Puri News: ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ସମସ୍ୟା ଉପୁଜିବା ଘଟଣା, ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା ହେବ କହିଲେ ଜିଲ୍ଲାପାଳ
Advertisement
Article Detail0/zeeodisha/odisha2477948

Puri News: ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ସମସ୍ୟା ଉପୁଜିବା ଘଟଣା, ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା ହେବ କହିଲେ ଜିଲ୍ଲାପାଳ


Puri News: ଆଜିଠାରୁ ଚଳଚଞ୍ଚଳ ସରକାରୀ ହବିଷ୍ଯାଳି ଶିବିର। ଚାରି ଶିବିରରେ ପ୍ରାୟ ୨୫୦୦ ହବିଷ୍ଯାଳି ବ୍ରତ ଆରମ୍ଭ କରିଛନ୍ତି। ସକାଳୁ ତିର୍ଥ ପୁଷ୍କରିଣୀରେ ସ୍ନାନ କରି ସ୍ୱତନ୍ତ୍ର ପୁରୋହିତଙ୍କ ନିକଟରେ ବ୍ରତ ବାନ୍ଧି ବୃନ୍ଦାବତି ପୂଜା କରିଥିଲେ। ରାଇଦାମୋଦର ପୂଜା କରିବା ପରେ ସ୍ୱତନ୍ତ୍ର ବସରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କର ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି। 

Puri News:  ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ସମସ୍ୟା ଉପୁଜିବା ଘଟଣା, ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା ହେବ କହିଲେ ଜିଲ୍ଲାପାଳ

Puri News: ଆଜିଠାରୁ ଚଳଚଞ୍ଚଳ ସରକାରୀ ହବିଷ୍ଯାଳି ଶିବିର। ଚାରି ଶିବିରରେ ପ୍ରାୟ ୨୫୦୦ ହବିଷ୍ଯାଳି ବ୍ରତ ଆରମ୍ଭ କରିଛନ୍ତି। ସକାଳୁ ତିର୍ଥ ପୁଷ୍କରିଣୀରେ ସ୍ନାନ କରି ସ୍ୱତନ୍ତ୍ର ପୁରୋହିତଙ୍କ ନିକଟରେ ବ୍ରତ ବାନ୍ଧି ବୃନ୍ଦାବତି ପୂଜା କରିଥିଲେ। ରାଇଦାମୋଦର ପୂଜା କରିବା ପରେ ସ୍ୱତନ୍ତ୍ର ବସରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କର ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି। ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ଯବସ୍ଥା କରାଯାଇଛି। ପୂଜା ବ୍ଯବସ୍ଥା ବାଦ ପ୍ରବଚନ, ମହାପ୍ରସାଦ ସେବନର ବ୍ଯବସ୍ଥାକୁ କରାଯାଇଛି। 

ଏତତଭିନ୍ନ ହବିଷ୍ଯାଳି ମାନଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ସେପଟେ ଅନେକ ହବିଷ୍ଯାଳି ବିନା ପଞ୍ଜିକରଣରେ ଆସି ପହଞ୍ଚିଛନ୍ତି। ରହିବା ପାଇଁ ଦାବି କରୁଛନ୍ତି। ଯଦି ପଞ୍ଜିକରଣ କରିଥିବା ନିର୍ଦ୍ଧାରିତ ଅଢେଇ ହଜାର ହବିଷ୍ଯାଳି ମାନଙ୍କ ମଧ୍ୟରୁ ନଆସନ୍ତି ତେବେ କିଛି ହବିଷ୍ଯାଳି ମାନଙ୍କୁ ସାମିଲ କରିବୁ। କେତେ ଫାଙ୍କା ହେବ ଦିନେଦୁଇଦିନ ମଧ୍ୟରେ ସ୍ପଷ୍ଟ ହେବ। ପଞ୍ଜିକରଣ ନକରି ଯେଉଁ ମାଆ ମାନେ ଅଛନ୍ତି ସେମାନଙ୍କୁ ଅନ୍ଯ ମଠବାଡିରେ ଛାଡିବା ପାଇଁ ପ୍ରଶାସନ ସହଯୋଗ କରିବ। ତେବେ ମୋଚିସାହୀ କଲ୍ଯାଣ ମଣ୍ଡପରେ ହବିଷ୍ଯାଳି ମାନଙ୍କୁ ଦୁର୍ବ୍ୟବହାର ହୋଇଥିବା ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।