Odisha News: ପୁରୁଷ ବନ୍ଧ୍ୟାକରଣରେ ରାଜ୍ୟର ଆଦିବାସୀ ଜିଲ୍ଲା ଅଗ୍ରଣୀ
Advertisement
Article Detail0/zeeodisha/odisha2534475

Odisha News: ପୁରୁଷ ବନ୍ଧ୍ୟାକରଣରେ ରାଜ୍ୟର ଆଦିବାସୀ ଜିଲ୍ଲା ଅଗ୍ରଣୀ

Odisha News: ଓଡ଼ିଶାରେ ପରିବାର ନିୟୋଜନର ଏକ ବିକଳ୍ପ ମାଧ୍ୟମ ଭାବରେ ଭାସ୍କୋଟମୀକୁ ସ୍ୱୀକୃତି କମ୍ ଥିବାବେଳେ ଅଧିକ ବିକଶିତ ଏବଂ ଶିକ୍ଷିତ ଉପକୂଳବର୍ତ୍ତୀ ଜିଲ୍ଲା ତୁଳନାରେ ଆଦିବାସୀ ଜିଲ୍ଲାମାନେ ପୁରୁଷ ବନ୍ଧ୍ୟାକରଣ ଗ୍ରହଣ କ୍ଷେତ୍ରରେ ଅଗ୍ରଣୀ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଭଳି ଜିଲ୍ଲା ପୁରୁଷ ବନ୍ଧ୍ୟାକରଣ ସେବାରେ ଆଗରେ ଥିବାବେଳେ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ବାଲେଶ୍ୱର ପଛରେ ରହିଛନ୍ତି।

 

Odisha News: ପୁରୁଷ ବନ୍ଧ୍ୟାକରଣରେ ରାଜ୍ୟର ଆଦିବାସୀ ଜିଲ୍ଲା ଅଗ୍ରଣୀ
 
Odisha News: ଓଡ଼ିଶାରେ ପରିବାର ନିୟୋଜନର ଏକ ବିକଳ୍ପ ମାଧ୍ୟମ ଭାବରେ ଭାସ୍କୋଟମୀକୁ ସ୍ୱୀକୃତି କମ୍ ଥିବାବେଳେ ଅଧିକ ବିକଶିତ ଏବଂ ଶିକ୍ଷିତ ଉପକୂଳବର୍ତ୍ତୀ ଜିଲ୍ଲା ତୁଳନାରେ ଆଦିବାସୀ ଜିଲ୍ଲାମାନେ ପୁରୁଷ ବନ୍ଧ୍ୟାକରଣ ଗ୍ରହଣ କ୍ଷେତ୍ରରେ ଅଗ୍ରଣୀ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ, ରାୟଗଡ଼ା ଓ ସୁନ୍ଦରଗଡ଼ ଭଳି ଜିଲ୍ଲା ପୁରୁଷ ବନ୍ଧ୍ୟାକରଣ ସେବାରେ ଆଗରେ ଥିବାବେଳେ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ବାଲେଶ୍ୱର ପଛରେ ରହିଛନ୍ତି।
 
ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୩-୨୪ରେ କୋରାପୁଟରେ ସର୍ବାଧିକ ୩୦୭, ସୁନ୍ଦରଗଡ଼ରେ ୨୮୨ ଓ ରାୟଗଡ଼ାରେ ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୬, କଟକରୁ ୨୮, ଗଞ୍ଜାମରୁ ୬୯ ଓ ବାଲେଶ୍ୱରରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ଓ ନବରଙ୍ଗପୁରରେ ଯଥାକ୍ରମେ ୫୪ ଓ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲା ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି।ସମ୍ବଲପୁର, ନୟାଗଡ଼, ଅନୁଗୁଳ ଓ ଢେଙ୍କାନାଳ ଭଳି ଅନେକ ଜିଲ୍ଲାରେ ସିଙ୍ଗଲ ଡିଜିଟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦେବଗଡ଼ ଜିଲ୍ଲାରେ କୌଣସି ପୁରୁଷ ଏହି ଅସ୍ତ୍ରୋପଚାର ପାଇଁ ଆଗେଇ ଆସିନଥିଲେ।
 
 
ଅନ୍ୟରାଜ୍ୟ ତୁଳନାରେ କମ୍ ହୋଇଥିଲେ ମଧ୍ୟ ଓଡ଼ିଶାରେ ୨୦୨୦-୨୧ରେ ୭୧୯ରୁ ୨୦୨୧-୨୨ରେ ୯୯୧, ୨୦୨୨-୨୩ରେ ୧୫୬୯ ଓ ୨୦୨୩-୨୪ରେ ୧୭୯୨ ମାମଲା ବୃଦ୍ଧି ପାଇଛି। ୨୦୨୧-୨୨ରେ ୮୨,୧୫୨ଥିବା ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ୨୦୨୨-୨୩ରେ ୯୨,୫୨୯କୁ ବୃଦ୍ଧି ପାଇଥିବା ବେଳେ ପରବର୍ତ୍ତୀ ବର୍ଷ ରାଜ୍ୟରେ ପ୍ରାୟ ୭୯,୫୮୩ ମାମଲା ସାମ୍ନାକୁ ଆସିଛି।
 
