Advertisement
Photo Details/zeeodisha/odisha2571898
photoDetails0hindi

today market price: ଜାଣିନିଅନ୍ତୁ ଆଜିର ବଜାର ଦର, ପଢନ୍ତୁ ପୂରା ରିପୋର୍ଟ

today market price: ଭୁବନେଶ୍ୱର: ପ୍ରତିଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟରେ ପରିବା ଓ ଗ୍ରୋସରୀର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ। ଚୁଲି ଜଳିବା ମାତ୍ରେ ଆବଶ୍ୟକ ପଡିଥାଏ ତେଲଲୁଣର ସାମଗ୍ରୀ। ତେବେ ଏହାର ଦର ସ୍ଥାନ ଅନୁଯାୟୀ ଭିନ୍ନ ଭିନ୍ନ ରହିଥାଏ। ଅନେକ ସମୟରେ କଳାବଜାରୀ କାରଣରୁ ପରିବାର ଦରରେ ବୃଦ୍ଧି ଘଟିଥାଏ। ତେବେ ରାଜ୍ୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଜାରି ହେଉଥିବା ଦର ଉପରେ ନଜର ପକାଇବା

1/7

ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଜାରି ହେଉଥିବା ଦର ଅନୁଯାୟୀ ଆଜି ଉଷୁନା ଚାଉଳ ସ୍ୱର୍ଣ୍ଣ ପ୍ରଜାତିର ସର୍ବନିମ୍ନ ଦର କିଲୋପ୍ରତି ୩୩ ଟଙ୍କା ରହିଥିବା ବେଳେ ସର୍ବାଧିକ ୬୦ ଟଙ୍କା ରହିଛି। ସେହିପରି ଅରୁଆ ଚାଉଳ ସର୍ବନିମ୍ନ ୩୭ ଟଙ୍କା ରହିଥିବା ବେଳେ ସର୍ବାଧିକ ୬୦ ଟଙ୍କା ରହିଛି। 

2/7

ସେହିପରି ଅଟା ଖୋଲା କିଲୋପ୍ରତି ୩୩ ଟଙ୍କା ରହିଥିବା ବେଳେ ପ୍ୟାକେଟ କିଲୋ ପ୍ରତି ୩୮ ଟଙ୍କା ରହିଛି। 

3/7

ସେହିପରି ସୋରିଷ ତେଲ ଲିଟର ପିଛା ସର୍ବନିମ୍ନ ୧୪୫ ଟଙ୍କା ରହିଥିବା ବେଳେ ସର୍ବାଧିକ ୧୬୦ ଟଙ୍କା ରହିଛି। 

4/7

ରିଫାଇନ ତେଲ ଲିଟର ପିଛା ୧୪୦ ଟଙ୍କା ରହିଥିବା ବେଳେ ସୂର୍ଯ୍ୟମୁଖୀ ତେଲ ୧୪୫ ଟଙ୍କା ରହିଛି। 

5/7

ହରଡ଼ ଡାଲି କିଲୋପିଛା ସର୍ବନିମ୍ନ ୧୩୫ ଟଙ୍କା ରହିଥିବା ବେଳେ ସର୍ବାଧିକ ୧୬୦ ଟଙ୍କା ରହିଛି। 

6/7

ସେହିପରି ବୁଟ ଡାଲି କିଲୋପିଛା ୮୨, ମୁଗ ଡାଲି ୧୧୦, ସୋରିଷ ୬୮ ଟଙ୍କା ରହିଛି। 

7/7

ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁର ମୂଲ୍ୟ ୨୫ ଟଙ୍କା ରହିଥିବା ବେଳେ ପଶ୍ଚିମବଙ୍ଗ ଆଳୁ ୨୮, ଛୋଟ ପିଆଜ ୩୨ ଓ ବଡ଼ ପିଆଜ ୩୫ ଟଙ୍କା ରହିଛି। 

Disclaimer: ଉପରୋକ୍ତ ତଥ୍ୟ ZEE ODISHA NEWSର ନିଜସ୍ୱ ମତ ନୁହେଁ। ବିଭିନ୍ନ ସୂତ୍ରରୁ ଉଦ୍ଧାର ହୋଇଥିବା ତଥ୍ୟ ଆଧାରିତ ମୂଲ୍ୟ ପ୍ରଦାନ କରାଯାଇଛି।ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।