Top 10 News Today: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ବାତ୍ୟାରେ ୩୬ ଲକ୍ଷ ଲୋକ ପ୍ରଭାବିତ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2491397

Top 10 News Today: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ବାତ୍ୟାରେ ୩୬ ଲକ୍ଷ ଲୋକ ପ୍ରଭାବିତ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:  ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ବାତ୍ୟାରେ ୩୬ ଲକ୍ଷ ଲୋକ ପ୍ରଭାବିତ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

1. CM Grievance Cell will remain closed Today: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ବାତ୍ୟା ପରବର୍ତ୍ତୀ ବିଷୟକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଆଜି ଅଭିଯୋଗ ଶୁଣାଣି ପାଇଁ ଆସି ପାରିବେ ନାହିଁ। ଏଥିନେଇ ପୂର୍ବରୁ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଯେଉଁମାନେ ୨୮ ତାରିଖ ଅଭିଯୋଗ ଶୁଣାଣୀ ପାଇଁ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କୁ ଆସନ୍ତା ଅଭିଯୋଗଶୁଣାଣି ଦିବସରେ ସୁଯୋଗ ମିଳିବ ବୋଲି କୁହାଯାଇଛି।  ପରବର୍ତ୍ତୀ ଶୁଣାଣି ଦିବସ ବାବଦରେ ଆସନ୍ତା ଦିନରେ ସୂଚନା ଦିଆଯିବ।

2. Police to Wear Body Camera before facing Public: ପୁଲିସ ବର୍ଦ୍ଦିରେ ଏଣିକି କ୍ୟାମେରା ଲାଗିବ। ବିଶେଷକରି ଯେଉଁମାନେ ଥାନାରେ ଲୋକଙ୍କ ଏତଲା ରଖିବା ତଥା ଆଗନ୍ତୁକଙ୍କ ଲାଗି ବସୁଛନ୍ତି ସେହି ଅଧିକାରୀଙ୍କ ପାଇଁ ଏହି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ପୁଲିସ ସହ ଅଯଥା ଯୁକ୍ତି ତର୍କ କରୁଥିବା ବ୍ୟକ୍ତିଙ୍କ ବାବଦରେ ପ୍ରମାଣ ରଖିପାରିବ ପୁଲିସ। କମିଶନରେଟ ପୁଲିସ ପକ୍ଷରୁ ପୂର୍ବରୁ ଟ୍ରାଫିକ ନିୟନ୍ତ୍ରଣରେ ରହୁଥିବା ଅଧିକାରୀଙ୍କ ଲାଗି ଏହି ବର୍ଦ୍ଦିରେ କ୍ୟାମେରା ବ୍ୟବସ୍ଥା କରାଯାଇଥିଲା। ଏବେ ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା  ସାମ୍ନାକୁ ଆସିବା ପରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। କମିଶନରେଟ ପକ୍ଷରୁ ୫୨ଟି ଥାନା ମଧ୍ୟରୁ ୩୨ଟି ଥାନାରେ ଏହି ସୁବିଧା କରାଯାଇଛି। 

3. CM Majhi Reviewed Flood Situations: ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ସେ ଅଧିକାରୀମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ଲାଗି ଆଦେଶ ଦେଇଛନ୍ତି। ନଭେମ୍ବର ୨ ତାରିଖ ସୁଦ୍ଧା ଏହି କ୍ଷୟକ୍ଷତି ରିପୋର୍ଟ ଦେବେ ଅଧିକାରୀ। ଏବେ ବନ୍ୟା ପ୍ରଭାବ ହେତୁ ୪୭୦ଟି ଆଶ୍ରୟସ୍ଥଳୀରେ ୩୦ ହଜାର ଲେକ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 

4. 36 Lakhs affected in Dana: ବାତ୍ୟାରେ ରାଜ୍ୟର ୧୪ ଟି ଜିଲ୍ଲାର ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୬ ଲକ୍ଷ ୫୯ ହଜାର ଗୃହପାଳିତ ପ୍ରାଣୀ ଏଥିରେ ପ୍ରଭାବିତ ହୋଇଥିବା ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ ରାଜ୍ୟର ୧୨ ହଜାର ୫୦୯ ହେକ୍ଟର ଚାଷ ଜମି ଏଥିରେ ପ୍ରଭାବିତ ହୋଇଛି। ୫୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 

