9/11 Attack Anniversary: ଯେବେ ବିମାନ ଆକ୍ରମଣରେ ଦୋହଲି ଉଠିଥିଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ
Advertisement
Article Detail0/zeeodisha/odisha1866300

9/11 Attack Anniversary: ଯେବେ ବିମାନ ଆକ୍ରମଣରେ ଦୋହଲି ଉଠିଥିଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ

9/11 Terror Attack: ଯୁକ୍ତରାଷ୍ଟ୍ର ଆମେରିକା ସମେତ ସମଗ୍ର ବିଶ୍ୱ କେବେ ହେଲେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣକୁ କେବେ ଭୁଲିପାରିବୁ ନାହିଁ। ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩୦୦୦ ଲୋକ ପ୍ରାଣ ହରାଇଥିଲେ। 

 

9/11 Attack Anniversary: ଯେବେ ବିମାନ ଆକ୍ରମଣରେ ଦୋହଲି ଉଠିଥିଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ

9/11 Attacks History: ୨୦୦୧ ମସିହା ସେପ୍ଟମ୍ବର ୧୧ ତାରିଖ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ଥିଲା ଏକ କଳା ଦିନ। ଆଜିର ଦିନରେ ଆମେରିକା ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ୯/୧୧ ନାମରେ ଜଣାଶୁଣା। ଆମେରିକା ଇତିହାସରେ ଏହା ସବୁଠାରୁ ଭୟାନକ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଅନ୍ୟତମ। ଗତ ୨୦୦୧ ମସିହାରେ ଆମେରିକା ରାଜଧାନୀ ୱାଶିଂଟନ୍ ଡିସି ଏବଂ ଦେଶର ସବୁଠାରୁ ବଡ଼ ସହର ନ୍ୟୁୟର୍କ ଠାରେ ବିମାନ ଯୋଗେ ହୋଇଥିଲା ଭୟାନକ ଆତ୍ମଘାତୀ ଆକ୍ରମଣ। ଏହି ଆକ୍ରମଣରେ ଚକିତ ହୋଇଉଠିଥିଲା ଆମେରିକା। ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩୦୦୦ ଲୋକ ଆଖି ପିଛୁଳାକେ ପ୍ରାଣ ହରାଇଥିଲେ। ଖାଲିଦ ଶେଖ ମହମ୍ମଦ ଆମେରିକା ଠାରେ ହୋଇଥିବା ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ବିଶ୍ୱାସ କରାଯାଏ। ଯିଏ ମୁସଲିମ ବ୍ରଦରହୁଡ୍ ଗୋଷ୍ଠୀର ସକ୍ରିୟ ସଦସ୍ୟ ରହିଥିଲା।

କିପରି ହୋଇଥିଲା ୯/୧୧ ଆକ୍ରମଣର ଷଡ଼ଯନ୍ତ୍ର?
କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖାଲିଦ ମହମ୍ମଦ ଶେଖ (khalid Mohamed Sheikh) ୯୦ ଦଶକରେ ବିମାନ ମାଧ୍ୟମରେ ଆମେରିକା ଉପରେ ବାରମ୍ବାର ଆକ୍ରମଣ (Series Plane Attack on US) କରିବାକୁ ଚାହୁଁଥିଲେ। ହେଲେ ଏହି ଯୋଜନା ବିଫଳ ହୋଇଯାଇଥିଲା। ଏହା ପରେ ଖାଲିଦ ମହମ୍ମଦ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ (Al Qaeda Chief Osama Bin Laden) ସହ ମିଶି ୯/୧୧ ଆକ୍ରମଣ (9/11 Attack) କରିଥିଲେ। ଯାହା ବହୁତ ଭୟାନକ ଥିଲା। ଏହି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୯/୧୧ ଘଟଣା ଘଟିବାର ୨୨ ବର୍ଷ ପରେ ମଧ୍ୟ ଚିହ୍ନଟ କରାଯାଉଛି। ନିକଟରେ ଦୁଇଜଣ ନୂତନ ପୀଡିତଙ୍କୁ ଚିହ୍ନଟ କରାଯାଇଥିଲା। ୯/୧୧ ଆତଙ୍କବାଦୀ ଆକ୍ରମଣରେ (9/11 Attack Casualties) ପ୍ରାଣ ହରାଇଥିବା ଜଣେ ମହିଳା ଏବଂ ଅନ୍ୟ ଜଣେ ପୁରୁଷଙ୍କୁ ଚିହ୍ନଟ କରାଯାଇଥିଲା।

