Odisha News Live Updates: ଆଳୁ ସଙ୍କଟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି, ପଢିନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2376944

Odisha News Live Updates: ଆଳୁ ସଙ୍କଟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି, ପଢିନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha News Live Updates: ଆଳୁ ସଙ୍କଟକୁ ନେଇ ସରଗରମ୍ ରାଜ୍ୟ ରାଜନୀତି, ପଢିନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog
10 August 2024
21:20 PM

Jammu-Kashmir Anantnag Encounter: ଜମ୍ମୁ କାଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ହୋଇଛି, ଯେଉଁଥିରେ ଦୁଇ ସୌନିକ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଭାରତୀୟ ସେନା ସମଗ୍ର ଅଞ୍ଚଳକୁ ଘେରି ରହିଛି। ଶନିବାର ଦିନ ଅନନ୍ତନାଗ ଜିଲ୍ଲାର ଅହଲାନ ଗାଡୋଲ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା।

21:01 PM

New Cabinet Secretary: ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଟିଭି ସୋମନାଥନଙ୍କୁ ନୂତନ କ୍ୟାବିନେଟ ସଚିବ ଭାବରେ ନିଯୁକ୍ତ କରାଯାଇଛି। ସେ ରାଜୀବ ଗୌବାଙ୍କ ସ୍ଥାନ ନେବେ। ତାଙ୍କର କାର୍ଯ୍ୟକାଳ ଅଗଷ୍ଟ ୩୦ ରୁ ଦୁଇ ବର୍ଷ ପାଇଁ ଧାର୍ଯ୍ୟ ରଖାଯାଇଛି। ପୂରା ଖବର...

14:34 PM

Bangladesh Chief Justice Resigns: ବାଂଲାଦେଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓବୈଦୁଲ ହାସନ ନ୍ୟାୟପାଳିକାର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିକ୍ଷୋଭକାରୀମାନେ ଶନିବାର ଦିନ ଢାକାରେ ସୁପ୍ରିମକୋର୍ଟଙ୍କୁ ଘେରି ରହିଥିଲେ। ଏହା ପରେ ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ବିଚାରପତିଙ୍କୁ ଅପରାହ୍ନ ୧ ଟା ସୁଦ୍ଧା ଇସ୍ତଫା ଦେବାକୁ କୁହାଯାଇଥିଲା। ପୂରା ଖବର..

14:11 PM

Odisha News Live Updates:  ଆଜି ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେ.ସୋନାଲ । ଜେ. ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳ ରହିଥିଲେ । ତେବେ ଆଜି ବିଧିବଦ୍ଧ ଭାବେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଜଗତସିଂହପୁର ଜିଲ୍ଲାରେ ପହଁଚିବା ପରେ ଉପଜିଲାପାଳଙ୍କ ସହିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି କାର୍ଯ୍ୟରେ ଯୋଗ ଦେବା ସହିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ଜିଲ୍ଲାପାଳ ଯୋଗଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ,ପିଡ଼ି ରବିନାରାୟଣ ଜେଠି, ଉପଜିଲ୍ଲାପାଳ ପ୍ରଦୀପ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ପଟ୍ଟନାୟକଙ୍କ ସହିତ ସମସ୍ତ ସରକାରୀ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ଦେଇ ନୂତନ ଜିଲ୍ଲାପାଳ ଜେ. ସୋନାଲଙ୍କୁ ସ୍ବାଗତ କରିଥିଲେ ।

