ପୁରା ଘଟଣା
Advertisement
Article Detail0/zeeodisha/odisha1207950

Layer 'promote rape culture': ଡିଓ ବିଜ୍ଞାପନ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର, ଜାଣନ୍ତୁ ପୁରା ଘଟଣା

ଡିଓର ଦୁଇଟି ବିଜ୍ଞାପନକୁ ନେଇ ବିବାଦ ଉପୁଜିଛି। ପ୍ରଥମ ବିଜ୍ଞାପନରେ ଗୋଟିଏ ସପିଂ ମଲର ଦୃଶ୍ୟ ରହିଛି। ଯେଉଁଠି ଚାରି ଜଣ ଯୁବକ ଗୋଟିଏ ବୋତଲ ସଟ୍ ଡିଓ କିଣିବା ନେଇ କଥାବାର୍ତ୍ତା ହେଉଛନ୍ତି।

ସୌ- ସୋସିଆଲ ମିଡିଆ

Layer 'promote rape culture' : ବିବାଦରେ Layerର 'Shot' deodorant ବିଜ୍ଞାପନ। ଶୁକ୍ରବାର ଏହି ବିଜ୍ଞାପନ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଡିଓର ବିଜ୍ଞାପନକୁ ସସ୍ପେଣ୍ଡ କରାଯାଇଛି ଓ ମାମଲାର ତଦନ୍ତ ଚାଲିଥିବା ସୂଚନା ମିଳିଛି।

ନିକଟରେ 'Shot' deodorant ବିଜ୍ଞାପନକୁ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲେ। ବିଜ୍ଞାପନ ବାହାନାରେ 'rape culture'କୁ ପ୍ରତ୍ସାହନ ଦିଆଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ମହଲରୁ ଆସୁଥିବା ଏହି ଅଭିଯୋଗ ଆଧାରରେ ଶୁକ୍ରବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ବିବାଦୀୟ ବିଜ୍ଞାପନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି।

Also Read: Shiv Vivah : ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ମନ୍ଦିର ପ୍ରଶାସନ-ସେବାୟତ ମୁହାଁମୁହିଁ

Layerର 'Shot' ଡିଓ ବିଜ୍ଞାପନର ପ୍ରସାରଣକୁ ବନ୍ଦ କରିଦିଆଯାଇଛି। ଏହା ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଭିଡିଓ ହଟାଇବାକୁ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଉଭୟ ୟୁଟ୍ୟୁବ ଓ ଟ୍ୱିଟରକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ କର୍ଯ୍ୟାନୁଷ୍ଠାନ ପୂର୍ବରୁ ଦିଲ୍ଲୀ ମହିଳା କମିଶନ, ବିଭାଗୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖି ବିଜ୍ଞାପନ ଅଫ ଏୟାର କରିବାକୁ କହିଥିଲା।

fallback

ଡିଓର ଦୁଇଟି ବିଜ୍ଞାପନକୁ ନେଇ ବିବାଦ ଉପୁଜିଛି। ପ୍ରଥମ ବିଜ୍ଞାପନରେ ଗୋଟିଏ ସପିଂ ମଲର ଦୃଶ୍ୟ ରହିଛି। ଯେଉଁଠି ଚାରି ଜଣ ଯୁବକ ଗୋଟିଏ ବୋତଲ ସଟ୍ ଡିଓ କିଣିବା ନେଇ କଥାବାର୍ତ୍ତା ହେଉଛନ୍ତି। କିନ୍ତୁ ସମାନ ସମୟରେ ସେଠାରେ ମାତ୍ର ଜଣେ ଯୁବତିଙ୍କୁ ମଧ୍ୟ ଦେଖାଉଛି। ତେବେ ବିଜ୍ଞପନରେ ଯୁବକମାନେ ଯେଉଁ ଶୈଳୀରେ ନିଜ ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି ଏବଂ ଶବ୍ଦ ବ୍ୟବହାର କରୁଛନ୍ତି ତହା ଅଶ୍ଳୀଳତାକୁ ଦର୍ଶାଉଛି।

ଦ୍ୱିତୀୟ ବିଜ୍ଞାପନଟି ଗୋଟିଏ କୋଠରୀ ଭିତରେ ସୁଟିଂ ହୋଇଛି। ଯେଉଁଠି ତିନ ଜଣ ଯୁବକ କବାଟ ଖୋଲି ହଠାତ ରୁମ ଭିତରେ ପ୍ରବେଶ କରୁଛନ୍ତି। ଆଉ ସେଠାରେ ଗୋଟିଏ ଖଟ ଉପରେ ପ୍ରେମିଯୁଗଳ ବସିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ବିଜ୍ଞାପନରେ ମଧ୍ୟ ସଟ୍ ଡିଓ ପାଇଁ ଦ୍ୱିଅର୍ଥବୋଧକ ଶବ୍ଦ ବ୍ୟବହାର କରାଯାଇଛି। ଯହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।