IPL 2023: ପୁଣି ଥରେ ବିବାଦରେ ଚେନ୍ନାଇ ସୁପର କିଙ୍ଗ୍ସ, ଦଳ ଉପରେ ଲାଗିବ ବ୍ୟାନ୍! ଜାଣନ୍ତୁ ଏହାର କାରଣ
Advertisement
Article Detail0/zeeodisha/odisha1649236

IPL 2023: ପୁଣି ଥରେ ବିବାଦରେ ଚେନ୍ନାଇ ସୁପର କିଙ୍ଗ୍ସ, ଦଳ ଉପରେ ଲାଗିବ ବ୍ୟାନ୍! ଜାଣନ୍ତୁ ଏହାର କାରଣ

CSK IPL 2023: ଆଇପିଏଲ ୨୦୨୩ରେ ଚେନ୍ନାଇ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳିଛି । ଏହାସହ ଚେନ୍ନାଇ ଦଳ ବର୍ତ୍ତମାନ ଯାଏ ୨ଟି ମ୍ୟାଚ୍ ଜିତିଛି ଓ ଗୋଟିଏ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଆଜି ଅର୍ଥାତ ଏପ୍ରିଲ ୧୨ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବାକୁ ଯାଉଛି । ଏହି ମ୍ୟାଚ୍ ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ।

IPL 2023: ପୁଣି ଥରେ ବିବାଦରେ ଚେନ୍ନାଇ ସୁପର କିଙ୍ଗ୍ସ, ଦଳ ଉପରେ ଲାଗିବ ବ୍ୟାନ୍! ଜାଣନ୍ତୁ ଏହାର କାରଣ

Chennai Super Kings, IPL 2023: ଚେନ୍ନାଇ ସୁପରକିଙ୍ଗ୍ସ (Chennai Super Kings) ପାଇଁ ପୁଣିଥରେ ଅସୁବିଧା ବଢ଼ିଛି । ପଟ୍ଟାଲୀ ମକ୍କଲ କାଚୀ ବା ପିଏମକେ ବିଧାୟକ (PMK MLA) ଏସ ପି ଭେଙ୍କଟେଶ୍ୱରନ  (SP Venkateshwaran) ମଙ୍ଗଳବାର ତାମିଲନାଡୁ ସରକାର (Tamil Nadu Government) ଙ୍କ ଆଗରେ ଦାବି କରିଛନ୍ତି ଯେ, ସରକାର ଚେନ୍ନାଇ ସୁପରକିଙ୍ଗ୍ସ ଦଳ (Chennai Super Kings) ଉପରେ ପ୍ରତିବନ୍ଧକ ଲଗାଯାଉ, କାରଣ ଏହି ଦଳରେ ରାଜ୍ୟରୁ କୌଣସି ଖେଳାଳି ନାହିଁ । ବରିଷ୍ଠ ପିଏମକେ ନେତା ଏସ ପି ଭେଙ୍କଟେଶ୍ୱରନ  (SP Venkateshwaran) ତାମିଲନାଡୁ ବିଧାନସଭା (Tamil Nadu Assembly) ରେ କହିଛନ୍ତି ଯେ, ତାମିଲନାଡୁର ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି । କିନ୍ତୁ ସିଏସକେ ଫ୍ରାଞ୍ଚାଇଜ (CSK Franchise) ଏହାର ୨୭ ସଦସ୍ୟ ବିଶିଷ୍ଟ ଦଳରେ କୌଣସି ଖେଳାଳିଙ୍କୁ ରଖି ନାହିଁ । 

