Parab 2022: ଶହୀଦଙ୍କ ଜନ୍ମମାଟିରୁ ଲୋକ ମହୋତ୍ସବର ଶୁଭାରମ୍ଭ, ଏହି ଦିନ ପର୍ଯ୍ୟନ୍ତ ଦୁଲୁକିବ କୋରାପୁଟ ଜିଲ୍ଲା
Advertisement
Article Detail0/zeeodisha/odisha1446545

Parab 2022: ଶହୀଦଙ୍କ ଜନ୍ମମାଟିରୁ ଲୋକ ମହୋତ୍ସବର ଶୁଭାରମ୍ଭ, ଏହି ଦିନ ପର୍ଯ୍ୟନ୍ତ ଦୁଲୁକିବ କୋରାପୁଟ ଜିଲ୍ଲା

Tribal festival Parab 2022: କୋରାପୁଟ ଜିଲ୍ଲାର ଆଦିବାସୀ ସାଂସ୍କୃତିକ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ୨୦୨୨ ଚଳିତ ବର୍ଷ ୨୫ବର୍ଷରେ ପଦାର୍ପଣ କରିଛି। କୋରାପୁଟ ମାଟିର ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟିରୁ ଆରମ୍ଭ କରାଯାଇଛି।  ରାଜନୈତିକରୁ ଊର୍ଦ୍ଧ୍ବରେ ରହି କୋରାପୁଟ ପରବକୁ ସଫଳ କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆହ୍ବାନ ଦେଇଛନ୍ତି। 

Parab 2022: ଶହୀଦଙ୍କ ଜନ୍ମମାଟିରୁ ଲୋକ ମହୋତ୍ସବର ଶୁଭାରମ୍ଭ, ଏହି ଦିନ ପର୍ଯ୍ୟନ୍ତ ଦୁଲୁକିବ କୋରାପୁଟ ଜିଲ୍ଲା

Tribal festival Parab 2022, କୋରାପୁଟ: ରାଜ୍ୟ ସ୍ତରୀୟ କୋରାପୁଟ ଆଦିବାସୀ ସାଂସ୍କୃତିକ ଲୋକ ମହୋତ୍ସବ ପରବ ୨୦୨୨ର ଶୁଭ ଉଦ୍ଘାଟନ ହୋଇଯାଇଛି। ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମାରୁ ଲୋକ ମହୋତ୍ସବ ଆରମ୍ଭ ହୋଇଛି। ଆଦିବାସୀ ନାଚ ଗୀତରେ ବୁଧାବର ଶହୀଦ ମାଟି ଦୁଲୁକିଛି। ଭାରତ ସ୍ଵାଧିନତା ସଂଗ୍ରାମୀ ଆଦିବାସୀ ନେତା ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟିରୁ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖାଦେଇଛି।

କୋରାପୁଟ ଜିଲ୍ଲାର ଆଦିବାସୀ ସାଂସ୍କୃତିକ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ୨୦୨୨ ଚଳିତ ବର୍ଷ ୨୫ବର୍ଷରେ ପଦାର୍ପଣ କରିଛି। ଚଳିତବର୍ଷ ଜିଲ୍ଲା ପ୍ରଶାସନ ପରବ ୨୦୨୨ ରୋପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି। ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ପାଳନ ହୋଇନଥିବାରୁ ଚଳିତ ବର୍ଷ ଏହି ଆଦିବାସୀ ସାଂସ୍କୃତିକ ମହୋତ୍ସବକୁ ସ୍ମରଣୀୟ କରିବାକୁ ଜିଲ୍ଲା ପ୍ରଶାସନଏବେ ଅଣ୍ଟା ଭିଡିଛି। କୋରାପୁଟ ମାଟିର ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟିରୁ ଆରମ୍ଭ କରାଯାଇଛି। ଗ୍ରାମର ମାଉଲି ମାଁ ମନ୍ଦିରରେ ପୁଜାର୍ଚ୍ଚନା କରି ପରବ ମଶାଲ ଧରି ବିଶାଳ ଶୋଭାଯାତ୍ରାରେ ଶୁଭ ଉଦ୍ଘାଟନ ମଣ୍ଡପରେ ପହଞ୍ଚିଥିଲେ। 

Also Read: ୬ କିମି ଷ୍ଟ୍ରେଚରରେ ବୁହାହେଲେ, ଆମ୍ବୁଲାନ୍ସକୁ ଅପେକ୍ଷା କରି ମୃତ ସନ୍ତାନ ପ୍ରସବ କଲେ