13:00 PM

Odisha News Live Updates:  କେନ୍ଦୁଝର ଜିଲା ଓଡିଶା ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କେନ୍ଦୁଝର ଜିଲାରେ ୨୦୨୪ ଅଗଷ୍ଟ ୧୦ ରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମ୍ଡିଏ) ଆୟୋଜିତ ହେବାକୁ ଯାଉଛି । ଏ ସଂକ୍ରାନ୍ତରେ ଏକ ଗଣମାଧ୍ୟମ କର୍ମଶାଳା ସ୍ଵାସ୍ଥ୍ୟ ବିଭାଗ ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆୟୋଜିତ ହୋଇଥିଲା । ଲିମ୍ଫାଟିକ ଫାଇଲେରିଆସିସ୍ ଦ୍ଵାରା ଦେଖାଦେଉଥ‌ିବା ଅବସ୍ଥା ଉପରେ ଆଲୋକପାତ କରୁଥିବା ସୂଚନା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ପ୍ରସାର ସୁନିଶ୍ଚିତ କରିବା ଏହି କର୍ମଶାଲାର ଲକ୍ଷ୍ୟ ଥିଲା, ଯଦ୍ବାରା ଜନସାଧାରଣ ଏହି ଗୁରୁତର ରୋଗ ସମ୍ପର୍କରେ ସଠିକ ସୂଚନା ପାଇପାରିବେ ।କର୍ମଶାଳା ଅବସରରେ ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡକ୍ଟର କିଶୋର କୁମାର ପୃଷ୍ଟି କହିଥିଲେ ।

11:41 AM

Odisha News Live Updates: ଚାକିରି ଦେବା ନାଁରେ ଠକେଇ ଘଟଣାରେ ଅଭିଯୋଗ ପରେ ଜଣେ ଶିକ୍ଷୟିତ୍ରୀ ଗିରଫ କରିଛି ପୁଲିସ। ଗିରଫ ଶିକ୍ଷୟିତ୍ରୀ ଅନସୂୟା ବାରିକ। ଘସିପୁରା ପୁଲିସ ଅଭିଯୁକ୍ତ ଶିକ୍ଷୟିତ୍ରୀକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁସାରେ, ଚାକିରି ଦେବା ନାଁରେ ନନ୍ଦିପଦା ଚୋରଗଡ଼ିଆ ଗୋପାଳପୁର ଗାଁର ମଧୁସ୍ମିତା ଜେନା ନାମକ ଜଣେ ଯୁବତୀଙ୍କ ଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ଠକିଛନ୍ତି। ଏକ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ଅନସୂୟା। ଗିରଫ ପରେ ସେ ସ୍ବାମୀ ଫେରାର ଥିବା ଜଣାଯାଇଛି। ତାଙ୍କୁ ପୁଲିସ କୋର୍ଟଚାଲାଣ ବି କରିଛି। ସେ ଆଉ କେତେକ ଯୁବତୀଙ୍କୁ ବି ଏଭଳି ଠକିଥିବା କୁହାଯାଉଛି। ପୁଲିସ ତାଙ୍କୁ ଅଧିକ ପଚରା ଉଚରା କରିବ ବୋଲି ଜଣାପଡ଼ିଛି। 

 

11:13 AM

Odisha News Live Updates:  ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଓ ବଡ଼ବିଲ-ଚଣ୍ଡିଖୋଲ ରାସ୍ତାର ଉଭୟ ପାର୍ଶ୍ୱରେ ୬ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ସହ ଆଲାଇନମେଣ୍ଟ ଏବଂ ନିୟନ୍ତ୍ରିତ ଆକ୍ସେସ୍ ସ୍ଥାନଗୁଡ଼ିକର ଚୂଡ଼ାନ୍ତ ରୂପ କରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ବିସ୍ତୃତ ଉପସ୍ଥାପନା କରିବାକୁ ଏନ୍ଏଚ୍ଏଆଇକୁ ଅନୁରୋଧ କରାଯାଇଛି। 

11:13 AM

Odisha News Live Updates:  ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଓ ବଡ଼ବିଲ-ଚଣ୍ଡିଖୋଲ ରାସ୍ତାର ଉଭୟ ପାର୍ଶ୍ୱରେ ୬ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ସହ ଆଲାଇନମେଣ୍ଟ ଏବଂ ନିୟନ୍ତ୍ରିତ ଆକ୍ସେସ୍ ସ୍ଥାନଗୁଡ଼ିକର ଚୂଡ଼ାନ୍ତ ରୂପ କରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ବିସ୍ତୃତ ଉପସ୍ଥାପନା କରିବାକୁ ଏନ୍ଏଚ୍ଏଆଇକୁ ଅନୁରୋଧ କରାଯାଇଛି। 