ପିଏମକେ ବିଧାୟକ (PMK MLA) ଏସ ପି ଭେଙ୍କଟେଶ୍ୱରନ  (SP Venkateshwaran) କହିଛନ୍ତି ଯେ, ତାମିଲନାଡୁର ନାମ ବ୍ୟବହାର କରି ଚେନ୍ନାଇ ସୁପରକିଙ୍ଗ୍ସ ଦଳ (CSK) ବିପୁଳ ରାଜସ୍ୱ ଅର୍ଜନ କରୁଛି । କିନ୍ତୁ ଏହି ଦଳ ତାମିଲନାଡୁ ଖେଳାଳିଙ୍କୁ ଅଣଦେଖା କରିଛି । ପିଏମକେ ବିଧାୟକ (PMK MLA) ଏସ ପି ଭେଙ୍କଟେଶ୍ୱରନ (SP Venkateshwaran) ତାମିଲ ସମ୍ୱନ୍ଧିତ ବିଷୟକୁ ଉଠାଇବା ପାଇଁ ବେଶ୍ ଜଣାଶୁଣା । ସେପଟେ ଏସ ପି ଭେଙ୍କଟେଶ୍ୱରନ  (SP Venkateshwaran) ଙ୍କ ନୂଆ ବୟାନ ଏହି ଚିନ୍ତା ଉପରେ ଆଧାରିତ କି ଚେନ୍ନାଇ ସୁପରକିଙ୍ଗ୍ସ ଦଳ (CSK) ରେ ତାମିଲନାଡୁର କୌଣସି ଖେଳାଳି ନାହାଁନ୍ତି ।

fallback

ଯଦି ଆମେ ଏଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ (IPL 2023) ରେ ଚେନ୍ନାଇ ଦଳ (CSK) ର ପ୍ରଦର୍ଶନ ବିଷୟରେ ଆଲୋଚନା କରିବା, ତେବେ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହିଛି । ଚେନ୍ନାଇ ସୁପରକିଙ୍ଗ୍ସ ଦଳ (CSK) ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳିଛି ଓ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଜିତିଛି । ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସ ଦଳ (CSK) ଗୋଟିଏ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ଚେନ୍ନାଇ ସୁପରକିଙ୍ଗ୍ସ ଦଳ (CSK) କୁ ଆଜି (ବୁଧବାର) ଅର୍ଥାତ ଏପ୍ରିଲ ୧୨ରେ ରାଜସ୍ଥାନ ରୟାଲ୍ସର ସାମ୍ନା କରିବାକୁ ଯାଉଛି । ଏହି ମ୍ୟାଚ୍ (Chennai Super Kings vs Rajasthan Royals) ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଖେଳାଯିବ । 

ଚେନ୍ନାଇ ସୁପରକିଙ୍ଗ୍ସ ଦଳ (CSK) ର ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଏମଏସ ଧୋନି (MS Dhoni) ଙ୍କ ଅଧିନାୟକତ୍ୱରେ ଦଳ ପୁଣି ଜିତିବ । ଅନ୍ୟପକ୍ଷରେ, ଯଦି ଆମେ ଚେନ୍ନାଇ ଦଳ ବିଷୟରେ କଥା ହେଉ, ତେବେ ଦଳର ଷ୍ଟାର ଖେଳାଳି ବେନ ଷ୍ଟୋକ୍ସ ଓ ଦୀପକ ଚହର ଆହତ କାରଣରୁ ଏହି ମ୍ୟାଚରୁ ବାଦ ପଡିଛନ୍ତି । ଯଦିଓ ଆଉ ଦୁଇ ଶ୍ରୀଲଙ୍କାର ଯୁବ ଖେଳାଳି ଦଳରେ ଯୋଗ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀମାନଙ୍କୁ ଜୋରଦାର ଝଟକା ଦେଲେ ମୋଦି ସରକାର, ହେବାକୁ ଯାଉଛି ବହୁତ ବଡ଼ କ୍ଷତି

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଲା ବଡ଼ ଖବର, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ- 'ଐଶ୍ୱର୍ଯ୍ୟ'ର ସ୍ୱାମୀ ଶୁକ୍ର ଦେବଙ୍କ ହେଲା ଗୋଚର, ଏହି ୫ଟି ରାଶି ଉପରେ ବର୍ଷିବ ବିପୁଳ ଧନ!