ଚଟାପଟ୍ ଫୋନ୍-ଲାପଟପ୍ ଚାର୍ଜ କରିବାକୁ ଖୋଜୁଛନ୍ତି କି ଉପାୟ ? 'ଛୋଟୁ' ପୂରଣ କରିବ ଆଶା
Advertisement
Article Detail0/zeeodisha/odisha1299976

ଚଟାପଟ୍ ଫୋନ୍-ଲାପଟପ୍ ଚାର୍ଜ କରିବାକୁ ଖୋଜୁଛନ୍ତି କି ଉପାୟ ? 'ଛୋଟୁ' ପୂରଣ କରିବ ଆଶା

କର୍ମବ୍ୟସ୍ତତା ମଧ୍ୟରେ ଲୋକମାନେ ଅନେକ ସମୟରେ ନିଜ ଡିଭାଇସ ଚାର୍ଜ କରିବାକୁ ଭୁଲିଯାଇଥାନ୍ତି ଏବଂ ଜରୁରୀ ସମୟରେ ଚାର୍ଜ ନଥିବା କାରଣରୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ । ଏପରି ସମୟରେ ଆଙ୍କର କମ୍ପାନି ପକ୍ଷରୁ ସମାଧାନର ବାଟ ବାହାର କରାଯାଇଛି । କମ୍ପାନି ପକ୍ଷରୁ ଲଞ୍ଚ ହୋଇଛି  'Anker 737 PowerCore 24K' ପାୱାର ବ୍ୟାଙ୍କ ।

ଚଟାପଟ୍ ଫୋନ୍-ଲାପଟପ୍ ଚାର୍ଜ କରିବାକୁ ଖୋଜୁଛନ୍ତି କି ଉପାୟ ? 'ଛୋଟୁ' ପୂରଣ କରିବ ଆଶା

ଆଜିକାଲିର ବ୍ୟସ୍ତତାପୂର୍ଣ୍ଣ ସମୟରେ ନିଜ ମୋବାଇଲ ଫୋନ ଓ ଲାପଟପ ଚାର୍ଜ କରିବା ଅନେକ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏଥିପାଇଁ ବଜାରରେ ଫାଷ୍ଟ ଚାର୍ଜିଂ ଆଡପ୍ଟର ଓ ପାୱାର ବ୍ୟାଙ୍କର ଚାହିଦା ବଢ଼ିବାରେ ଲାଗିଛି । କର୍ମବ୍ୟସ୍ତତା ମଧ୍ୟରେ ଲୋକମାନେ ଅନେକ ସମୟରେ ନିଜ ଡିଭାଇସ ଚାର୍ଜ କରିବାକୁ ଭୁଲିଯାଇଥାନ୍ତି ଏବଂ ଜରୁରୀ ସମୟରେ ଚାର୍ଜ ନଥିବା କାରଣରୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ । ଏପରି ସମୟରେ ଆଙ୍କର କମ୍ପାନି ପକ୍ଷରୁ ସମାଧାନର ବାଟ ବାହାର କରାଯାଇଛି । କମ୍ପାନି ପକ୍ଷରୁ ଲଞ୍ଚ ହୋଇଛି  'Anker 737 PowerCore 24K' ପାୱାର ବ୍ୟାଙ୍କ । ଯାହା ବର୍ତ୍ତମାନ ସମୟରେ ଉପଲବ୍ଧ ଥିବା ସମସ୍ତ ପାୱାର ବ୍ୟାଙ୍କ୍ ଠାରୁ ସୁପର ଫାଷ୍ଟ ସ୍ପିଡରେ ଚାର୍ଜ କରିବାକୁ ସକ୍ଷମ ହୋଇଥିବା ଦାବି କରିଛି କମ୍ପାନି । 

