Ollywood News: ରାଣ୍ଡି ପୁଅ ଅନନ୍ତା ସୁଟିଂ ବନ୍ଦ! ଅଭିନେତା ସବ୍ୟସାଚୀଙ୍କୁ ଅପହରଣ କରିବାକୁ ମାଓବାଦୀ କରୁଥିଲେ ପ୍ଲାନିଂ
Advertisement
Article Detail0/zeeodisha/odisha2460487

Ollywood News: ରାଣ୍ଡି ପୁଅ ଅନନ୍ତା ସୁଟିଂ ବନ୍ଦ! ଅଭିନେତା ସବ୍ୟସାଚୀଙ୍କୁ ଅପହରଣ କରିବାକୁ ମାଓବାଦୀ କରୁଥିଲେ ପ୍ଲାନିଂ

Ollywood News: ଏସଓଜି, ଡିଭିଏଫ ଯବାନ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏହି ଖବର କେବଳ ଯେ କେତେକ ଖବରକାଗଜ ଗଣମାଧ୍ୟମ ତାହା ନୁହେଁ ବରଂ ଜାତୀୟ ପତ୍ରିକା ମାନେ ବି ଏହି ଖବରକୁ ସ୍ଥାନ ଦେଇଛନ୍ତି । ଆଉ ଏହାର ଏକ ଷ୍ଟାଟସ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ନିଜେ ସେୟାର କରିଛନ୍ତି ଅଭିନେତା ସବ୍ୟସାଚୀ।

Ollywood News: ରାଣ୍ଡି ପୁଅ ଅନନ୍ତା ସୁଟିଂ ବନ୍ଦ! ଅଭିନେତା ସବ୍ୟସାଚୀଙ୍କୁ ଅପହରଣ କରିବାକୁ ମାଓବାଦୀ କରୁଥିଲେ ପ୍ଲାନିଂ
Ollywood News: ବଲାଙ୍ଗୀର ଜିଲ୍ଲାରେ ପୁଣି ମାଓ ଭୟ ଦେଖାଦେଇଛି। ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଖୁରିପାଣି ଓ ସାପମୁଣ୍ଡ ଗ୍ରାମରେ ମାଓବାଦୀ ଭୟ ରହିଥିବାରୁ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ରାଣ୍ଡି ପୁଅ ଅନନ୍ତାର ସୁଟିଂକୁ ଅଧାରୁ ବନ୍ଦ କରିଦିଆଯାଇଛି। ମିଳିଥିବା ସୂଚନାନୁସାରେ, ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଅଭିନୟ କରୁଛନ୍ତି। ମଙ୍ଗଳବାର ସକାଳେ ଗୁଇନ୍ଦା ବିଭାଗରୁ ଏକ ଖବର ଆସି ପହଞ୍ଚିଥିଲା ଯେ, ମାଓବାଦୀ ମାନେ ସବ୍ୟସାଚୀଙ୍କୁ ଅପହରଣ କରିବାକୁ ଯୋଜନା କରୁଛନ୍ତି। 
 
ଏହି ଖବର ପ୍ରସାରିତ ହେବା କ୍ଷଣି ପୋଲିସ ବିଭାଗ ତତ୍ପର ହୋଇଥିଲା। ଚଳଚ୍ଚିତ୍ର ସୁଟିଂ ଅଧାରୁ ବନ୍ଦ(Randi Pua Ananta Shooting) କରିବାକୁ ନିର୍ଦ୍ଦେଶ ଦେବା ସହ ମାଓ ପ୍ରବଣ ଇଲାକାରୁ ନଯିବାକୁ ଅନୁରୋଧ କରାଯାଇଥିଲା। ଫଳରେ ସୁଟିଂ ଟିମ୍ ଲୋକେସନକୁ ଯାଇ ପାରିନଥିବା କହିଥିଲେ। ଅପରପକ୍ଷେ ଏ ସମ୍ପର୍କରେ ବିଶେଷ ଚର୍ଚ୍ଚା ନକରିବାକୁ ଏସପି ଋଶିକେଶ ଖିଲାରୀ କହିଥିବା ଜଣାପଡ଼ିଛି। ଏହାସହ ଏସଓଜି, ଡିଭିଏଫ ଯବାନ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏହି ଖବର କେବଳ ଯେ କେତେକ ଖବରକାଗଜ ଗଣମାଧ୍ୟମ ତାହା ନୁହେଁ ବରଂ ଜାତୀୟ ପତ୍ରିକା ମାନେ ବି ଏହି ଖବରକୁ ସ୍ଥାନ ଦେଇଛନ୍ତି । ଆଉ ଏହାର ଏକ ଷ୍ଟାଟସ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ନିଜେ ସେୟାର କରିଛନ୍ତି ଅଭିନେତା ସବ୍ୟସାଚୀ।
 
ପ୍ରକାଶ ଥାଉକି, ଓଡ଼ିଆ ଚଳଚ୍ଚିତ୍ର ରାଣ୍ଡିପୁଅ ଅନନ୍ତାର ପ୍ରଥମ ପୋଷ୍ଟର ରିଲିଜ ପରେ ଓଲିଉଡ ସିନେପ୍ରେମୀଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଉତ୍କଣ୍ଠା ଓ ଉନ୍ମାଦନା ଦେଖାଦେଇଛି। ସବ୍ୟସାଚୀଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ ବୋଲି ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି। ଇତି ମଧ୍ୟରେ ସୁଟିଂକୁ ନେଇ ଆସିଥିବା ଏହି ଖବର ପୂରା ଓଲିଉଡ ଇଣ୍ଡଷ୍ଟ୍ରି ସହ ସବ୍ୟଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି।