Weather Update: ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସୂଚନା
Advertisement
Article Detail0/zeeodisha/odisha2469351

Weather Update: ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସୂଚନା

Weather Update: ରାଜ୍ୟରୁ ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌମୁମୀ ବାୟୁ। ୨ ଦିନ ଓଡିଶାର କିଛି ଅଞ୍ଚଳରୁ ମୌମୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ପାର୍ବଣରେ ପାଗ ମୁଖ୍ୟତ ଶୁଖିଲା ଥିବା ବେଳେ ସ୍ଥାନେ ସ୍ଥାନେ ଅସରାଏ ହାଲୁକା ବର୍ଷା ହୋଇଛି। 

 

Weather Update: ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସୂଚନା
Weather Update: ରାଜ୍ୟରୁ ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌମୁମୀ ବାୟୁ। ୨ ଦିନ ଓଡିଶାର କିଛି ଅଞ୍ଚଳରୁ ମୌମୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ପାର୍ବଣରେ ପାଗ ମୁଖ୍ୟତ ଶୁଖିଲା ଥିବା ବେଳେ ସ୍ଥାନେ ସ୍ଥାନେ ଅସରାଏ ହାଲୁକା ବର୍ଷା ହୋଇଛି। ଭୁବନେଶ୍ବର ଓ କଟକରେ ଠାଏେ ଠାଏେ ବର୍ଷା ଛିଞ୍ଚିଛି। ମହାନବମୀ ଓ ଦଶମୀରେ ମଧ୍ୟ ବର୍ଷା ହେବାର ସମ୍ଭାବନା ନାହିଁ। କାଁ ଭାଁ ବର୍ଷା ହୋଇପାରେ। ଆଜି ରାଜ୍ୟରେ କିଛି ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ସବୁ ଜିଲ୍ଲା ଗୁଡିକ ହେଲା, ମୟୂରଭଂଜ, ବାଲେଶ୍ବର, କେନ୍ଦୁଝର, ଗଜପତି, ରାୟଗଡା,  ମାଲକାନଗିରି ଓ କୋରାପୁଟ୍ ଜିଲ୍ଲାରେ ବର୍ଷା ହୋଇପାରେ। ବାକି ଅଞ୍ଚଳ ଶୁଖିଲା ରହିବ। 
 
 
 
ସେହିପରି ଆସନ୍ତାକାଲି, ରାୟଗଡା, ମାଲକାନଗିରି, କୋରାପୁଟ ଜିଲ୍ଲାରେ ଘଡଘଡି ସହ ହାଲୁକା ଧରଣର ବର୍ଷା ହୋଇପାରେ।  ଦୁର୍ଗାପୂଜା ଭସାଣୀ ଦିନ ମଧ୍ୟ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗଜପତି, ଗଂଜାମ, ରାୟଗଡା,  ମାଲକାନଗିରି, କୋରାପୁଟ୍ ଓ ନବରଙ୍ଗପୁରରେ ବର୍ଷା ହୋଇପାରେ। ସେହିପରି, ଆସନ୍ତା ମଙ୍ଗଳବାର , ବୁଧବାର ଓ ଗୁରୁବାର ମଧ୍ୟ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଗତକାଲି ରାଜ୍ୟରେ ୧୪ ଜିଲ୍ଲାର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ଼ ହୋଇଥିଲା। ଗତକାଲି ଜଗତସିଂହପୁରରେ ସର୍ବୋର୍ଚ୍ଚ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା।