Vastu:ଝାଡ଼ୁକୁ ନକଲେ ସମ୍ମାନ, ଚାକିରୀ ଓ ବ୍ୟବସାୟରେ ହେବ କ୍ଷତି
Advertisement
Article Detail0/zeeodisha/odisha2101103

Vastu:ଝାଡ଼ୁକୁ ନକଲେ ସମ୍ମାନ, ଚାକିରୀ ଓ ବ୍ୟବସାୟରେ ହେବ କ୍ଷତି

  • vastu:
  • ଅତି ସରଳ ବା ସାଧାରଣ ଦେଖାଯାଉଥିବା ଝାଡ଼ୁ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଝାଡ଼ୁ ଘରୁ ମଇଳା, ଧୂଳି ଏବଂ ଦାରିଦ୍ର୍ୟତାକୁ ସଫା କରେ । ଶାସ୍ତ୍ରରେ ଦାରିଦ୍ର୍ୟକୁ  ମା ଲକ୍ଷ୍ମୀଙ୍କ ବଡ଼ ଭଉଣୀ ଜ୍ୟେଷ୍ଠ ଅଲକ୍ଷ୍ମୀ ବୋଲି କୁହାଯାଇଛି । ଅଲକ୍ଷ୍ମୀ ବା ଦାରିଦ୍ର୍ୟ, ଅଭାବ, କଷ୍ଟ, କଳହ, କ୍ଳେଶକୁ କେବଳ ମାତା ଲକ୍ଷ୍ମୀ ହିଁ ଦୂର କରି ପାରିବେ । ପ୍ରତ୍ୟେକ ଘରେ ଦୁଇ ଭଉଣୀଙ୍କ ମଧ୍ୟରୁ ଏକା ସମୟରେ ଜଣେ ହିଁ ବାସ କରନ୍ତି । ଦୋକାନ, ଘର କିମ୍ବା କାର୍ଯ୍ୟାଳୟ ହେଉ ପ୍ରତ୍ୟେକ ସ୍ଥାନରେ ଝାଡ଼ୁର ରକ୍ଷଣାବେକ୍ଷଣ ବା ପ୍ରୟୋଗ ସଠିକ୍ ହୋଇପାରିଲେ ଅଲକ୍ଷ୍କୀ ଦୂର ହୁଏ ଆଉ ଲକ୍ଷ୍ମୀ ବାସ କରନ୍ତି ।
  • ଝାଡ଼ୁ ଦାରିଦ୍ର୍ୟ ଦୂର କରେ ଏବଂ ଧନ ବୃଦ୍ଧି କରେ
  • ଘରର ମଇଳା ସଫା କରିବା ପାଇଁ ଝାଡ଼ୁ ବ୍ୟବହାର କରାଯାଏ । ଝାଡ଼ୁ ହେଉଛି ଧନର ପ୍ରତୀକ ତେଣୁ ଏହାକୁ ଲୁଚାଇ ରଖିବା ଉଚିତ । ଏଥିପାଇଁ ଘରର ଝାଡ଼ୁକୁ ଅନ୍ୟ କାହାକୁ ବ୍ୟବହାର ପାଇଁ ଦିଆଯିବା ଉଚିତ୍ ନୁହେଁ । ବିଶ୍ବାସ କରାଯାଏ ଯେ ଯଦି ଅଜାଣତରେ ଅନ୍ୟ ଘରର ଝାଡ଼ୁ ଅନ୍ୟ ଘରେ ପହଞ୍ଚେ ତେବେ ଘର ଉପରେ ଥିବା ସମସ୍ତ ଆଶୀର୍ବାଦ ଦୂର ହୋଇଯାଏ । ଝାଡ଼ୁକୁ କୌଣସି ଭାରି ବସ୍ତୁ ତଳେ ରଖିବା ଉଚିତ୍ ନୁହେଁ । ଯଦି ବି କୌଣସି ଭାରି ବସ୍ତୁ ତଳେ ଝାଡ଼ୁ ଅଜାଣତରେ ରହି ଯାଇଥାଏ ତାହେଲେ ଘରେ ଆର୍ଥିକ ସମସ୍ୟା ଉପୁଜିବା ଆରମ୍ଭ ହୁଏ ।
  • ଝାଡ଼ୁକୁ ଆଦର କରିବା ଦ୍ବାରା ବ୍ୟବସାୟରେ କ୍ଷତି ହୁଏ ନାହିଁ
  • ବ୍ୟବସା୍ୟୀ ମାନେ ଝାଡ଼ୁର ଅଧିକ ଆଦର କରିବା ଉଚିତ୍ । କାରଣ ବିଶ୍ବାସ ରହିଛି ଯେ ଯଦି ବ୍ୟବସାୟ କ୍ଷେତ୍ରରେ ଝାଡ଼ୁକୁ ଅନାଦର କରାଯାଏ ତାହେଲେ ବଜାରରେ ଅର୍ଥ ଫସି ରୁହେ ।  ଦେଇଥିବା ଧନ ଠିକ୍ ସମୟରେ ଆସେ ନାହିଁ । ସେଥିପାଇଁ ଦେକାନରେ ମଧ୍ୟ ଝାଡ଼ୁକୁ ଏମିତି ଜାଗାରେ ରଖିବା ଉଚିତ୍ ଯାହାଦ୍ବାରା ବାହାର ଲୋକଙ୍କ ଯେମିତି ନଜର ଝାଡ଼ୁ ଉପରେ ନପଡ଼େ । ଯଦି ଘରେ କୌଣସି ଛୋଟ ପିଲା ହଠାତ୍ ଝାଡ଼ୁ ଘରେ ତାହେଲେ କୁହାଯାଏ ଯେ ଘରକୁ ଅତିଥିଙ୍କ ଆଗମନ ହୁଏ । ବିଶ୍ବାସ ରହିଛି ଯେ ଝାଡ଼ୁ ହେଉଛି ଘରର ଲକ୍ଷ୍ମୀ, ତାହା ଦାରିଦ୍ର୍ୟତାକୁ ଦୂର କରେ । ଆଗକାଳରେ ଲୋକମାନେ କୁହନ୍ତି ଯେ ଅନ୍ଧାର ହେବାପରେ ଘରେ ଝାଡ଼ୁ କରିବା ଦ୍ବାରା ଦାରିଦ୍ର୍ୟତା ବୃଦ୍ଧି ପାଏ । ଝାଡ଼ୁରେ ଗୋଡ଼ ବାଜିଲେ ମା ଲକ୍ଷ୍ମୀ ରୋଷ କରନ୍ତି । ଉଭୟ ଘରେ ଏବଂ ଦୋକାନରେ ଝାଡ଼ୁ ଓଲଟା ରଖିବା ଦ୍ବାରା ଦାରିଦ୍ର୍ୟତା ବୃଦ୍ଧି ପାଏ । ନୂଆ ଘରକୁ ପୁରୁଣା ଝାଡ଼ୁ ନେବା ଏବଂ କେହି ଘରୁ ବାହାରିବା ବେଳେ ଝାଡ଼ୁ କରିବା ଦ୍ବାରା ଅଶୁଭ ହୋଇଥାଏ । ନୂଆ ଘରକୁ ପ୍ରବେଶ କରିବା ପୂର୍ବରୁ ନୂଆ ଝାଡ଼ୁ ନେବା ଶୁଭ ହୋଇଥାଏ । ପ୍ରତ୍ୟେକ ଦିନ ସକାଳ ଜଳଖିଆ କରିବା ପୂର୍ବରୁ ଘରେ ଝାଡ଼ୁ କରିବା ନିହାତି ଜରୁରୀ । ସଂନ୍ଧ୍ୟା ସମୟରେ ବା ଯେତେବେଳେ ଦୁଇ ସମୟ ମଧ୍ୟରେ ମିଳନ ହୁଏ ସେହି ସମୟରେ ଘରେ ଝାଡ଼ୁ ପୋଛା କରିବା ଉଚିତ୍ ନୁହେଁ । ଝାଡ଼ୁର ମହତ୍ବକୁ ନଜରରେ ରଖି ନିମ୍ନଲିଖିତ ତତ୍ତ୍ବକୁ ଅଣଦେଖା କରିବା ଉଚିତ୍ ନୁହେଁ ।
  • ୧. ଯେତେବେଳେ ଝାଡ଼ୁ ବ୍ୟବହାର ହେଉ ନାହିଁ ସେ ସମୟରେ ତାକୁ ନଜର ଆଢ଼ୁଆଳରେ ରଖିବା ଉଚିତ୍ ।
  • ୨. ଝାଡ଼ୁକୁ କେବେହେଲେ ଠିଆ କରି ଖନ୍ତୁ ନାହିଁ ।
  • ୩. ଧ୍ୟାନ ରଖିବେ ଯେମିତି ଝାଡ଼ୁରେ ଅଜଣାତରେ ବି ଗୋଡ଼ ବାଜିବା ଉଚିତ୍ ନୁହେଁ ।
  • ୪. ଝାଡ଼ୁକୁ ସବୁବେଳେ ସଫା ରଖିବା ଉଚିତ୍ ।
  • ୫.ପୁରୁଣା ଝାଡ଼ୁ ଘରେ ରଖନ୍ତୁ ନାହିଁ ।
  • ୬. ଝାଡ଼ୁକୁ କେବେ ଜାଳିବା ଉଚିତ୍ ନୁହେଁ ।
  • ୭. ପୁରୁଣା ଝାଡ଼ୁ ବଦଳାଇବାର ଥିଲେ ଶନିବାର ବଦଳାନ୍ତୁ
  • ୮. ଶନିବାରରେ ଘରେ ସଫା ସୁତୁରା ଉଚିତ୍
  •  

Trending Photos

SOCIAL MEDIA