Shani Ast 2025: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୨୮ ଫେବୃଆରୀ ୨୦୨୫, ଶୁକ୍ରବାର ସନ୍ଧ୍ୟା ୭:୦୬ ରେ ଶନି ଅସ୍ତ ହେବ। ୯ ଏପ୍ରିଲ ୨୦୨୫ ବୁଧବାର ସକାଳ ୫:୦୩ ପର୍ଯ୍ୟନ୍ତ ଶନି ଅସ୍ତ ରହିବେ। ଜ୍ୟୋତିଷଙ୍କ ଅନୁଯାୟୀ ୪୦ ଦିନ ପାଇଁ ଶନି ଅସ୍ତ ହେବା କାରଣରୁ କେଉଁ ୬ ଟି ରାଶି ଅଧିକ ପ୍ରଭାବିତ ହେବ ଆସନ୍ତୁ ଜାଣିବା ।
ମେଷ ରାଶି
ଶନିଙ୍କ ଅସ୍ତଗମନ ଆପଣଙ୍କ ପାଇଁ ଶୁଭପ୍ରଦ ନୁହେଁ । ଆର୍ଥିକ ସ୍ଥିତି ଉପରେ ଏହାର ସିଧାସଳଖ ପ୍ରଭାବ ପଡିପାରେ । ଖର୍ଚ୍ଚ ଅଧିକ ହୋଇପାରେ। ପରିସ୍ଥିତି ଏପରି ହୋଇପାରେ ଯେ, ଆପଣଙ୍କୁ ଋଣ ନେବାକୁ ପଡିପାରେ । ଏହାର ପ୍ରଭାବ ଆପଣଙ୍କ ଦରମା ଉପରେ ଦେଖାଯିବ। କୌଣସି ସ୍ଥାନରେ ନିବେଶ କରୁଥିଲେ ଭାବିଚିନ୍ତି କରନ୍ତୁ। ମାନସିକ ଚାପ ମଧ୍ୟ ବଢିପାରେ । ସମ୍ପର୍କ ପୂର୍ବ ଅପେକ୍ଷା ଆହୁରି ଖରାପ ହେବାର ସମ୍ଭାବନା ରହିଛି । ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ କାରଣରୁ ପ୍ରେମରେ ବ୍ରେକଅପ୍ ହୋଇପାରେ ।
କର୍କଟ ରାଶି
ଏହି ସମୟରେ ଆପଣଙ୍କୁ ଟିକେ ଅଧିକ ସତର୍କ ରହିବାକୁ ପଡିବ। ଅନାବଶ୍ୟକ ଚାପ କାରଣରୁ ସ୍ୱାସ୍ଥ୍ୟରେ ପ୍ରଭାବ ପଡିପାରେ । ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ନିଜ ଖାଦ୍ୟପେୟର ଉପଯୁକ୍ତ ଯତ୍ନ ନିଅନ୍ତୁ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବିନା କାରଣରେ କିଛି ବିବାଦ ସୃଷ୍ଟି ହୋଇପାରେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ କମ୍ ହେବ। ପରିବାର ସଦସ୍ୟଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଛି।
ସିଂହ ରାଶି
ଆପଣଙ୍କ ପାଇଁ ଶନିଙ୍କ ଅସ୍ତଗମନ ପ୍ରଭାବ ନକରାତ୍ମକ ଫଳାଫଳ ପ୍ରଦାନ କରିବ । ଅନାବଶ୍ୟକ ଚାପ କାରଣରୁ ଚିନ୍ତିତ ରହିବେ । ସମ୍ପର୍କ ଗଠନ ହେବା ପୂର୍ବରୁ ମତଭେଦ ହୋଇପାରେ । ଚାକିରି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଖର୍ଚ୍ଚ ବୃଦ୍ଧି ହୋଇପାରେ ତେଣୁ ଅଂକୁଶ ଲଗାଇବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି। କମ୍ କଥା ହେବା ଆପଣଙ୍କ ପାଇଁ ଭଲ ହେବ ।
ବିଛା ରାଶି
ଶନିଙ୍କ ପ୍ରଭାବ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଗୋଟିଏ କାମରେ ଧ୍ୟାନ ରଖିବା ସମ୍ଭବ ହୋଇପାରିବ ନାହିଁ । ଅଧିକ ସଫଳତା ହାସଲ କରିବାକୁ ଯେତେ ପରିଶ୍ରମ କଲେ ମଧ୍ୟ ଆଶାନୁରୁପକ ଫଳ ପାଇବେ ନାହିଁ । ଆର୍ଥିକ ସ୍ଥିତି ବିଗିଡିପାରେ । ବାଦ ବିବାଦରୁ ଦୂରେଇ ରହିବା ଭଲ। ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ। ମୁଣ୍ଡବିନ୍ଧା କିମ୍ବା ଥଣ୍ଡା ଜନିତ ସମସ୍ୟା ଉପୁଜିପାରେ ।
କୁମ୍ଭ ରାଶି
ଆପଣଙ୍କ ପାଇଁ ଶନିଙ୍କ ପ୍ରଭାବ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଶନିଙ୍କ ପ୍ରତିକାର କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । ସେମାନଙ୍କୁ ଦାନ ଦିଅନ୍ତୁ । ମିଛ କହିବାଠାରୁ ଦୂରରେ ରୁହନ୍ତୁ । କଠିନ ପରିଶ୍ରମ କରିବା ଦ୍ୱାରା ସଫଳତା ହାସଲ କରିବେ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । କିନ୍ତୁ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ।
ମୀନ ରାଶି
ଆପଣଙ୍କୁ ଶନିଙ୍କ ପ୍ରଭାବ ନକାରାତ୍ମକ ଫଳାଫଳ ପ୍ରଦାନ କରିପାରେ । ଚାକିରି କ୍ଷେତ୍ରରେ ସମସ୍ୟା ବଢିବ । ଅନାବଶ୍ୟକ ଚାପର ଶିକାର ହେବେ । ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିପାରେ । ଆୟ ବଢିବା ସହ ଖର୍ଚ୍ଚ ମଧ୍ୟ ବଢିବ । ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଗୁରୁତ୍ୱପୂର୍ଣ୍ଣ। ଭଗବାନ ଶନି ଏବଂ ଶିବଙ୍କ ପୂଜା କରନ୍ତୁ ନକାରାତ୍ମକ ପ୍ରଭାବ ହ୍ରାସ ପାଇବ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़