Budh Gochar 2024: ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ଭାବେ ବିବେଚନା କରାଯାଏ । ବୁଦ୍ଧି, ଜ୍ଞାନ ଏବଂ ବକ୍ତବ୍ୟର କାରଣ ଭାବରେ ବୁଧଙ୍କୁ ବିବେଚନା କରାଯାଏ । ନଭେମ୍ବର ମାସରେ ବୁଧଙ୍କ ଚଳନ ହେବାକୁ ଯାଉଛି । ତେବେ ଏହି ଚଳନ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।
Budh Gochar 2024: ଯେତେବେଳେ ବୁଧଙ୍କ ସ୍ଥିତି ରାଶିରେ ଦୁର୍ବଳ ଥାଏ ସେତେବେଳେ ନକାରାତ୍ମକ ପ୍ରଭାବ କାରଣରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ରାଜକୁମାର ବୁଧ ନଭେମ୍ବର ୨୬ ନଭେମ୍ବର ୨୦୨୪ ସକାଳ ୭ଟା୩୯ରେ ବିଛା ରାଶିରେ ଚଳନ କରିବେ । ଏହି ଚଳନ ସମସ୍ତ ୧୨ଟି ରାଶିକୁ ପ୍ରଭାବିତ କରିବ । ଆସନ୍ତୁ ଜାଣିବା ବୁଧଙ୍କ ଚଳନ କେଉଁ ରାଶି ପାଇଁ ସମସ୍ୟା ବଢାଇପାରେ ।
ମେଷ ରାଶି
ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଏହି ଅବଧି ମଧ୍ୟରେ, ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜିପାରେ । କ୍ୟାରିୟରରେ ମଧ୍ୟ ଉତ୍ଥାନ-ପତନ ହେବ । କଠିନ ପରିଶ୍ରମ କରିବା ସତ୍ୱେ ମଧ୍ୟ ସଫଳତା ମିଳିବ ନାହିଁ । ଜୀବନସାଥୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ ।
ମିଥୁନ ରାଶି
ବୁଧଙ୍କ ଚଳନ କାରଣରୁ ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ । ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ବିଶେଷ କରି ପେଟ ଜନିତ ସମସ୍ୟା ଦେଖାଦେଇପାରେ । କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
କର୍କଟ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଶୁଭ ହେବ ନାହିଁ । ବ୍ୟବସାୟରେ କ୍ଷତି ଘଟିପାରେ । ଚାକିରି କ୍ଷେତ୍ରରେ ପ୍ରଗତିରେ ବାଧା ଉପୁଜିପାରେ । ବୈବାହିକ ଜୀବନରେ ଅନେକ ସମସ୍ୟା ବେଖାଦେଇପାରେ ।
ତୁଳା ରାଶି
ଆପଣ ବ୍ୟବସାୟରେ କ୍ଷତି ସହିପାରନ୍ତି । ପିଲାମାନଙ୍କୁ ନେଇ ଚିନ୍ତା ବଢିପାରେ । ଏହି ସମୟ ମଧ୍ୟରେ ଭ୍ରମଣ ତଥା ଦୂରଯାତ୍ରାରୁ ଦୂରେଇ ରହିବା ଆବଶ୍ୟକ । ଛାତ୍ରଛାତ୍ରୀ ଅନେକ ସମସ୍ୟା ସମ୍ମୁଖୀନ ହୋଇପାରନ୍ତି । କ୍ୟାରିଅରରେ ମଧ୍ୟ ବାଧା ଉପୁଜିପାରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ
ट्रेन्डिंग फोटोज़