୯/୧୧ ଆକ୍ରମଣ ପାଇଁ ପାଣ୍ଠି ଯୋଗାଇଥିଲା ଲାଡେନ 
ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ୯/୧୧ ଆକ୍ରମଣ (World Trade Center Attack 2001) ପାଇଁ ପାଣ୍ଠି ଯୋାଗଇଥିଲା। ଓସାମା ମୂଳତଃ ସାଉଦି ଆରବ ନାଗରିକ ଥିଲା। ଆଫଗାନିସ୍ତାନ ଠାରେ ଅବସ୍ଥାନ କରିବା ସମୟରୁ ସେ ଆତଙ୍କବାଦୀ ସଙ୍ଗଠନ ପରିଚାଳନା କରୁଥିଲା। ଆପଣଙ୍କୁ କହିରଖୁଛୁ ଯେ ୯/୧୧ ଆକ୍ରମଣ ଘଟଣାର ୮ ବର୍ଷ ପୂର୍ବରୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର ନିକଟରେ ଅନ୍ୟ ଏକ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଥିଲେ।

କିପରି କରାଯାଇଥିଲା ୯/୧୧ ଆକ୍ରମଣ?
ଆଜକୁ ୨୨ ବର୍ଷ ପୂର୍ବେ ଅର୍ଥାତ ୨୦୦୧ ମସିହା ସେପ୍ଟମ୍ବର ୧୧ ତାରିଖରେ ଅଲ କାଏଦା ଆତଙ୍କବାଦୀ ଆମେରିକାରେ ଚାରୋଟି ବିମାନ ଅପହରଣ କରି ନେଇଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ଆତ୍ମଘାତୀ ଆକ୍ରମଣ। ଆମେରିକୀୟ ଏୟାରଲାଇନ୍ସ ଫ୍ଲାଇଟ୍ ୧୧ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଅପହରଣ ହୋଇଥିବା ବିମାନ ସକାଳ ୮.୪୬ ସମୟରେ ନ୍ୟୁୟର୍କ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ନର୍ଥ ଟାୱାର (World Trade Center North Tower) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାର ଠିକ୍ ୧୭ ମିନିଟ୍ ପରେ ସାଉଥ୍ ଟାୱାର (World Trade Center South Tower) ସହିତ ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ଧକ୍କା ହୋଇଥିଲା। ଏହା ପରେ ସକାଳ ୯:୩୭ ସମୟରେ ଆମେରିକୀୟ ଏୟାରଲାଇନ୍ସ ବିମାନ ରାଜଧାନୀ ୱାଶିଂଟନ (US Capital Washington) ସ୍ଥିତ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟ ପେଣ୍ଟାଗନ୍ (US Department of Defence Headquarters Pentagon) ଉପରେ ଖସିପଡିଥିଲା। ଏହା ପରେ ଚତୁର୍ଥ ବିମାନ ପେନସିଲଭାନିଆ ସ୍ଥିତ ଶେଙ୍କସିଭିଲ ଅଞ୍ଚଳରେ ଖସି ପଡ଼ିଥିଲା। ଏହାର ଲକ୍ଷ୍ୟ ରାଜଧାନୀ ୱାଶିଂଟନ ସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ୍ (US President Office White House) କିମ୍ବା ଦେଶର ସଂସଦ ଆମେରିକୀୟ କ୍ୟାପିଟାଲ ବିଲଡିଂ (US Capitol Building) ରହିଥିଲା। ହେଲ ଆତଙ୍କବାଦୀଙ୍କ ସହ ଯାତ୍ରୀଙ୍କ ସଂଘର୍ଷ ହେବା କାରଣରୁ ଏହି ବିମାନ ଆକ୍ରମଣ ସଫଳ ହୋଇନଥିଲା।