ଆଦିବାସୀ ବାଜା ବାଜୁଣାରେ ନାଚ ଗୀତରେ କମ୍ପିଲା ଶହୀଦଙ୍କ ମାଟି। ପରବ ମହୋତ୍ସବର ସଭାପତି କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତରଙ୍କ ସହ କୋରାପୁଟ ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ, ଚିତ୍ରକୋଣ୍ଡା ବିଧାୟକ ଜିଲ୍ଲା ପରିଷଦ ସହ ସମସ୍ତ ରାଜନୈତିକ ଦଳର ନେତା କର୍ମୀ ସହ ହଜାର ହଜାର ଲୋକଙ୍କ ଜନସମାଗମରେ ଶୋଭାଯାତ୍ରା ମୁଖ୍ୟ ମଣ୍ଡପରେ ପହଞ୍ଚିଥିଲେ। ଗୁରୁବାରଠାରୁ ପରବର ଶୁଭ ଉଦ୍ଘାଟନ ହୋଇ ଆସନ୍ତା ମାସ ଡିସେମ୍ବର ୧୭ରୁ ତିନିଦିନ ଧରି କୋରାପୁଟରେ ମୁଖ୍ୟ ଉତ୍ସବ ଆୟୋଜିତ ହେବ।

fallback

କୋରାପୁଟ ଆଦିବାସୀ କଳା ସଂସ୍କୃତିକୁ ରାଜ୍ୟ ସ୍ତରରୁ ଅନ୍ତର୍ଜାତୀୟ ସ୍ତରକୁ ପହଞ୍ଚେଇବାର ଏହି ଆଦିବାସୀ ସାଂସ୍କୃତିକ ମହୋତ୍ସବ ପରବ ୨୦୨୨ ର ମୂଳ ଲକ୍ଷ୍ୟ। କୋରାପୁଟ ଆଦିବାସୀ ଜିଲ୍ଲାରେ ବିଭିନ୍ନ ଲୁକ୍କାୟିତ ସମ୍ପ୍ରଦାୟର ନାଚଗୀତର ପ୍ରଚାର ପ୍ରସାର ମାଧ୍ୟମରେ ଚଳିତ ବର୍ଷ ପରବ ମହୋତ୍ସବର ରୌପ୍ୟ ଜୟନ୍ତୀ ପାଳନ କରାଯିବ। ରାଜନୈତିକରୁ ଊର୍ଦ୍ଧ୍ବରେ ରହି କୋରାପୁଟ ପରବକୁ ସଫଳ କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆହ୍ବାନ ଦେଇଛନ୍ତି। 

Also Read: ଗରିବଙ୍କ ପାଇଖାନା ଲୁଟିନେଲା ପ୍ରଶାସନ, ଜିଲ୍ଲାପାଳ ଦେଲେନି ସନ୍ତୁଷ୍ଟିକର ଉତ୍ତର

ଚଳିତ ବର୍ଷ ପରବର ମୁଖ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାରେ ଆୟୋଜନ ହେବାକୁ ଥିବା ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଚିନ୍ତା କରିଛନ୍ତି। କୋରାପୁଟ ପରବ ଉତ୍ସବ ଆଦିବାସୀଙ୍କ ଗୌରବ ଏହାକୁ ଅନ୍ତର୍ଜାତୀୟ ସ୍ତରରେ କିଭଳି ପହଞ୍ଚିବ ସେ ନେଇ ପ୍ରୟାସ କରିବା ଆବଶ୍ୟକ ରହିଥିବା କୋରାପୁଟ ସାଂସଦ ସପ୍ତଗିରୀ ଉଲାକା କହିଛନ୍ତି। ଏହି ଉତ୍ସବରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା। ଏହାକୁ ନେଇ ପ୍ରଶାସନକୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି। 

fallback

ଗୁରୁବାର ଠାରୁ ବିଧିବଦ୍ଧ ଭାବେ ପରବ ମହୋତ୍ସବ ଆରମ୍ଭ ହୋଇଛି। ପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇ ବ୍ଳକ୍ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜିଲ୍ଲା ସ୍ତରରେ ପହଞ୍ଚିବ। ଏହାକୁ ସଫଳ କରି ରାଜ୍ୟ ସ୍ତରରୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି।