Advertisement
Photo Details/zeeodisha/odisha2617874
photoDetails0hindi

Weekly Health Horoscope: ନୂଆ ସପ୍ତାହରେ କିପରି ରହିବ ସ୍ୱାସ୍ଥ୍ୟ, ପଢନ୍ତୁ ନିଜ ଭାଗ୍ୟଫଳ

Weekly Health Horoscope 27 Jan To 02 Feb 2025: ରାଶିଫଳ ଅନୁସାରେ, ୨୭ ଜାନୁଆରୀରୁ ୦୨ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ପ୍ରତ୍ୟକ ରାଶିର ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ କିପରି ରହିବ ସେନେଇ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆକଳନ କରାଯାଇଛି ।

1/13

ମେଷ ରାଶି

ନୂଆ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉତ୍ଥାନ-ପତନ ଲାଗି ରହିବ । ଆପଣଙ୍କ ପରିବାରର କେହି ସଦସ୍ୟ ଋତୁକାଳୀନ ରୋଗର ଶିକାର ହୋଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଟଙ୍କା ଖର୍ଚ୍ଚ ହୋଇପାରେ ।

2/13

ବୃଷ ରାଶି

ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ନଚେତ୍ ସ୍ୱାସ୍ଥ୍ୟ ବିଗିଡିପାରେ । ଋତୁକାଳୀନ ରୋଗରେ ପୀଡିତ ହୋଇପାରନ୍ତି । ଯାହାଫଳରେ ଆପଣଙ୍କ  ଆର୍ଥିକ ସ୍ଥିତି ପ୍ରଭାବିତ ହୋଇପାରେ ।

3/13

ମିଥୁନ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସେଥିରୁ ଆଶ୍ୱସ୍ତି ମିଳିବ। ନିଜ ଖାଦ୍ୟ ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ। ପାଗ ଅନୁସାରେ ସତର୍କ ରୁହିବାର ଆବଶ୍ୟକତା ଅଛି ।

4/13

କର୍କଟ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ବହୁତ ଭଲ ହେବାକୁ ଯାଉଛି। ପରିବାର ସଦସ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ସକାଳ ସମୟରେ ଶୀଘ୍ର ଉଠି ଯୋଗ କରିବା ଆପଣଙ୍କ ପାଇଁ ଭଲ ହେବ।

5/13

ସିଂହ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ଶୁଭଫଳ ପ୍ରଦାନ କରିବ । କିନ୍ତୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି। ଆପଣଙ୍କ ପରିବାର ସଦସ୍ୟ ଋତୁକାଳୀନ ରୋଗର ଶିକାର ହୋଇପାରନ୍ତି। ପରିବାର ସଦସ୍ୟଙ୍କ ଖାଦ୍ୟ ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ। ଦୂରଯାତ୍ରା ସମୟରେ ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ ।

6/13

କନ୍ୟା ରାଶି

ନୂଆ ସପ୍ତାହରେ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ନଚେତ୍, କୌଣସି ରୋଗର ଶିକାର ହୋଇପାରନ୍ତି। ବାହାର ଖାଦ୍ୟ ଖାଆନ୍ତୁ ନାହିଁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ।

7/13

ତୁଳା ରାଶି

ନୂଆ ସପ୍ତାହରେ ଆପଣଙ୍କୁ ପୁରୁଣା ରୋଗରୁ ମୁକ୍ତି ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବା କାରଣରୁ ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ ।

8/13

ବିଛା ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ। ଦୀର୍ଘ ଦିନର ପୁରୁଣା ରୋଗରୁ ମୁକ୍ତି ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବା କାରଣରୁ ସତେଜ ଅନୁଭବ କରିବେ । ତଥାପି ଖାଦ୍ୟପେୟର ବିଶେଷ ଧ୍ୟାନ ଦିଅନ୍ତୁ।

9/13

ଧନୁ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ସପ୍ତାହଟି ଭଲ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ସେଥିରେ ଉନ୍ନତି ଆସିବ । ପାଗ ଅନୁସାରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

10/13

ମକର ରାଶି

ନୂଆ ସପ୍ତାହରେ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। କିନ୍ତୁ ପରିବାର ସଦସ୍ୟଙ୍କ ମଧ୍ୟରୁ କାହାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଋତୁକାଳୀନ ରୋଗରୁ ସତର୍କତା ଅବଲମ୍ୟନ କରନ୍ତୁ । ବାହାର ଖାଦ୍ୟ ଖାଇବାକୁ ନିୟନ୍ତ୍ରଣ କରନ୍ତୁ।

11/13

କୁମ୍ଭ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ଏତେଟା ଭଲ ନୁହେଁ। ତେଣୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି । ଆବଶ୍ୟକ ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଆର୍ଥିକ କ୍ଷତି ସହିପାରନ୍ତି ।

12/13

ମୀନ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୂଆ ସପ୍ତାହଟି ଶୁଭଫଳ ପ୍ରଦାନ କରିବ । ଋତୁକାଳୀନ ରୋଗ ଯୋଗୁଁ ପରିବାର ସଦସ୍ୟ ପ୍ରଭାବିତ ହୋଇପାରନ୍ତି । ବିଶେଷ କରି ସ୍ତ୍ରୀ ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ଟିକେ ଖରାପ ହୋଇପାରେ। କିନ୍ତୁ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତ ରହିବେ।

13/13

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।