Advertisement
Photo Details/zeeodisha/odisha2465929
photoDetails0hindi

Budh Grah Gochar: ଅକ୍ଟୋବର ୧୦ ଗୁରବାର, ଏହି ୩ ରାଶି ରୁହନ୍ତୁ ସାବଧାନ

Budh Gochar in Tula Rashi: ଗ୍ରହମାନଙ୍କର ରାଜକୁମାର ବୁଧଙ୍କର ଏକ ବିଶେଷ ଭୂମିକା ରହିଛି । ବୁଦ୍ଧି, ବନ୍ଧୁତା, ତର୍କ, ଜ୍ଞାନ, ଯୋଗାଯୋଗ, ଭାଷା, ଏକାଗ୍ରତା, ସୌନ୍ଦର୍ଯ୍ୟ ପାଇଁ ବୁଧଙ୍କୁ ଦାୟୀ କରାଯାଏ । ଯେତେବେଳେ ବୁଧ କୌଣସି ରାଶିରେ ଚଳନ କରନ୍ତି ସେତେବେଳେ ଏହାର ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିଥାଏ ।

1/4

ମେଷ ରାଶି

ଗ୍ରହର ରାଜକୁମାର ବୁଧ ତୁଳା ରାଶିରେ ଚଳନ କରିବା ଆପଣଙ୍କ ପାଇଁ ଅନୁକୂଳ ହେବ ନାହିଁ । ନିଜ ମଧ୍ୟରେ ଆତ୍ମବିଶ୍ୱାସର ଘୋର ଅଭାବ ରହିବ । ନିଜ ପରିବାର ସଦସ୍ୟଙ୍କ ସହିତ କୌଣସି ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିପାରିବେ ନାହିଁ । ବ୍ୟବସାୟରେ ଆୟ ହ୍ରାସ ହେବାର ସମ୍ଭାବନା ଅଧିକ । ଏଥିସହ ଆୟର ଉତ୍ସ ମଧ୍ୟ କମିପାରେ । ଘରର ଆର୍ଥିକ ଅବସ୍ଥା ଖରାପ ହୋଇପାରେ ।

2/4

ତୁଳା ରାଶି

ବ୍ୟବସାୟୀମାନେ କ୍ଷତି ସହିବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଦରମା ବୃଦ୍ଧି ହେବ ନାହିଁ । ଆର୍ଥିକ ସଙ୍କଟର ସାମ୍ନା କରିପାରନ୍ତି । ଶିକ୍ଷାକ୍ଷେତ୍ରରେ ଅଧିକ ପରିଶ୍ରମ କଲେ ମଧ୍ୟ ଆଶାଠୁ କମ ସଫଳତା ମିଳିବ । ବୈବାହିକ ଜୀବନରେ ଚିନ୍ତା ବଢିପାରେ ।

3/4

କୁମ୍ଭ ରାଶି

ଆପଣଙ୍କ କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ମାର୍କ ପାଇବେ ନାହିଁ । ପିତାମାତା ଏବଂ ଶିକ୍ଷକମାନଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ଚାକିରି କ୍ଷେତ୍ରରେ ଆୟ ବୃଦ୍ଧି ପରିବର୍ତ୍ତେ ହ୍ରାସ ପାଇବ । ଆର୍ଥିକ ପରିସ୍ଥିତି ଉପରେ ସିଧାସଳଖ ପ୍ରଭାବ ପକାଇବ । ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

 

4/4

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।