Top 10 News: ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ
ଆଜି ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଜେପିର ବରିଷ୍ଠ ନେତାମାନେ ହସ୍ପିଟାଲ ଯାଇ ଉଭୟଙ୍କ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଛିଝନ୍ତି।
ରାହୁଲଙ୍କୁ ଦାୟୀ କଲେ ପ୍ରତାପ
ରାହୁଲ ଗାନ୍ଧୀ ପେଲିଦେବାରୁ ସେ ତଳେ ପଡ଼ି ଗୁରୁତର ହୋଇଛନ୍ତି ବୋଲି ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ଆଜି ସଂସଦ ଭବନ ସିଢିରୁ ପଡି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଶ୍ରୀ ଷଡ଼ଙ୍ଗୀ। ସଂସଦ ଭବନରୁ ଆହତ ଅବସ୍ଥାରେ ବାହାରିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଥିଲେ।
ଅଭିଯୋଗକୁ ଖାରଜ କଲେ ରାହୁଲ
ପ୍ରତାପ ଷଡଙ୍ଗୀଙ୍କ ଅଭିଯୋଗ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ହଁ ମୁଁ ଏହା କରିଛି, ଠିକ୍ ଅଛି। ଠେଲିବା ଦ୍ୱାରା କିଛି ହାସଲ ହୁଏ ନାହିଁ। ମୁଁ ସଂସଦ ଭିତରକୁ ଯିବାକୁ ଚାହୁଁଥିଲି । ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଉଥିଲା। ବିଜେପି ସାଂସଦମାନେ ଆମକୁ ଠେଲାପେଲା କରିଥିଲେ।
ଥାନାରେ ପହଞ୍ଚିଲା ମାମଲା
ସଂସଦରେ ହୋଇଥିବା ଠେଲାପେଲା ମାମଲାରେ ବିଜେପି ଥାନାର ଦ୍ୱାରସ୍ଥ ହୋଇଛି। ବିଜେପିର ବରିଷ୍ଠ ନେତା ଅନୁରାଗ ଠାକୁର ଓ ଦିଲ୍ଲୀ ସାଂସଦ ବାଂସୁରୀ ସ୍ୱରାଜ ଆଜି ନିକଟସ୍ଥ ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧୀଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ନିଜ ଦଳର ଦୁଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ରାହୁଲ ଧକ୍କା ମାରିଥିବା ନେଇ ମାମଲା ରୁଜୁ କରିଛନ୍ତି ଅନୁରାଗ ଓ ବାଂଶୁରୀ।
ରାହୁଲଙ୍କ ଦାୟିତ୍ବହୀନ ଆଚରଣ ନିନ୍ଦନୀୟ: ମୁଖ୍ୟମନ୍ତ୍ରୀ
ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମଡିଆ ଏକ୍ସରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ବହୀନ ତଥା ଆପତ୍ତିଜନକ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ରାହୁଲଙ୍କର ଏଭଳି ଆଚରଣ ଯୋଗୁ ଆମ ଦଳର ବରିଷ୍ଠ ଦଳର ନେତା ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ଏଭଳି କାର୍ଯ୍ୟ କେବେ ଗ୍ରହଣୀୟ ନୁହେଁ। ଏହା ଗଣତନ୍ତ୍ରର ପବିତ୍ର ଗୃହ ପ୍ରତି ଅପମାନ ବୋଲି ସେ କହିଛନ୍ତି।
ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆହତ
ଆଜି ସଂସଦରେ ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ଯାହାପରେ ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିଜେପି ଘେରିଥିବା ବେଳେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ତାଙ୍କ ଆଣ୍ଠୁରେ ବି ଆଘାତ ଲାଗିଥିବା କହିଛନ୍ତି। ବିଜେପି ସାଂସଦ ଠେଲି ଦେଇଥିବା ଅଭିଯୋଗ ନେଇ ସେ ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ପତ୍ରରେ ଉଲ୍ଳେଖ କରିଛନ୍ତି।
ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ
ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମାତ୍ର କେବେ ଆସିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। କିନ୍ତୁ ଚଳିତ ଡିସେମ୍ବର ମାସ ଶେଷ ବେଳକୁ ଓଡ଼ିଶା ଆସିପାରନ୍ତି ଅମିତ ଶାହା ବୋଲି ଶ୍ରୀ ସାମଲ ସୂଚନା ପ୍ରଦାନ କରିଛନ୍ତି।
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ବ୍ୟବସ୍ଥା, ଆନନ୍ଦବଜାରରେ ନୂଆ ଡ୍ରେସକୋର୍ଡ
ନୂଆବର୍ଷ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ନୂଆ ବ୍ୟବସ୍ଥା । ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ସ୍ବତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ।
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍ । ଦ୍ବିତୀୟ ଦିନରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡ୍ । ସମ୍ବଲପୁରର ଦାନିପାଲିରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶ୍ବ ଏନ୍ଜିଓର ଫାଉଣ୍ଡର ହେଉଛନ୍ତି ପ୍ରମିଳା ମଲ୍ଲିକଙ୍କ ଭାଇ ।
ନୌକା ଦୁର୍ଘଟଣାରେ ୧୩ ମୃତ
ମୁମ୍ବାଇ ହାର୍ବୋରଠାରେ ଏକ ଯାତ୍ରୀବାହୀ ଡଙ୍ଗା ‘ନୀଳ କମମଳ’କୁ ଭାରତୀୟ ନୌସେନାର ଏକ ସ୍ପୀଡ୍ ବୋଟ୍ ଧକ୍କା ଦେବାରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ନପୌସେନା କର୍ମଚାରୀ ଓ ଜାହାଜ ନିର୍ମାତାଙ୍କ ରକ୍ଷଣାବେକ୍ଷଣ କମ୍ପାନୀ ସଦସ୍ୟ ସାମିଲ ରହିଛନ୍ତି। ଅନ୍ୟ ଜଣେ କମ୍ପାନୀ ସଦସ୍ୟ ଓ ନୌସେନା କର୍ମଚାରୀଙ୍କ ସମେତ ୯୯ ଜଣଙ୍କୁ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ସ୍ପୀଡ୍ ବୋଟରେ କିଛି ଯାତ୍ରିକ ତ୍ରୁଟି ଯୋଗୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ଆଜି ଗୋଆ ମୁକ୍ତି ଦିବସ
ଆଜି ଗୋଆ ମୁକ୍ତି ଦିବସ। ୧୯୬୧ ମସିହା ଆଜିର ଦିନରେ ପର୍ତ୍ତୁଗୀଜ ଉପନିବେଶରୁ ଗୋଆକୁ ମୁକ୍ତ କରାଇ ଭାରତର ଅଙ୍ଗ ଭାବେ ପରିଚୟ ପ୍ରଦାନ କରାଯାଇଥିଲା। ଏଥିଲାଗି ଗୋଆ ଲୋକେ ଏହାକୁ ମୁକ୍ତି ଦିବସ ଭାବେ ପାଳନ କରନ୍ତି। ଭାରତୀୟ ସେନାର ‘ଅପରେସନ୍ ବିଜୟ’ ଦ୍ୱାରା ଏହି ଦେଶ ମୁକ୍ତ ହୋଇଥିଲା।