Champions Trophy 2025: ଜସପ୍ରିତ୍ ବୁମ୍ରାଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ମ୍ୟାଚ୍ ରେ ସାମିଲ ହେବେ ନା ନାହିଁ
Advertisement
Article Detail0/zeeodisha/odisha2618862

Champions Trophy 2025: ଜସପ୍ରିତ୍ ବୁମ୍ରାଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ମ୍ୟାଚ୍ ରେ ସାମିଲ ହେବେ ନା ନାହିଁ

Champions Trophy 2025: ଚୟନକର୍ତ୍ତା ମାନେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ପାଇଁ ହର୍ଷିତ ରାଣାଙ୍କୁ ସାମିଲ କରିଛନ୍ତି। ଏଭଳି ସ୍ଥିତିରେ ବୁମ୍ରା ଫିଟ୍ ନୁହଁନ୍ତି କି ନାହିଁ, ରାଣାଙ୍କୁ ଆଗକୁ ସୁଯୋଗ ଦିଆଯିବ କି ନାହିଁ ତାହା ଦେଖିବା ରୋଚକ ହେବ। ତେବେ ମହମ୍ମଦ ସିରାଜଙ୍କ ପାଖରେ ଅଭିଜ୍ଞତା ଥିବାରୁ ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।

 

Champions Trophy 2025: ଜସପ୍ରିତ୍ ବୁମ୍ରାଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ମ୍ୟାଚ୍ ରେ ସାମିଲ ହେବେ ନା ନାହିଁ

Champions Trophy 2025: ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି ୨୦୨୫। ଏହି ଆଇସିସି ଇଭେଣ୍ଟ ପାଇଁ ଟିମ୍ ଇଣ୍ଡିଆ ନିଜର ସ୍କ୍ୱାଡ ଘୋଷଣା କରିସାରିଛି। ତେବେ ଏବେ ସମସ୍ତଙ୍କ ନଜର ଜଶପ୍ରୀତ ବୁମ୍ରାଙ୍କ ଉପରେ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ୍ ରେ ବୁମ୍ରା ଆହତ ହୋଇଥିଲେ। ଏଭଳି ସ୍ଥିତିରେ ତାଙ୍କ ଫିଟନେସକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି ।

ବୁମ୍ରାଙ୍କୁ ନେଇ ଆସିଲା ବଡ ଅପଡେଟ
ଜଶପ୍ରୀତ ବୁମ୍ରାଙ୍କ ପିଠି ଆଘାତର ଆକଳନ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ହର୍ଷବର୍ଦ୍ଧନ କରୁଛନ୍ତି। ରୋୱାନ୍ ସ୍କାଉଟନ କରୁଛନ୍ତି। ତାଙ୍କ ରିପୋର୍ଟ ଓ ମତାମତ ଆଧାରରେ ବୁମ୍ରା ମଧ୍ୟ ନ୍ୟୁଜିଲାଣ୍ଡ ଯାଇ ପରାମର୍ଶ ନେଇପାରନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିସିସିଆଇ ବୁମ୍ରାଙ୍କ ବ୍ୟାକଅପ୍ ଯୋଜନା କରିସାରିଛି। ଅର୍ଥୋପେଡିକ୍ ସର୍ଜନ ଡ. ରୋୱାନ ସ୍କାଉଟନଙ୍କ ରିପୋର୍ଟ ପରେ ହିଁ ବୁମ୍ରା ଚାମ୍ପିଆନ୍ସ ଟ୍ରଫିରେ ଭାଗ ନେବା ନେଇ ନିଷ୍ପତ୍ତି ନିଆଯିବ।

Twitter

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୋର୍ଡର ଡାକ୍ତରୀ ଟିମ୍ ନ୍ୟୁଜିଲାଣ୍ଡର ସ୍କାଉଟନ୍ ସହ ଯୋଗାଯୋଗରେ ଅଛନ୍ତି। ବୋର୍ଡ ବୁମ୍ରାଙ୍କ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ମଧ୍ୟ ଯୋଜନା କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ। ନିର୍ଦ୍ଦିଷ୍ଟ ସମୟରେ ବୁମ୍ରା ଶତ ପ୍ରତିଶତ ଫିଟ୍ ହେଲେ ଏହା ଏକ ଚମତ୍କାର ହେବ ବୋଲି ଚୟନକର୍ତ୍ତା ମାନେ ଆଶା କରୁଛନ୍ତି। ’

ସିରାଜଙ୍କୁ ମିଳିପାରେ ସୁଯୋଗ
ଫେବ୍ରୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାମ୍ପିୟନ୍ସ ଦଳରେ ପରିବର୍ତ୍ତନ ହୋଇପାରେ। ଚୟନକର୍ତ୍ତା ମାନେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ପାଇଁ ହର୍ଷିତ ରାଣାଙ୍କୁ ସାମିଲ କରିଛନ୍ତି। ଏଭଳି ସ୍ଥିତିରେ ବୁମ୍ରା ଫିଟ୍ ନୁହଁନ୍ତି କି ନାହିଁ, ରାଣାଙ୍କୁ ଆଗକୁ ସୁଯୋଗ ଦିଆଯିବ କି ନାହିଁ ତାହା ଦେଖିବା ରୋଚକ ହେବ। ତେବେ ମହମ୍ମଦ ସିରାଜଙ୍କ ପାଖରେ ଅଭିଜ୍ଞତା ଥିବାରୁ ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।

ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ସ୍କ୍ୱାଡ୍:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା।

Also Read: Weather Forecast: ପୁଣିଥରେ ବର୍ଷା ଭୟ, ଖରାପ ହେବ ପାଗ...ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ସହ ହେବ ଶୀତ

Also Read: Rudraksha Wearing Rules: ଋଦ୍ରାକ୍ଷ ପିନ୍ଧୁଥିଲେ ଜାଣିରଖନ୍ତୁ ଏହିସବୁ ନିୟମ, ନଚେତ୍ ଲାଭ ବଦଳରେ ହେବ କ୍ଷତି