10:56 AM

Odisha News Live Updates: ପାରାଦୀପ ସ୍ଥିତ ଏସାର୍ ଷ୍ଟିଲ କମ୍ପାନୀ ପାଇଁ ଜମିହରାଇ ଥିବା ଜମିହରା ମାନଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ। ଶୀଳ୍ପ ନଗରୀ ପାରାଦ୍ୱୀପ ଅଞ୍ଚଳ ରେ ଏସ ଆର ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ସମୟରେ ଜମି ହରାଇଥିବା ଜମିହରା ପରିବାରର ସଦସ୍ୟ କୁ ପ୍ରଥମେ ଯୋଗ୍ୟତା ଭିତିରେ ଠିକା ଶ୍ରମିକ ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ କିଛିଦିନ ପରେ ଏସ ଆର କମ୍ପାନୀ କର୍ତ୍ତୃପକ୍ଷ ବିନା କୌଣସି ନୋଟିସ ରେ ଅଧିକାଂଶ ଶ୍ରମିକ ଙ୍କୁ ଚାକିରୀ ରୁ ବହିଷ୍କାର କରିଥିବା ଅଭିଯୋଗ ଆଣିଛନ୍ତି। ଏହା ର ପ୍ରତିବାଦ ରେ ଶ୍ରମିକମାନେ କ୍ରମାଗତ ଭାବେ ଆନ୍ଦୋଳନ କରି ସମସ୍ୟା ସମ୍ପର୍କ ରେ ଜିଲ୍ଲା ପ୍ରଶାସନ କୁ ଅବଗତ କରିଥିଲେ | ହେଲେ ଇତି ମଧ୍ୟ୍ୟ ରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରିନାହିଁ| ଏମିତି କି ଜମି ହରାଇଥିବା ପରିବାର କୁ ବକେୟା ଟଙ୍କା କମ୍ପାନୀ ପ୍ରଦାନ କରିନାହିଁ କିମ୍ବା ଆଞ୍ଚଳର ଯୁବକ ମାନଙ୍କୁ ନିଯୁକ୍ତି କ୍ଷେତ୍ର ରେ ଅଗ୍ରାଧିକାର ପ୍ରଦାନ କରାଯାଇନାହିଁ | ଏ ସମ୍ପର୍କ ରେ ଶ୍ରମିକ ମାନେ ଜ଼ିଲ୍ଲା ଶ୍ରମ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଏହା ର ପ୍ରତିବାଦ ରେ ଜମି ହରାଇଥିବା ଶତାଧିକ ଜମିହରା ପରିବାର ଙ୍କ ସମେତ ଓ ଚାକିରୀ ରୁ ବହିଷ୍କାର ହୋଇଥିବା ଶ୍ରମିକ ମାନେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ତୁରନ୍ତ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ନିମନ୍ତେ ଦାବୀ କରିଛନ୍ତି। ଏଥି ମଧ୍ୟରେ ଏସାର୍ ଷ୍ଟିଲ କମ୍ପାନୀ ବିକ୍ରି କରାଯାଇ ଏବେ ଆର୍ସେଲର୍ ମିତ୍ତଲ ଆଣ୍ଡ ନିପ୍ପନ୍ ଷ୍ଟିଲ୍ କମ୍ପାନୀ କୁ ହସ୍ତାନ୍ତର କରାଯାଇଛି।

09:37 AM

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଟ୍ରକ୍ ଓ କାର୍ ଧକ୍କା ହେବା ଫଳରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଉତ୍ତର ପ୍ରଦେଶର ଗାଜିଆବାଦ୍- କାନପୁର ଗ୍ରୀନଫିଲ୍ଡ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି। 

