Today fuel Price : ତେଲ ଦର ୧.୫% କମିଲା, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି Petrol-Diesel rate?
Advertisement
Article Detail0/zeeodisha/odisha1217865

Today fuel Price : ତେଲ ଦର ୧.୫% କମିଲା, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି Petrol-Diesel rate?

ଦୈନିକ ସକାଳ ୬ଟାରେ BPCL, IOCL ଏବଂ HPCL ସହିତ ପବ୍ଲିକ୍ ସେକ୍ଟର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆନ୍ତର୍ଜାତୀୟ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଅନୁଯାୟୀ ଦୈନିକ ଇନ୍ଧନ ମୂଲ୍ୟ ସଂଶୋଧନ କରନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଯେକୌଣସି ପରିବର୍ତ୍ତନ ପ୍ରତିଦିନ ସକାଳ ୬ଟାରୁ ଲାଗୁ ହୁଏ।

ପ୍ରତିକାତ୍ମକ ଫଟୋ

Today fuel Price : ପାରମ୍ପାରିକ ଭାବେ ସୋମବାର ପୁଣି ଥରେ ତେଲ କମ୍ପାନୀ ଗୁଡିକ ସେମାନଙ୍କ ନୂଆ ତୈଳ ଦର ଜାରି କରିଛନ୍ତି। ତେବେ ଆଜି ମଧ୍ୟ ଦେଶରେ ପେଟ୍ରୋଲ, ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି। କିନ୍ତୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ଦେଢ଼ ପ୍ରତିଶତ ହ୍ରାସ ପାଇଛି। ଏହା ପରେ ମଧ୍ୟ ବ୍ୟାରେଲ ପିଛା ୧୨୦ ଡଲାରରେ କାରବାର ହେଉଛି। 

ଦୈନିକ ସକାଳ ୬ଟାରେ BPCL, IOCL ଏବଂ HPCL ସହିତ ପବ୍ଲିକ୍ ସେକ୍ଟର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆନ୍ତର୍ଜାତୀୟ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଅନୁଯାୟୀ ଦୈନିକ ଇନ୍ଧନ ମୂଲ୍ୟ ସଂଶୋଧନ କରନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଯେକୌଣସି ପରିବର୍ତ୍ତନ ପ୍ରତିଦିନ ସକାଳ ୬ଟାରୁ ଲାଗୁ ହୁଏ। ଭ୍ୟାଟ୍ କିମ୍ବା ମାଲ ପରିବହନ ପରି ସ୍ଥାନୀୟ ଟିକସ ହେତୁ ଖୁଚୁରା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ଠାରୁ ଭିନ୍ନ ହୋଇଥାଏ। ଚଳିତ ମାସ ଆରମ୍ଭରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ। ଏହାପରେ ଅନେକ ରାଜ୍ୟ ଭାଟ ହ୍ରାସ  କରିଥିଲେ, କିନ୍ତୁ ଓଡିଶା ସରକାର କରିନାହାନ୍ତି।

Also Read: ଦଶ ବର୍ଷର ରେକର୍ଡ ଭାଙ୍ଗିଲା ତୈଳ ଦର; ଜାଣନ୍ତୁ, ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ

ଦେଶର ଚାରୋଟି ମେଟ୍ରୋ ସହରରେ ତିନି ସପ୍ତାହରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (Petrol Diesel rate) ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ମାସରେ କେନ୍ଦ୍ର ସରକାର ଏବଂ କେତେକ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିଥିଲେ। ଯେଉଁଥିପାଇଁ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୯.୫ ଓ ୭ ଟଙ୍କା ହ୍ରାସ ହୋଇଥିଲା। ସୋମବାର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା ଓ ଡିଜେଲର ମୂଲ୍ୟ ୮୯.୬୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ୧୧୧.୩୫ ଟଙ୍କା ଓ ଡିଜେଲ ୯୭.୨୮ ଟଙ୍କାରେ ବିକ୍ରି ହେଉଛି। 

ସୂଚନାଯୋଗ୍ୟ,  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୨୦ ଡଲାରରୁ ଅଧିକ ଅଛି। ବ୍ରେଣ୍ଟ କ୍ରୁଡ ଅଏଲର ମୂଲ୍ୟ ବ୍ୟାରେଲ ପିଛା ୧୨୨.୧୭ ଡଲାରରେ କାରବାର କରୁଛି। ଆମେରିକାର ଅଶୋଧିତ ତୈଳ ବ୍ୟାରେଲ ପିଛା ୧୨୦.୬୩ ଡଲାରରେ ବିକ୍ରି ହେଉଛି। ତେଲ ଦରରେ ନିଆଁ ଲାଗାବାର ଅନେକ କାରଣ ଅଛି। ସେଥିମଧ୍ୟରୁ ଋଷ ଓ ୟୁକ୍ରେନ ଯୁଦ୍ଧ ଅନ୍ୟତମ। ଚୀନରେ ଲକଡାଉନ ଖୋଲିବାରୁ ବିଶ୍ୱର ଚାହିଦା ବୃଦ୍ଧି ପାଇଛି। ଅନ୍ୟଟି ହେଉଛି ଦୁନିଆର ତୃତୀୟ ବୃହତ୍ତମ ଅଶୋଧିତ ତୈଳ କମ୍ପାନୀ ଏହାର ମୂଲ୍ୟ ବୃଦ୍ଧି କରିଛି।

Also Read: IND vs SA T20I : ବାରବାଟୀରେ ନିରାଶ କଲା Team India, ୨-୦ରେ ଭ୍ରମଣକାରୀ ଦ.ଆଫ୍ରିକା ଆଗୁଆ

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।ଏଠାରେ ଚେକ୍ କରନ୍ତୁ- https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।