Advertisement
Photo Details/zeeodisha/odisha2473976
photoDetails0hindi

Family Horoscope: ବୁଧବାର ଦିନ ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ପାରିବାରିକ ଖୁସି

Family Horoscope 16 October 2024: ପରିବାର ସଦସ୍ୟଙ୍କ ସହ କିପରି ରହିବ ଆପଣଙ୍କ ସମ୍ପର୍କ ଜାଣିବା ପାଇଁ ପଢନ୍ତୁ ରାଶିଫଳ

1/12

ମେଷ ରାଶି

ଆପଣଙ୍କ ପାରିବାରିକ ଜୀବନ ସୁଖଦ ରହିବ । ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ଅଛି ।

2/12

ମିଥୁନ ରାଶି

ପିଲାମାନଙ୍କଠାରୁ ଆପଣଙ୍କୁ ଖୁସି ଖବର ମିଳିବ । କିନ୍ତୁ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି ।

3/12

କର୍କଟ ରାଶି

ପୂର୍ବରୁ ଥିବା ପାରିବାରିକ ବାଦ ବିବାଦର ସମାଧାନ ହୋଇଯିବ । ପ୍ରତିଟି କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଘରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ ।

4/12

ସିଂହ ରାଶି

ପାରିବାରିକ ଖୁସି ଆପଣ ପାଇବେ । ଜୀବନସାଥୀଙ୍କ ସହ ନୂଆ ଯୋଜନା କରିବେ । ଦାମୀ ଉପହାର ମିଳିପାରେ । କିନ୍ତୁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିବେ ।

5/12

କନ୍ୟା ରାଶି

ନିଜର ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହେଲେ ମଧ୍ୟ ପରିବାର ସଦସ୍ୟ ଆପଣଙ୍କର ଦାୟିତ୍ୱ ନେବାରେ ଅବହେଳା କରିବେ ନାହିଁ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ।

6/12

ତୁଳା ରାଶି

ଘରର କୌଣସି ସଦସ୍ୟଙ୍କ ସହ ମତ ଭେଦ ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରହିବା ସହ ଦେଖିଚାହିଁ କଥା ହୁଅନ୍ତୁ । ପରିବାର ସଦସ୍ୟଙ୍କ ସହ କେଉଁ ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରୁଥିଲେ ତାହାକୁ ସ୍ଥଗିତ ରଖିବା ଭଲ ।

7/12

ବିଛା ରାଶି

ପାରିବାରିକ ଜୀବନ ଭଲରେ କଟିବ । ଦାମ୍ପତ୍ୟ ସୁଖ ମିଳିବ । ପୂର୍ବରୁ କୌଣସି ସମସ୍ୟା ଥିଲେ ତାହା ଆପୋଷ ବୁଝାମଣା ହେବ । 

8/12

ଧନୁ ରାଶି

ପରିବାର ସଦସ୍ୟଙ୍କ ସମର୍ଥନ ଆପଣ ପାଇବେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ଘରେ କୌଣସି ପୂଜା ପାଠ କାର୍ଯ୍ୟ ହୋଇପାରେ ।

9/12

ମକର ରାଶି

ଭାଇ ଭଉଣୀଙ୍କ ନିକଟରୁ ଆପଣଙ୍କୁ ସାହାଯ୍ୟ ସହଯୋଗ ମିଳିବ । ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ଯୋଜନା କରିବେ ।

10/12

କୁମ୍ଭ ରାଶି

ପରିବାରରେ କୌଣସି ଜମିବାଡି ସମ୍ପର୍କିତ ବାଦ ବିବାଦ ଥିଲେ ତାହାର ସମାଧାନ ପାଇଁ ବାଟ ଫିଟିବ । ଆପଣ ପୈତୃତ ସମ୍ପତ୍ତିରୁ ଲାଭବାନ ହେବେ ।

11/12

ମୀନ ରାଶି

ପରିବାର ସଦସ୍ୟ ଏକାଠି କୌଣସି ମନ୍ଦିରକୁ ଯିବା ପାଇଁ ଯୋଜନା କରିବେ । ଘରର ଜଣେ ସଦସ୍ୟଙ୍କୁ ନୂଆ ଚାକିରି ମିଳିପାରେ । ଶୁଭକାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତି କରିବେ ।

12/12

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।