Odisha News: ଆଜି ମନ୍ତ୍ରୀ ପରିଷଦ ବୈଠକ
Advertisement
Article Detail0/zeeodisha/odisha2341137

Odisha News: ଆଜି ମନ୍ତ୍ରୀ ପରିଷଦ ବୈଠକ

Odisha News:  ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ବସିବ। ସକାଳ ସାଢେ ୯ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।  ଏହି ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ।  

Odisha News: ଆଜି ମନ୍ତ୍ରୀ ପରିଷଦ ବୈଠକ

Odisha News:  ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ବସିବ। ସକାଳ ସାଢେ ୯ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।  ଏହି ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ।  ଆସନ୍ତା ୨୨ ତାରିଖରୁ ବଜେଟ୍ ଅଧିବେଶନ ଥିବାରୁ ଚିଠା ବଜେଟକୁ  ମନ୍ତ୍ରୀ ପରିଷଦ ବୈଠକରେ  ଅନୁମୋଦନ ମିଳିବ ବୋଲି ଜଣାପଡିଛି।  ନିର୍ବାଚନ ପୂର୍ବରୁ  ବିଜେଡି ସରକାର ଆଣିଥିବା କାମଚଳା ବଜେଟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବ୍ୟବ ବରାଦ  କରିଥିଲେ। ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଲେଖାଅନୁମୋଦନ ବିଭାଗକୁ ବିଧାନସଭା ମଞ୍ଜୁରୀ ଦେଇଥିଲା।  ନୂଆ ସରକାର ଆସନ୍ତା ୨୫ ତାରିଖରେ ନିଜର ପ୍ରଥମ ବଜେଟ୍ ଆଣିବ। 

ALSO READ: Budhaditya Rajyog 2024: ବୁଦ୍ଧାଦିତ୍ୟ ରାଜଯୋଗ ଏହିସବୁ ରାଶିଙ୍କ ଉପରେ ପକାଇବ ବଡ଼ ପ୍ରଭାବ, ମିଳିବ ନୂଆ ଚାକିରି ସାଙ୍ଗକୁ...

ନିର୍ବାଚନ ପ୍ରତିଶ୍ର଼ୃତି ପୂରଣ କରିବାକୁ ଯାଇ ସରକାର ସୁଭଦ୍ରା ଯୋଜନା ସହ ଧାନ ଏମଏସପି  ୩୧୦୦ ଟଙ୍କା କରିବାକୁ ଘୋଷଣା କରିଛନ୍ତି।  ଏହାଛଡା ଆଉ କିଛି ବଡ଼ ପ୍ରତିଶ୍ରୃତି ବଜେଟ୍ ରେ ପ୍ରତିଫଳିତ ହୋଇପାରେ। ଆନୁମାନ କରାଯାଇଛି ଯେ, ବଜେଟର ଆକାର ଆହୁରି ବୃଦ୍ଧି କରାଯାଇପାରେ। କେନ୍ଦ୍ର ସରକାରଙ୍କ ବଜେଟ୍ ଏଯାଏଁ ଆଗତ ହୋଇ ନାହିଁ। ତଥାପି ରାଜ୍ୟକୁ କେତେ କେନ୍ଦ୍ରୀୟ ପାଣ୍ଠି ମିଳିବ।  ସେ ସମ୍ପର୍କରେ ରାଜ୍ୟ ସରକାର କିଛି ସଙ୍କେତ ପାଇଥିବା ଅର୍ଥନୈତିଜ୍ଞମାନେ ଅନୁମାନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି  ଚିଠା ବଜେଟ୍ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।