ଆକାରରେ ବହୁତ ଛୋଟ ପାୱାର ବ୍ୟାଙ୍କ୍ 'Anker 737 PowerCore 24K' ଲଞ୍ଚ୍ ହୋଇଛି । ଏହା ଦେଖିବାକୁ ଖୁବ ଛୋଟ ହୋଇଥିଲେ ବି ଲାପଟପ ଓ ମୋବାଇଲ ଫୋନକୁ ଖୁବଶୀଘ୍ର ଚାର୍ଜ କରିପାରୁଛି । 24000mAh କ୍ୟାପାସିଟି ଯୁକ୍ତ ନୂଆ ଆଙ୍କର ୭୩୭ ପାୱାର କୋର ୨୪K ପାୱାର ବ୍ୟାଙ୍କ ୧୪୦W ପର୍ଯ୍ୟନ୍ତ ବାୟ-ଡାୟରେକ୍ସଲ ଚାର୍ଜିଂ ସପୋର୍ଟ କରୁଛି । ଯାହା ଲାଟେଷ୍ଟ ସ୍ମାର୍ଟଫୋନ ଓ ଲାପଟପ୍ ଗୁଡ଼ିକୁ ଅନ୍ୟ ଚାର୍ଜର ତୁଳନାରେ ୭ ଗୁଣ ଦ୍ରୁତ ବେଗରେ ଚାର୍ଜ କରିପାରୁଛି । ସବୁଠାରୁ ବଡ଼ କଥା ହେଉଛି ନୂଆ ପାୱାର ବ୍ୟାଙ୍କରେ କଲର ଡିସପ୍ଲେ ରହିଛି । ଯେଉଁଥିରେ ଡିଭାଇସ୍ ଚାର୍ଜିଂ ଓ କ୍ଷମତା ସମ୍ପର୍କିତ ସମସ୍ତ ତଥ୍ୟ ଡିସପ୍ଲେ ହେଉଛି । ଏଥିରେ ଏକ ସମୟରେ ୨ଟି USB-Type-C ଓ ଗୋଟିଏ USB-Type-A ଯୁକ୍ତ ଡିଭାଇସ ଚାର୍ଜ ହୋଇପାରିବ । 

Anker 737 ପାୱାର ବ୍ୟାଙ୍କର ମୂଲ୍ୟ ଓ ଉପଲବ୍ଧତା

ଆଙ୍କର ୭୩୭ ପାୱାରକୋର ୨୪K ବର୍ତ୍ତମାନ କେବଳ ୟୁଏସ ସହିତ ଅଳ୍ପକିଛି ମେଗାମାର୍ଟରେ ଉପଲବ୍ଧ ରହିଛି । ଏହାର ବଜାର ମୂଲ୍ୟ $149 (ପ୍ରାୟ ୧୨,୦୦୦ ଟଙ୍କା) ରହିଛି । ଏହାସହିତ ଆପଣ ଚାହିଁଲେ ଆଙ୍କର କମ୍ପାନି ସାଇଟରୁ ସିଧାସଳଖ ପାୱାର ବ୍ୟାଙ୍କ୍ କ୍ରୟ କରିପାରିବେ । ଏବେ ଏହା କେବଳ କଳା ରଙ୍ଗରେ ଉବଲବ୍ଧ ହୋଇଛି । ଆଙ୍କର ଭାରତରେ ୭୩୭ ପାୱାର ବ୍ୟାଙ୍କ ପାୱାରକୋର ୨୪K ଲଞ୍ଚ କରିବ କି ନାହିଁ, ଏନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । 

Anker 737 ପାୱାର ବ୍ୟାଙ୍କର ବୈଶିଷ୍ଟ୍ୟ 

ଆଙ୍କର ୭୩୭ ପାୱାରକୋର ୨୪Kରେ  ୨୪,୦୦୦mAh ବ୍ୟାଟେରୀ କ୍ୟାପାସିଟି ରହିଛି । ଏଥିରେ ଦୁଇଟି ୟୁଏସବି ଟାଇପ ସି ଓ ଗୋଟିଏ ଟାଇପ ଏ ପୋର୍ଟ ରହିଛି । GaN (ଗେଲିୟମ ନାଇଡ୍ରାଇଡ) ପାୱାର ବ୍ୟାଙ୍କରେ  ପାୱାର ଡେଲିଭରୀ ୩.୧ କମ୍ପାଟେବଲ ରହିଛି, ଏହାଫଳରେ ଆପଣ ଫାଷ୍ଟ ଚାର୍ଜିଂର ଲାଭ ଉଠାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ PD ୩.୧-କମ୍ପାଟେବଲ କେବୁଲ କ୍ରୟ କରିବାକୁ ପଡ଼ିବ । ଅଫିସିଆଲ ସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ପାୱାର ବ୍ୟାଙ୍କରେ ଏକକାଳୀନ ୩ଟି ଡିଭାଇସ ଚାର୍ଜ ହୋଇପାରିବ । ଗୋଟିଏ ଥର ଫୁଲ ଚାର୍ଜ ହେବା ପରେ ଏଥିରେ iPhone 13 କୁ ୪.୯ ଥର, Samsung Salaxy S22କୁ ୪.୫ ଥର ଓ  Macbook Air 2020 (M1)କୁ ୧.୩ ଥର ଚାର୍ଜ କରିପାରିବ । କମ୍ପାନି ପକ୍ଷରୁ ହୋଇଥିବା ଦାବି ଅନୁସାରେ ଅନ୍ୟ ଷ୍ଟାଣ୍ଡାର୍ଡ ପୋର୍ଟେବଲ ଚାର୍ଜର ତୁଳନାରେ ଏହା ୭ ଗୁଣ ଦ୍ରୁତ ଗତିରେ ଡିଭାଇସକୁ ଚାର୍ଜ କରିପାରିବ ।