RSS Chief Mohan Bhagwat: ମହାପ୍ରଭୁଙ୍କୁ ଦର୍ଶନ କଲେ RSS ମୁଖ୍ୟ ମୋହନ ଭାଗବତ
Advertisement
Article Detail0/zeeodisha/odisha2375946

RSS Chief Mohan Bhagwat: ମହାପ୍ରଭୁଙ୍କୁ ଦର୍ଶନ କଲେ RSS ମୁଖ୍ୟ ମୋହନ ଭାଗବତ

RSS Chief Mohan Bhagwat: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି । ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ସହ ...

 RSS Chief Mohan Bhagwat: ମହାପ୍ରଭୁଙ୍କୁ ଦର୍ଶନ କଲେ RSS ମୁଖ୍ୟ ମୋହନ ଭାଗବତ

RSS Chief Mohan Bhagwat: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି । ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ଶ୍ରୀଯୁକ୍ତ ଭାଗବତ। ଶ୍ରୀମନ୍ଦିରରୁ ଫେରିବା ସମୟରେ ସେ କାଶୀ ବିଶ୍ଵନାଥ ଓ ପତିତ ପାବନଙ୍କ ସାନିଧ୍ୟ ମଧ୍ୟ ନେଇଥିଲେ। ବାଂଲାଦେଶରେ ଚାଲିଥିବା ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଥିଲେ ବୋଲି କହିଛନ୍ତି ସେବାୟତ । 

ALSO READ: Shani Dev: ଆପଣଙ୍କ ରାଶିରେ ପଡିଛି କି ଶନିଦଶା? କରନ୍ତୁ ଏହିସବୁ ଉପାୟ, ଶୁଭଫଳ ଦେବେ ଶନିଦେବ!

ରାଷ୍ଟ୍ରର ମଙ୍ଗଳ ତଥା ହିନ୍ଦୁ ମାନଙ୍କ ମଙ୍ଗଳ କାମନା କରି ସେ ମହପ୍ରଙ୍କୁ ନିକଟରେ ମଧ୍ୟ ଦୀପଦାନ କରିଛନ୍ତି ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି । ପ୍ରାୟ ୪୫ ମିନିଟ୍ କାଳ ଶ୍ରୀମନ୍ଦିରରେ ରହିବା ସହ ରାଷ୍ଟ୍ର ମଙ୍ଗଳ କାମନା କରିଛନ୍ତି । ସେହି ଭଳି ନୀଳଚକ୍ରରେ ତାଙ୍କ ନାମରେ ନେତ ମଧ୍ୟ ବନ୍ଧା ଯାଇଛି । ୫ ଦିନିଆ ଓଡିଶା ଗସ୍ତରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ସେ ରହିବା ସହ ଅପରାହ୍ନ ୫ ଟାରେ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବେ । ଆଗଷ୍ଟ ୧୦ ଓ ୧୧ ତାରିଖରେ ପୁରୀରେ ସଂଘର ପ୍ରାନ୍ତ ସେବା ପ୍ରମୁଖ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମଧ୍ୟ ଶ୍ରୀଯୁକ୍ତ ମୋହନ ଭାଗବତ ଯୋଗଦେବେ।