BJP MP Pratap Sarangi: ସଂସଦ ସିଢିରୁ ପଡି ଓଡ଼ିଆ ସାଂସଦ ଆହତ, ରାହୁଲଙ୍କୁ ଦାୟୀ କଲେ ପ୍ରତାପ ଷଡ଼ଙ୍ଗୀ
Advertisement
Article Detail0/zeeodisha/odisha2565233

BJP MP Pratap Sarangi: ସଂସଦ ସିଢିରୁ ପଡି ଓଡ଼ିଆ ସାଂସଦ ଆହତ, ରାହୁଲଙ୍କୁ ଦାୟୀ କଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଆଜି ସଂସଦର ସିଢିରୁ ପଡି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୂଯାୟୀ ସିଢିରୁ ପଡ଼ିଯିବା ପରେ ଶ୍ରୀ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ଏକ ହ୍ୱିଲଚେୟାର ସାହାଯ୍ୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଧକ୍କା

BJP MP Pratap Sarangi: ସଂସଦ ସିଢିରୁ ପଡି ଓଡ଼ିଆ ସାଂସଦ ଆହତ, ରାହୁଲଙ୍କୁ ଦାୟୀ କଲେ ପ୍ରତାପ ଷଡ଼ଙ୍ଗୀ

BJP MP Pratap Sarangi:ନୂଆଦିଲ୍ଲୀ: ଆଜି ସଂସଦର ସିଢିରୁ ପଡି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୂଯାୟୀ ସିଢିରୁ ପଡ଼ିଯିବା ପରେ ଶ୍ରୀ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ଏକ ହ୍ୱିଲଚେୟାର ସାହାଯ୍ୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ସେ ସିଢିରୁ ପଡିଯାଇଥିବା ନେଇ ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ କିଛି ସାଂସଦଙ୍କୁ ଠେଲି ଦେଇଥିଲେ। ଯାହା ଫଳରେ ଭାରସାମ୍ୟ ହରାଇ ସିଢିରୁ ପଡି ଯାଇଥିଲେ। 

ସେପଟେ ଶ୍ରୀ ଷଡ଼ଙ୍ଗୀଙ୍କ ଏହି ଅଭିଯୋଗକୁ ସମ୍ପୁର୍ଣ୍ଣ ଖାରଜ କରିଛନ୍ତି ରାହୁଲ ଗାନ୍ଧୀ। ଏହା ସହିତ ପାଲଟା ଆକ୍ରମଣ କରିଛନ୍ତି ରାହୁଲ। ରାହୁଲ କହିଛନ୍ତି କି ବିଜେପିର ସାଂସଦ ତାଙ୍କୁ ଧମକ ଦେଇଥିଲେ। ଏପରିକି ତାଙ୍କୁ କିଛି ସଂସଦର ମକର ଦ୍ୱାର ନିକଟରେ ବିଜେପି ସାଂସଦ ସଂସଦ ମଧ୍ୟକୁ ଯିବାକୁ ଦେଇନଥିଲେ ବୋଲି ରାହୁଲ କହିଛନ୍ତି। ଏପଟେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଧକ୍କା ମାରିଥିବା ନେଇ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି।ତେବେ ସଂସଦରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଦିନ ଦୁଇଟା ପର୍ଯ୍ୟନ୍ତ ସଂସଦର ଉଭୟ ଗୃହକୁ ମୁଲତବୀ କରିଦେଇଛନ୍ତି। 

 

ଷଡ଼ଙ୍ଗୀଙ୍କୁ ଦେଖିବାକୁ ପହଞ୍ଚିଲେ ରାହୁଲସେପଟେ ଶ୍ରୀ ଷଡ଼ଙ୍ଗୀ ଗୁରୁତର ହୋଇପଡ଼ିବାରୁ ରାହୁଲ ଗାନ୍ଧୀଙ୍କୁ ତାଙ୍କୁ ଦେଖିବାକୁ ତାଙ୍କ ନିକଟରେ ପହଞ୍ଚଥିଲେ। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଠାରେ କହି ରଖୁ କି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟି (ବିଜେପି)ର ସଦସ୍ୟ। ସେ ବାଲେଶ୍ୱର ଜିଲ୍ଲାର ସାଂସଦ ରହିଛନ୍ତି। ତାଙ୍କର ସରଳ ଜୀବନ ଏବଂ ସାମାଜିକ ସେବା ପାଇଁ ସେ ବେଶ ଜଣାଶୁଣା। ସେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆରମ୍ଭରୁ ସାମାଜିକ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ ହୋଇଥିଲେ। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ପ୍ରତାପ ଷଡ଼ଙ୍ଗୀ ଓଡିଶା ବିଧାନସଭାର ସଦସ୍ୟ ରହିସାରିଛନ୍ତି। ୨୦୧୯ରେ, ସେ ଭାରତୀୟ ଜନତା ପାର୍ଟି ଟିକେଟରେ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏକ କାର୍ଯ୍ୟକାଳ ମଧ୍ୟରେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ କରିଥିଲେ।