ପରିବାର ନିୟୋଜନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ମୁରଲୀଧର ପାଢ଼ୀ କହିଛନ୍ତି ଯେ ଭାସ୍କୋଟମୀର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବାରେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସକ୍ରିୟ ଅଂଶଗ୍ରହଣ ଆଦିବାସୀ ଅଞ୍ଚଳରେ ସାଂସ୍କୃତିକ ନିଷେଧତାକୁ ଦୂର କରିବାରେ ଯଥେଷ୍ଟ ସହାୟକ ହୋଇଛି।
 
ଅନେକ ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ କମ୍ ହୋଇଥିବାରୁ ଲୋକମାନେ ଏହାକୁ ନେଇ ଲଜ୍ଜା ଓ ଅନିଚ୍ଛା ପ୍ରକାଶ କରୁଛନ୍ତି। ଯଦି ସ୍ୱାସ୍ଥ୍ୟକର୍ମୀମାନେ ଆଦିବାସୀ ଜିଲ୍ଲାର ଲୋକଙ୍କୁ ଏହି ପ୍ରକ୍ରିୟା ପାଇଁ ବୁଝାଇପାରୁଛନ୍ତି, ତେବେ ଉପକୂଳବର୍ତ୍ତୀ ଜିଲ୍ଲାମାନେ କାହିଁକି ଏହି ପ୍ରକ୍ରିୟା ଅନୁସରଣ କରିପାରିବେ ନାହିଁ? ଏହା ଏକ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।
 
ସ୍ୱାସ୍ଥ୍ୟକର୍ମୀଙ୍କ ମିଳିତ ଉଦ୍ୟମ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଭଲ ପ୍ରଦର୍ଶନ କରିଥିବା ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।
ଏପ୍ରିଲ-ସେପ୍ଟେମ୍ବର ଅବଧି ମଧ୍ୟରେ ବାଲେଶ୍ୱରରେ ୨୩୫ ଟି ଭାସ୍କୋଟମୀ ମାମଲା ହୋଇଥିବା ବେଳେ ରେମୁଣା ବ୍ଲକ ୭୮ ଟି ମାମଲା ତାଲିକାର ଶୀର୍ଷରେ ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଭଲ ପ୍ରଦର୍ଶନ କରୁଛି। ୨୦୨୪-୨୫ରେ ଭାସ୍କୋଟମୀରେ ୨ ହଜାର ଅତିକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
 
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ ନସକଟମୀକୁ ନେଇ ଭୁଲ ସୂଚନା ଏବଂ ସାମାଜିକ କଳଙ୍କ କମ୍ ଗ୍ରହଣୀୟତା ପଛରେ ପ୍ରମୁଖ ପ୍ରତିବନ୍ଧକ ରହିଛି। ଭାସ୍କୋଟମୀ ମଣିଷର ଶାରୀରିକ ଶକ୍ତି ଏବଂ ବୀରତ୍ୱକୁ ପ୍ରଭାବିତ କରିଥାଏ ତାହା ଏକ ମିଥ୍ୟା ଏବଂ ଭୁଲ ଧାରଣାକୁ ଦୂର କରିବା ପାଇଁ ନିରନ୍ତର ଅଭିଯାନ ଆବଶ୍ୟକ ବୋଲି ସେମାନେ କହିଛନ୍ତି।
 
ସେପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଶେଷ କରି ଅଭାବୀ ଜିଲ୍ଲାଗୁଡ଼ିକରେ ପୁରୁଷ ବନ୍ଧ୍ୟାକରଣ ସେବାର ସମାନ ଉପଲବ୍ଧତା ଓ ଗ୍ରହଣୀୟତା ସୁନିଶ୍ଚିତ କରିବା ପାଇଁ ପ୍ରୟାସକୁ ବ୍ୟାପକ କରିବାକୁ ଯୋଜନା କରାଯାଇଛି।
 
ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ସଂଯୁକ୍ତା ସାହୁ କହିଛନ୍ତି ଯେ ରାଜ୍ୟ ସରକାର ପୁରୁଷ ବନ୍ଧ୍ୟାକରଣ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଓ ନଳବନ୍ଧ୍ୟା ପାଇଁ ୧୪ଶହ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ରାଜ୍ୟରେ ନସକଟମୀ ସପ୍ତାହ ପାଳନ କରାଯାଉଛି ଏବଂ ପୁରୁଷ ବନ୍ଧ୍ୟାକରଣର ୩ଟି ମାମଲା ରୁଜୁ କରିବା ପାଇଁ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଅତିରିକ୍ତ ୭୫୦ ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି।