Top 10 News Today: ଆସୁଛି ବଡ଼ ବାତ୍ୟା, ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2480198

Top 10 News Today: ଆସୁଛି ବଡ଼ ବାତ୍ୟା, ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ ଏବଂ ଅନ୍ୟ ମୁଖ୍ୟ ଖବର

ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା, ଉପକୂଳରେ ପ୍ରବଳ ବର୍ଷା ନାନା ଆଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ। ଦିନକ ପରେ ଅର୍ଥାତ ଆସନ୍ତା ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଯ

Top 10 News Today:  ଆସୁଛି ବଡ଼ ବାତ୍ୟା, ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ ଏବଂ ଅନ୍ୟ ମୁଖ୍ୟ ଖବର

ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା, ଉପକୂଳରେ ପ୍ରବଳ ବର୍ଷା
ନାନା ଆଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ। ଦିନକ ପରେ ଅର୍ଥାତ ଆସନ୍ତା ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଯାହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଅବପାତର ରୂପ ନେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।

ପ୍ରକାଶ ପାଇଲା OAS ରେଜଲ୍‌ଟ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର
ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ।  ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚାମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।

ଝାଡ଼ଖଣ୍ଡ ନିର୍ବାଚନ: ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଷଢ଼େଇକଳାରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଧନୱାରରୁ ଲଢ଼ିବେ ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି । ଜାମତାରାରୁ ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ ଏବଂ ଷଢ଼େଇକଳାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ନିର୍ବାଚନ ଲଢିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା କୋଡା ଜଗନ୍ନାଥପୁରରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା ପୋଟକାରୁ ଲଢିବେ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୁ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି । 

ସରିଲା ଉତ୍କର୍ଷ ଓଡ଼ିଶା ରୋଡ ସୋ
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ପାଇଁ ମୁମ୍ବାଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଦୁଇଦିନିଆ ରୋଡ୍ ସୋ ଆଜି ଶେଷ ହୋଇଛି। ଦ୍ବିତୀୟ ଦିନରେ ଶିଳ୍ପ ଓ ଉଦ୍ୟୋଗ ଜଗତର ୫୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ। ଦେଶର ଆର୍ଥିକ ରାଜଧାନୀରେ ଆୟୋଜିତ ଏହି ରୋଡ୍ ‌ସୋରେ ଓଡ଼ିଶାର ଶିଳ୍ପ ବିକାଶ ଏବଂ ନିବେଶ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦୁଇ ଦିନରେ ମୁମ୍ବାଇରେ ବାସ କରୁଥିବା ବହୁ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ୍‌ ଆଲୋଚନା ହୋଇଛି। 

ଜାନୁଆରୀ ୮ରୁ ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସ
ଓଡ଼ିଶାରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏହି ମହୋତ୍ସବ ଆସନ୍ତା ଜାନୁଆରି ୮ରୁ ୧୦ ଯାଏଁ ରାଜଧାନୀ ଭୁବନେଶ୍ବରର  ଜନତା ମଇଦାନରେ ଅନୁଷ୍ଠିତ ହେବ। ଏହି  ସମାରୋହ ପାଇଁ ବୈଦେଶିକ ମନ୍ତ୍ରାଳୟର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ସମାରୋହ ଅବସରରେ ବିଭିନ୍ନ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ। ଏହି ସମାରୋହ  ଦେଶର ଯୁବପିଢ଼ୀଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ସଂଯୋଗ କରିବା ଆୟୋଜନର ମୂଳ ଲକ୍ଷ୍ୟ ରଖାଯାଇଛି।

ଜାନୁୟାରୀ ୩ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ
ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରାର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଧନୁ ଯାତ୍ରା ଆୟୋଜକ କମିଟି ସଦସ୍ୟମାନଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଯାତ୍ରାର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ।