09:25 AM

 Odisha News Live Updates:ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ୩ ଗାଁ ଜଳବନ୍ଦୀ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ କୋଟକଣା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁ କୁ ସଂଯୋଗ ହୋଇଥିବା ରାସ୍ତା ଉପର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇପଡିଛନ୍ତି ।ଏମାନଙ୍କୁ ସ୍ଥାନନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନ ମିଳିଛି । ସେହିପରି ତିର୍ତ୍ତୋଲ ଆଦିବାସୀ ସାହି ଓ ମଣିଜଙ୍ଗା ଗାଁରେ ବନ୍ୟା ଜଳ ପଶିଛି । ଏହି ଗାଁ ର ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ଘର ଛାଡ଼ି ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ଅନେକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି । ବନ୍ୟା ଯୋଗୁଁ ବ୍ୟାପକ ଫସଲ ମଧ୍ୟ ବୁଡିଯାଇ ନଷ୍ଟ ହୋଇଛି । ଲୋକମାନେ ନିଜ ଚେଷ୍ଟାରେ ନଦୀ ବନ୍ଧରେ ପଲିଥିନ ଟାଣି ଆଶ୍ରୟ ନେଇଥିବା ବେଳେ ପ୍ରଶାସନ ଏଥିପ୍ରତି ସଜାଗ ଥିବା ବେଳେ ଜଳସଂପଦ ବିଭାଗ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।

08:34 AM

 ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ :  Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

07:39 AM

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବ ସହ ଝାଡଖଣ୍ତ ଓ ସଂଲଗ୍ନ ଅଞ୍ଚଳରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡି଼ଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ।  ସେହିପରି ୧୧ ଓ ୧୨ ତାରିଖରେ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୩ ତାରିଖରେ ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୧୪ ଓ ୧୫ ତାରିଖ ବେଳକୁ ଉତ୍ତର ଓଡି଼ଶାର କେତେକ ସ୍ଥାନରେ ପ୍ରବଳରୁ ଅତ୍ ପ୍ରବଳ ବର୍ଷା ହେବର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସଆରସିଙ୍କ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି, ଢେଙ୍କାନାଳରେ ସର୍ବାଧିକ ବର୍ଷା ୨୧.୦ ମିଲିମିଟର ରେକର୍ଡ଼ କରାଯାଇଛି। ସେହିପରି କେନ୍ଦୁଝରରେ ୨୦.୨,ଯାଜପୁରରେ ୧୫.୦, ବାରିପଦାରେ ୧୧.୦ ଓ ଭବାନୀପାଟଣାରେ ୯.୦  ମିମି ବର୍ଷା ରେକର୍ଡ଼ ହୋଇଛି। 

07:07 AM

Odisha News Live Updates: ରାଜ୍ୟରେ ଏବେ ଆଳୁକୁ ନେଇ ରାଜନୀତି ସରଗରମ । ରୋଷେଇ ଘରର ମୁଖ୍ୟ ପରିବା ପାଲଟିଥିବା ଆଳୁ ଦର ଏବେ ଆକାଶ ଛୁଆଁ ହୋଇଥିବାରୁ ସାଧାରଣ ଲୋକଙ୍କ ପକେଟକୁ ବେଶ୍ ବାଧୁଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ନଛାଡିବା କାରଣରୁ ରାଜ୍ୟରେ ଏବେ ଆଳୁ ଚଢା ଦରରେ ବିକ୍ରୀ ହେଉଛି । କେଉଁଠି କେଜି ପିଛା ୫୦ରୁ ୬୦ ଟଙ୍କା ପୁଣି କେଉଁଠି ୭୦ ପାର୍ । ଓଡ଼ିଶା ସରକାରଙ୍କୁ ମଧ୍ୟ ଆଳୁ କାରଣରୁ ବିରୋଧୀ ଦଳ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ଉତ୍ତରପ୍ରଦେଶ ଏବଂ ପରେ ଆବଶ୍ୟକ ହେଲେ ପଞ୍ଜାବରୁ ଆଳୁ ଆସିବ ବୋଲି ସରକାରୀ ସୂତ୍ରରୁ କୁହାଯିବା ପରେ ମଧ୍ୟ ଏଯାବତ ଆଳୁକୁ ନେଇ ସମସ୍ୟା ଦୂର ହୋଇନି ।

07:05 AM

Horoscope Today 10 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୧୦ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ:  Today Horoscope: ଆଜି ଏହିସବୁ ରାଶିଙ୍କୁ ମିଳିବ ଖୁସି ଖବର ସହ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?