Advertisement
Photo Details/zeeodisha/odisha2576539
photoDetails0hindi

Gold Rate Today: ସୁନା ଦର ବୃଦ୍ଧି, ଭରି ପିଛା ଏତିକି ଟଙ୍କା ବଢିଲା ରେଟ୍

Gold Rate Today: ସୁନାପ୍ରେମୀଙ୍କୁ ଝଟକା। ଗତ ସପ୍ତାହରେ ସୁନାଦର କ୍ରମଶଃ ହ୍ରାସ ପାଇଥିବା ବେଳେ ଗତ ୨ ଦିନ ହେବ ରେଟ୍ ବୃଦ୍ଧି ପାଇବାରେ ଲାଗିଛି। ନୂଆ ବର୍ଷ ପୂର୍ବରୁ ସୁନା ଦର ଆକାଶ ଛୁଆଁ ହେବାରେ ଲାଗିଛି। ଯାହାକି ଗ୍ରାହକଙ୍କୁ ଭାରି ବାଧୁଛି। ଆଜି ରେଟ୍ ରେ ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜି ସୁନା ରେଟ୍...

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୭୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି।

ALSO READ: Manmohan Singh Last Rites: ମନମୋହନ ସିଂହଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ପାଳନ ସହ ଜାତୀୟ ପତାକା ହେଲା ଅର୍ଦ୍ଧ ନମିତ, ଶନିବାର ଶେଷକୃତ୍ୟ

ALSO READ: Tripushkar Yoga 2025: ଡିସେମ୍ବର ୩୧ରେ ପଡୁଛି ତ୍ରି-ପୁସ୍କର ଯୋଗ, ଖୁସି ଖବର ପାଇବା ସହ ଏହିସବୁ ରାଶିଙ୍କ ବଢିବ ବ୍ୟାଙ୍କ୍ ବାଲାନ୍ସ

2/5

ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୪୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭, ୮୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବଢିଛି।

 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୭୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବଢିଛି। 

 

4/5

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୨୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୭୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବୃଦ୍ଧି ପାଇଛି। 

 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୭୪୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୮,୩୧୦ ଟଙ୍କା ରହିଛି। ୨୨,୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୧୦ ଟଙ୍କା ବୃଦ୍ଧି ପାଇଛି।