5. Joint Session of Parliament may be summoned: ସମ୍ବିଧାନ ଦିବସ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ହୋଇପାରେ। ୨୬ ନଭେମ୍ବର ଦିନ ଏହି ଯୁଗ୍ମ ଅଧିବେଶନ ପୁରୁଣା ସଂସଦରେ ଅନୁଷ୍ଠିତ ହେବ। ଏଥିନେଇ ଉଭୟ ସଚିବାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି  ସ୍ୱତନ୍ତ୍ର ଯୁଗ୍ମ ଅଧିବେଶନ ପୂର୍ବରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

6. Birla inaugurates Public policy School: ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଭୁବନେଶ୍ୱରଠାରେ ଥିବା କିଟ୍‍ ବିଶ୍ୱବିଦ୍ୟାଳୟରେ ସ୍କୁଲ୍‍ ଅଫ୍‍ ପବ୍ଲିକ୍‍ ପଲିସିକୁ ଉଦ୍‍ଘାଟନ କରିଛନ୍ତି। ଲୋକନୀତି ବାବଦରେ ଏହି ବିଭାଗରେ ପାଠ୍ୟକ୍ରମ ଆରମ୍ଭ ହେବ। ପ୍ରଶାସନରେ ଲୋକଙ୍କ ଭାଗିଦାରୀ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଶ୍ରୀ ବିର୍ଲା।

7. Modi to inaugurate Ayusman Bharat for sr Citizens: ସତୁରୀ ବର୍ଷ ବୟରୁ ଅଧିକ ବୟସ୍କଙ୍କ ଲାଗି ଆୟୁଷ୍ମାନ ଯୋଜନା ଆସନ୍ତା ୨୯ ତାରିଖରୁ ଲାଗୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ଚୁଆଲ୍‍ ମାଧ୍ୟମରେ ଏହାକୁ ଉଦ୍ଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତେବେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଏଯାଏ ଲାଗୁ ହୋଇ ନାହିଁ। 

8. Enquiry commission extends date for Filing Affidavit:  ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯାଇଥିବା ସମ୍ପର୍କରେ ତଦନ୍ତ କରୁଥିବା ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାସ କମିଶନ ସତ୍ୟପାଠ ଦାଖଲ ସୀମାକୁ ଆସନ୍ତା ୫ ତାରିଖ ଯାଏ ବଢ଼ାଇଛନ୍ତି। ଏଯାଏ ମୋଟ ୧୦୦ ସତ୍ୟପାଠ ଗ୍ରହଣ ହୋଇଥିବା କମିଶନ କହିଛନ୍ତି। 

9. New Guest in Similipal: ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଏକ ସୁସ୍ଥ ମହାବଳ  ବାଘକୁ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଛି। ଅଭୟାରଣ୍ୟରେ କଳାବାଘ ସଂଖ୍ୟା ବଢ଼ୁଥିବାରୁ ଏହି ମାଇ ବାଘ ଏଠାରେ ସନ୍ତୁଳନ ରକ୍ଷାର କରିବ ବୋଲି ଆଶା କରାଯାଇଛି। ଏେବ ଜଙ୍ଗଲରେ ୨୭ଟି ପ୍ରାପ୍ତ ବୟସ୍କ ଏବଂ ୮ଟି ଛୁଆ ବାଘ ରହିଛନ୍ତି। 

10. US, France, Armenia are major Buyers of Indian Def products: ଭାରତରୁ ପ୍ରତିରକ୍ଷା ସାମଗ୍ରୀ କିଣୁଛନ୍ତି ବିକଶିତ ଦେଶ। ଆମେରିକା, ଫ୍ରାନ୍ସ ଓ ଆର୍ମେନିଆ ଏହି କ୍ରୟରେ ଆଗୁଆ ରହିଛି ବୋଲି ପ୍ରତିରକ୍ଷା ବିଭାଗ ସୂଚନାରୁ ଜଣାପଡ଼ିଛି। ଆକାଶ,  ପିନାକ ଏବଂ ୧୫୫ ଏମଏମ୍‍ ବନ୍ଧୁକ ଏହି ଉତ୍ପାଦଗୁଡ଼ିକରେ ଅଧିକ ପରିଚିତ ହୋଇପାରିଛି। ଏ ଭିତରେ ଚଳିତ ବର୍ଷ ଭାରତ ୨୧ ହଜାର ୮୩ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିଛି।