Top 10 News Headlines: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ BMCର କଡ଼ା ଚେତାବନୀ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2629776

Top 10 News Headlines: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ BMCର କଡ଼ା ଚେତାବନୀ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Headlines: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ BMCର କଡ଼ା ଚେତାବନୀ ଓ ଅନ୍ୟାନ୍ୟ ଖବର

Railway Budget Announces For Odisha: ବଜେଟ୍‌ରେ ରେଲୱେରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର । ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ୍‌ ନିର୍ମାଣ ହୋଇଛି । ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍‌ ମାଲେସିଆରେ ଥିବା ଟ୍ରାକ୍‌ଠୁ ଅଧିକ । ଓଡ଼ିଶାରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଥିବା ନେଇ ରେଳ ମନ୍ତ୍ରୀଙ୍କ ସୂଚନା। 

CM’s Grievance: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି। ଜୁଲାଇ ୧ ତାରିଖରୁ ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଖୋଦ୍‍ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହେବାକୁ ପ୍ରତିଶୃତି ଦେଇଛନ୍ତି। କିନ୍ତୁ  ଏ ଭିତରେ ୩୧ଟି ସୋମବାର ଭିତରୁ ମାତ୍ର ୭ ଦିନ ଏହି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇଛନ୍ତି। ଆଜିର ଅଭିଯୋଗ ଶୁଣାଣୀ ଅଷ୍ଟମ ଅଭିଯୋଗ ଶୁଣାଣି ହୋଇଛି। ଏଥିଲାଗି ୧୦୦୦ ଅଭିଯୋଗ କର୍ତ୍ତାଙ୍କ ଆବେଦନକୁ ଗ୍ରହଣ କରାଯାଇଛି। 

Subhadra Scheme: ଆସନ୍ତା ୮ ତାରିଖରେ ମିଳିବ ସୁଭଦ୍ର୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଯାଜପୁରରେ ଏକ ସମାରୋହ ଆୟୋଜନ କରି ରାଜ୍ୟ ସରକାର ଏହି ଅର୍ଥ ବଣତ୍ଟନ ଆରମ୍ଭ ହେବ। ଏନେଇ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ଏେହି ଆବଣ୍ଟନ ଲାଗି ୧୧ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସଂଯୁକ୍ତ ରହିଛି ସେମାନଙ୍କୁ ଏହି ଅର୍ଥ ମିଳିବ। ଯେଉଁମାନଙ୍କର ନାହିଁ ସେମାନେ ତୁରନ୍ତ ତାହାର ସମାଧାନ କରିପାରିବେ। 

Odisha Weather Report: ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଛି। ହାରାହାରି ତାପମାତ୍ରା ୩୦ ଡିଗ୍ରୀରେ ପହଞ୍ଚିଛି। ସେହିପରି ଉତ୍ତର ଭାରତରେ ମଧ୍ୟ ଶୀତର ପ୍ରକୋପ ହ୍ରାସ ହୋଇଛି। ଚାରିଆଡ଼େ କୁହୁଡ଼ି ଦେଖା ଦେଇଥିବାରୁ ଆସନ୍ତା କିଛିଦିନ ଭିତରେ ବର୍ଷା ହେଲେ ଯାଇ ପାଣିପାଗରେ ସୁଧାର ଆସିବ ବୋଲି ଆଶା କରାଯାଇଛି। ଆଜି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୩୫ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୨୨ ଡିଗ୍ରୀ ରହିବା ଅନୁମାନ କରାଯାଉଛି।

Naxals Plan Failed: ପୁଣି ମାଓବାଦୀଙ୍କ ଏକ ବଡ଼ ଧରଣର ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଉସୁର ଏବଂ ଅବାପାଲି ରାସ୍ତାରେ ନକ୍ସଲ ୨୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ପୋତିଥିଲେ। ସିଆରପିଏଫ,କୋବ୍ରା ଯବାନ ସର୍ଚ୍ଚ ଅପେରେସନ କରୁଥିବା ବେଳେ ଏହି ବୋମା ସମ୍ପର୍କରେ ଜାଣିପାରିଥିଲେ। 

Khandagiri Jatra Update: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଐତିହ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି। ସବୁ ଯାତ୍ରା କମିଟି ଏନେଇ ଅବଗତ ଅଛନ୍ତି। ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ।  

Malkangiri Ex Collector ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ NBW । କୋର୍ଟରେ ହାଜର ନହେବାରୁ NBW ଜାରି କଲେ ଏସ୍‌ଡିଜେଏମ୍‌ । ସହଯୋଗୀ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ NBW । ୨୦୧୯ ଡିସେମ୍ବରରେ ଦେବନାରାୟଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଦେବନାରାୟଣଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲେ । 

Delhi Election Campaign Last Day: ଦିଲ୍ଲୀ ବିଧାନସଭା ନିର୍ବାଚନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର । ଏହାପରେ ଫେବ୍ରୁଆରି ୫ ତାରିଖରେ ଦେଢକୋଟିରୁ ଅଧିକ ଭୋଟର ଭୋଟ ଦେଇ ବାଛିବେ ନେତା ଓ ସରକାର । ପ୍ରଚାରରେ ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରୁଛନ୍ତି ।

Telangana Congress Update: ତେଲଙ୍ଗାନାରେ କ୍ଷମତାସୀନ କଂଗ୍ରେସରେ ସବୁ ଠିକଠାକ୍ ଚାଲିଛି ତ? ଦଳରେ ଅଛି କି ଅନ୍ତଃକନ୍ଦଳ? ତାହା ଧୀରେ ଧୀରେ ବିସ୍ଫୋରକ ରୂପ ଧାରଣ କରିବାକୁ ଯାଉଛି କି? ଦଳର ୧୦ ଜଣ ବିଧାୟକ ଏକ ଗୁପ୍ତ ବୈଠକ କରିବା ପରେ ଉଠିଛି ଏହି ପ୍ରଶ୍ନ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ବିଧାନ ପରିଷଦ  ବା ଏମଏଲସି ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠିଥିବାରୁ ଦଳୀୟ ନେତୃତ୍ୱଙ୍କ ପାଇଁ ଏହା ଚିନ୍ତାରକାରଣ ହୋଇପାରେ ।

Parliament Session: ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭା ଏବଂ ରାଜ୍ୟସଭାରେ ଚାଲିଛି ଆଲୋଚନା। ଦକ୍ଷିଣ ଦିଲ୍ଲୀର ବିଜେପି ସାଂସଦ ରାମବୀର ସିଂହ ବିଧୁରୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଆଜି ଲୋକସଭାର ହଟ୍ଟଗୋଳରୁ ଆରମ୍ଭ ହେଲା ଗୃହ କାର୍ଯ୍ୟ । ବିରୋଧୀ ସାଂସଦମାନେ ମହାକୁମ୍ଭ ଅଘଟଣ ନେଇ ହଟ୍ଟଗୋଳ କରିଥିଲେ। କୁମ୍ଭମେଳା ଦଳାଚକଟା ନେଇ ଆଲୋଚନା ଦାବି କରି ବିରୋଧୀ ହଙ୍ଗାମା କରିଥିଲେ।