ହଟିଲେ DGCA ମୁଖ୍ୟ ବିକ୍ରମ ଦେବଦତ୍ତ
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିକ୍ରମ ଦେବ ଦତ୍ତଙ୍କୁ ପଦରୁ ହଟାଇଦିଆଯାଇଛି । ବିମାନରେ ବାରମ୍ବାର ବୋମା ଆତଙ୍କ ଘଟଣା ପରେ ତାଙ୍କୁ ଏହି ପଦବୀରେ ହଟାଇବାକୁ ନିଷ୍ପତ୍ତି ନେଇଥିଲା କେନ୍ଦ୍ର । ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି। 

କେନ୍ଦ୍ରମନ୍ତ୍ରୀଙ୍କ ଭାଇ ଗିରଫ 
ଜଣେ ମହିଳାଙ୍କୁ ୨ କୋଟି ଟଙ୍କା ଠକେଇ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଭାଇ ଗୋପାଳ ଯୋଶୀଙ୍କୁ ଗିରଫ କରାଯାଇଛି। ପୂର୍ବତନ JD(S) ବିଧାୟକ ଦେବବନ୍ଦ ଫୁଲ ସିଂ ଚାୱାନଙ୍କ ପତ୍ନୀ ସୁନୀତା ଚହ୍ୱାଣଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ସୁନୀତାଙ୍କ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆରରେ ପ୍ରହ୍ଲାଦ ଯୋଶୀଙ୍କ ଭଉଣୀ ବିଜୟଲକ୍ଷ୍ମୀ ଏବଂ ପୁଅ ଅଜୟ ଯୋଶୀ ମଧ୍ୟ ନାମ ମଧ୍ୟ ରହିଛି।

କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର ଗିରଫ
ଗିରଫ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର।  ହାଇଦ୍ରାବାଦର ଚିକ୍କାଡପଲ୍ଲୀ ସ୍ଥିତ ଅଶୋକ ନଗରରେ ତେଲେଙ୍ଗାନା ଲୋକ ସେବା ଆୟୋଗ ଅଧିନସ୍ଥ ଗ୍ରୁପ୍ ୧ ସର୍ଭିସର ପ୍ରାର୍ଥୀଙ୍କ ସହ ମିଶି ବିକ୍ଷୋଭ କାରଣରୁ ତାଙ୍କୁ ଗିରଫ କରିଛି ତେଲେଙ୍ଗାନା ପୋଲିସ। ସେ ପ୍ରାର୍ଥୀମାନଙ୍କ ସହ ଏହି ପରୀକ୍ଷା ବାତିଲ ଓ ହାଇଦ୍ରାବାଦରେ ଏକ ଧାରଣା ଆୟୋଜନ କରିଥିଲେ। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ଥ ରେଡ୍ଡୀଙ୍କ କାର୍ଯ୍ୟାଲୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ନ୍ୟୁଜିଲ୍ୟାଣ୍ଡକୁ ୧୦୭ ରନ ଟାର୍ଗେଟ ଦେଲା ଭାରତ
ପ୍ରଥମ ଇନିଂସରେ ମାତ୍ର ୪୬ ରନ କରି ଅଲଆଉଟ ହୋଇଥିବା ଭାରତୀୟ ଟିମ ଦ୍ୱିତୀୟ ଇନିଂସରେ କମବ୍ୟାକ କରିଥିଲେ ହେଁ କେବଳ ୪୬୨ ରନ କରିପାରିଛି। ସର୍ଫରାଜ ଖାନଙ୍କ ୧୫୦ ଓ ଋଷଭ ପନ୍ତଙ୍କ ୯୯ ରନ ବଳରେ ଭାରତ କିଛି ମାତ୍ରାରେ ଦମ ଦେଖାଇଥିଲା। ହେଲେ ଏବେ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ କେବଳ ୧୦୭ ରନ ଟାର୍ଗେଟ ମିଳିଛି। ପ୍ରଥମ ଇନିଂସରେ ଦଳ ୪୦୨ ରନ କରିଥିଲା। ମ୍ୟାଚ୍‌ ସରିବାକୁ ଆହୁରି ଗୋଟିଏ ଦିନ ବାକି ଥିବାରୁ ଏବେ କେବଳ କୌଣସି ଚତ୍ମକାର ହିଁ ଭାରତକୁ ପରାଜୟରୁ ରକ୍ଷା କରିପାରିବ।