How to Cast Vote in India without Voter ID: ଯଦି ଆପଣଙ୍କ ଭୋଟର ପରିଚୟପତ୍ର ହଜିଯାଇଛି ତାହେଲେ ଆପଣ ୧୨ ଦସ୍ତାବିଜ ଦେଖାଇ ଆପଣ କରିପାରିବେ ମତଦାନ।
Trending Photos
How to Cast Vote without Voter ID Card in India: ଚଳିତ ବର୍ଷ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ଆଦି ୫ ରାଜ୍ୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟି ନଭେମ୍ବର ୭ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ। ଆସନ୍ତାକାଲି ଛତିଶଗଡ଼ର ୨୦ ଏବଂ ମିଜୋରାମର ସମସ୍ତ ୪୦ ଆସନ ଲାଗି ଭୋଟ ଗ୍ରହଣ କରାଯିବ। ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ବ୍ୟବସ୍ଥା କରୁଛନ୍ତି। ଭୋଟର ଯେପରି କୌଣସି ପ୍ରକାରର ସମସ୍ୟାର ସାମ୍ନା ନ କରିବେ ସେଥିପାଇଁ ମତଦାନ କେନ୍ଦ୍ରରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଲୋକଙ୍କୁ କ୍ରମାଗତ ଭାବରେ ସଚେତନ କରାଯାଉଛି।
ଭୋଟ ଗ୍ରହଣ ଦିନ ଏପରି ଅନେକ ମତଦାତା ମତଦାନ କରିବାରୁ ବଞ୍ଚିତ ରହିଥାନ୍ତି। କାରଣ ସେମାନଙ୍କ ପାଖରେ ଭୋଟର ପରିଚୟପତ୍ର ନଥାଏ। ଯଦି ଆପଣଙ୍କ ପାଖରେ ଭୋଟର ଆଇଡ଼ି କାର୍ଡ଼ ନାହିଁ ଏବଂ ଆପଣଙ୍କ ନାମ ଭୋଟର ତାଲିକାରେ ରହିଛି ତାହେଲେ ମଧ୍ୟ ଆପଣ ମତଦାନ କରିପାରିବେ। ଏବେ ଆମେ ଆପଣଙ୍କୁ ଭୋଟର ଆଇଡି କାର୍ଡ ବ୍ୟତୀତ ଅନ୍ୟ ୧୨ ଦସ୍ତାବିଜ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଭୋଟ୍ ଦେଇପାରିବେ। ଏହି ୧୨ ଦସ୍ତାବିଜ କୁ ନିର୍ବାଚନ ଆୟୋଗ ସ୍ୱୀକୃତି ପ୍ରଦାନ କରିଛନ୍ତି। ନିମ୍ନଲିଖିତ ୧୨ ଦସ୍ତାବିଜ ଦେଖାଇ ଆପଣ କରିପାରବେ ମତଦାନ।
Also Read: Indian Politics: କ'ଣ ବିନା ଭୋଟର ପରିଚୟ ପତ୍ରରେ କରିପାରିବେ ମତଦାନ? ଜାଣନ୍ତୁ ପ୍ରକ୍ରିୟା