Anubhav And Varsha: ଆରମ୍ଭ ହେଲା ଟ୍ୱିଟର କଳି, ବର୍ଷାଙ୍କୁ ହାତଯୋଡ଼ି ଅନୁଭବ କହିଲେ...
Advertisement
Article Detail0/zeeodisha/odisha1609788

Anubhav And Varsha: ଆରମ୍ଭ ହେଲା ଟ୍ୱିଟର କଳି, ବର୍ଷାଙ୍କୁ ହାତଯୋଡ଼ି ଅନୁଭବ କହିଲେ...

Anubhav And Varsha News In Odia: ବିଗତ କିଛି ଦିନର ନୀରବତା ପରେ ସାଂସଦ ପୁଣିଥରେ ଅଭିନେତ୍ରୀ ବର୍ଷାଙ୍କୁ ଟ୍ୟାଗ କରି ଟ୍ୱିଟ କରିଛନ୍ତି । ଆଇ ଏହି ଟ୍ୱିଟରେ ବର୍ଷାଙ୍କୁ ଅନୁରୋଧ କରି ତାଙ୍କ ଜୀବନରୁ ଦୂରେଇ ଯିବାକୁ ଅନୁରୋଧ କରିଛନ୍ତି ଅନୁଭବ। ଆଉ ଏହି ଟ୍ୱିଟର କୌଣସି ଉତ୍ତର ରଖିନାହାଁନ୍ତି ଓଲିଉଡ ଜଗତର ଆଗଧାଡ଼ିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

Anubhav And Varsha: ଆରମ୍ଭ ହେଲା ଟ୍ୱିଟର କଳି, ବର୍ଷାଙ୍କୁ ହାତଯୋଡ଼ି ଅନୁଭବ କହିଲେ...

Anubhav And Varsha News In Odia: ଚାଲିଛି ଷ୍ଟାର ଦମ୍ପତିଙ୍କ କଳି । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା କେବଳ ରାଜ୍ୟ ନୁହେଁ ଦେଶ ମଧ୍ୟ ଜାଣିଛି। ଏମାନଙ୍କ ବେଡରୁମ କଳି ଜାତୀୟ ଗଣମାଧ୍ୟମରେ ମଧ୍ୟ ନିକଟ ଅତୀତରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଏବେ ପୁଣିଥରେ ଚର୍ଚ୍ଚାରେ ସାଂସଦ ଅନୁଭବଙ୍କ ଟ୍ୱିଟର । ବିଗତ କିଛି ଦିନର ନୀରବତା ପରେ ସାଂସଦ ପୁଣିଥରେ ଅଭିନେତ୍ରୀ ବର୍ଷାଙ୍କୁ ଟ୍ୟାଗ କରି ଟ୍ୱିଟ କରିଛନ୍ତି । ଆଇ ଏହି ଟ୍ୱିଟରେ ବର୍ଷାଙ୍କୁ ଅନୁରୋଧ କରି ତାଙ୍କ ଜୀବନରୁ ଦୂରେଇ ଯିବାକୁ ଅନୁରୋଧ କରିଛନ୍ତି ଅନୁଭବ।  ଏଯାଏଁ ସ୍ୱାମୀ-ସ୍ତ୍ରୀଙ୍କ କଳିର କୌଣସି ସ୍ଥାୟୀ ସମାଧାନ ହୋଇନଥିବା ବେଳେ ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କୁ ଦୂରେଇ ଯିବାକୁ ହାତ ଯୋଡି ଅନୁରୋଧ କରିଛନ୍ତି ଅନୁଭବ ।

ସାଂସଦ ତଥା ଅଭିନେତା ଅନୁଭବ ଏହି ଟ୍ୱିଟରେ (Tweet)  ଲେଖିଛନ୍ତି ଯେ, ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ । ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି । ତୁମକୁ ମୁଁ ହାତଯୋଡୁଛି, ବିଳମ୍ବ ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ । ମୁଁ କାମନା କରୁଛି ମହାପ୍ରଭୁ ତୁମର ମଙ୍ଗଳ କରିବେ…@Varshapriyadarshini ତେବେ ଏହାକୁ ନେଇ ବର୍ଷା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। 

ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୭ରେ ପରିବାର ଅଦାଲତରେ (Family Court) ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।  ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ପୂର୍ବରୁ ସାକ୍ଷ୍ୟ ଗ୍ରହଣ ଅଧା ଥିବା ବେଳେ ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଜେରା କରିଥିଲେ। ଅନୁଭବଙ୍କ ପିଟିସନ, ଅଦାଲତରେ ଦାଖଲ କରାଯାଇଥିବା ସତ୍ୟପାଠ ଓ ତଥ୍ୟ ସଂପର୍କିତ ସଂପୃକ୍ତ ପ୍ରଶ୍ନ ନୁହେଁ ବୋଲି ବର୍ଷାଙ୍କ ଆଇନଜୀବୀ ଦର୍ଶାଇଥିଲେ। 

ସେହିପରି ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ (Patiala House) ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ସୁପ୍ରିମେକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। 

Also Read: Oscars 2023: ଓସ୍କାର ଟ୍ରଫି ସହ ବିଜେତାଙ୍କୁ ମିଳିଥାଏ ୬୦ ପ୍ରକାରର ସୁବିଧା ! ଜାଣନ୍ତୁ କ'ଣ କ'ଣ

Also Read: Shocking: ଏହି ଅଭିନେତ୍ରୀଙ୍କ ଭଉଣୀର ମୃତଦେହ ଉଦ୍ଧାର, ଶରୀରର ବିଭିନ୍ନ ସ୍ଥାନରେ ରହିଛି କଟା ଦାଗ

Also Read: Karnataka: ''ସହମତି ଭିତ୍ତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ', ଏହି ମନ୍ତବ୍ୟ ସହ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