Advertisement
Photo Details/zeeodisha/odisha2284245
photoDetails0hindi

Weekly Horoscope: ଆର୍ଥିକ ଠୁ ଆରମ୍ଭ କରି କ୍ୟାରିୟର, ଜାଣନ୍ତୁ କିପରି ରହିବ ଆସନ୍ତା ସପ୍ତାହ...

Horoscope 10th to 16th June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ତେବେ, ଆସନ୍ତୁ ଜାଣିବା ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ: ଆସନ୍ତା ସପ୍ତାହ ଏହି ରାଶିର ଲୋକ ଲୋକେ ବିଭିନ୍ନ କ୍ଷେତ୍ରରେ ଭଲ ଫଳ ପାଇବେ। ପରିବାର ସହ ଦେବ ଦର୍ଶନ ପାଇଁ ଧାର୍ମିକ ଯାତ୍ରା କରିପାରନ୍ତି।  ସାଧାରଣତଃ ବ୍ୟବସାୟ କରୁଥିବା ଲୋକମାନେ ସପ୍ତାହର ଦ୍ୱିତୀୟ ଭାଗରେ କେବଳ ଆଶା କରାଯାଉଥିବା ଲାଭ ପାଇବେ ନାହିଁ। ବରଂ ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି।  ପରୀକ୍ଷା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନେ ଭଲ ଖବର ପାଇବେ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିପାରନ୍ତି।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏବଂ ସ୍ବାସ୍ଥ୍ୟ ଭଲ ରହିବ। 

 

2/12

ବୃଷ: ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ ବିବାଦ ଦେଖାଦେବ। ସହକର୍ମୀଙ୍କ ସହ ସାମାନ୍ୟ କଥାକୁ ନେଇ ବଚସା ହେବ।  ଆସନ୍ତା ସପ୍ତାହରେ ଦୂର ଯାତ୍ରାରୁ ନିବୃତ୍ତ ରହିବା ରୁହନ୍ତୁ । ଆୟ ଠାରୁ ବ୍ୟୟ ଅଧିକ ରହିବ।  ବିଶେଷ କରି, ସପ୍ତାହର ପ୍ରଥମ ଭାଗ ତୁଳନାରେ, ଦ୍ୱିତୀୟାର୍ଦ୍ଧରେ ଟିକିଏ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ୍ । ଆପଣ ସପ୍ତାହର ପ୍ରଥମ ଭାଗରେ କାର୍ଯ୍ୟ କ୍ଷେତ୍ରରେ କିଛି ସକାରାତ୍ମକ ଖବର ପାଇବେ । କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନେ ଆପଣଙ୍କ ଧ୍ୟାନକୁ ଆପଣଙ୍କ ଉଦ୍ଦେଶ୍ୟରୁ ଦୂରେଇ ରଖିବାକୁ ଚେଷ୍ଟା କରିପାରନ୍ତି । ବିଦ୍ୟାର୍ଥୀମାନେ ଅଧିକ ଲାଭବାନ ହେବେ।କୁ ଯାଉଛନ୍ତି । 

 

3/12

ମିଥୁନ: ଆସନ୍ତା ସପ୍ତାହ ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖାସ୍ ରହିବ। ବାକି ପଡିଥିବା ଟଙ୍କା ପାଇବେ। ଯେଉଁମାନେ ଚାକିରି କରୁଛନ୍ତି ସେମାନେ ମଧ୍ୟ କାର୍ଯ୍ୟରେ କିଛି ସମସ୍ୟା ଭୋଗିବେ । ବାଧାବିଘ୍ନର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଆୟ ଅଧିକ ହେବା ସହ ବ୍ୟୟ ମଧ୍ୟ ଅଧିକ ରହିବ। ସେହିପରି, ଦୀର୍ଘ ଦିନ ଧରି ଲାଗି ରହିଥିବା ଅସୁସ୍ଥତା ପୁଣି ଦେଖାଦେଇପାରେ । ବିଶେଷ ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମୀଙ୍କ ପାଇଁ ସମୟ ଭଲ ରହିବ। ନିଜ ଜୀବନ ସାଥୀଙ୍କ ଠାରୁ କୌଣସି ପ୍ରକାର ଉପହାର ପାଇପାରନ୍ତି। କୌଣସି କାମକୁ ନେଇ ଆପଣ ଚିନ୍ତିତ ରହିବେ । 

 

4/12

କର୍କଟ:  ଏ-ହି ରାଶିଙ୍କ ପାଇଁ ଆସନ୍ତା ସପ୍ତାହ ଦେଖି ଚାହିଁ ଚଳିବାକୁ ପଡିବ।  କାହିଁକିନା ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ତେଣୁ, ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାରଣ କୌଣସି ପୁରୁଣାରୋଗ କିମ୍ବା ଋତୁକାଳୀନ ରୋଗ ଆପଣଙ୍କ ଠାରେ ଦେଖାଦେଇପାରେ।  ଚାକିରି କରୁଥିବା ଲୋକମାନଙ୍କୁ ଅନ୍ୟତ୍ର ଟ୍ରାନ୍ସଫର ହୋଇପାରନ୍ତି , ଅଧିକ ଦାୟିତ୍ଵ ବଢିପାରେ । ସପ୍ତାହ ଶେଷ ଆଡକୁ କାର୍ଯ୍ୟ ସମ୍ବନ୍ଧୀୟ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ କାରଣ ପାଇଁ ଦୀର୍ଘ କିମ୍ବା ସ୍ୱଳ୍ପ ଦୂରତା ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ପ୍ରେମ ବିବାହ କରିବାକୁ ଚାହୁଁଥିଲେ, ତେବେ ଆପଣଙ୍କ ପରିବାର ବିବାହ ପାଇଁ ରାଜି ହେବ । ସପ୍ତାହ ଶେଷରେ ଯଦି ଆପଣ ଆପଣଙ୍କ ପିଲାମାନଙ୍କ ବିଷୟରେ କିଛି ସକାରାତ୍ମକ ଖବର ପାଇପାରନ୍ତି । 

 

5/12

ସିଂହ: ସପ୍ତାହରେ ଆରମ୍ଭରୁ ପାରିବାରିକ ବିବାଦକୁ ନେଇ ଚିନ୍ତିତ ରହିପାରନ୍ତି। ସେହିପରି, ସପ୍ତାହ ମଧ୍ୟ-ଭାଗରେ, କର୍ମକ୍ଷେତ୍ରରେ ଚାପ ବଢିପାରେ। ସପ୍ତାହ ଶେଷ ବେଳକୁ ଯେ-କୌଣସି କାର୍ଯ୍ୟ ପାଇଁ ଦୂର ଯାତ୍ରା କରିବାକୁ ପଡିପାରେ। ଯାହା ଆପଣଙ୍କୁ ଶେଷରେ ଲାଭ ଦେବ।ଆପଣଙ୍କର ଜୀବନ ସାଥୀଙ୍କ ସହ କିଛି ଭୁଲ ବୁଝାମଣା ହୋଇପାରେ । ଆପଣଙ୍କ ସମ୍ପର୍କରେ ଥିବା ତ୍ରୁଟିକୁ ଏଡାଇବାକୁ ଯାଇଁ ଦ୍ଵନ୍ଦ୍ଵରେ ପଡିବା ବ୍ୟତୀତ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ। ଯାହା ଆପଣଙ୍କ ସମ୍ପର୍କକୁ ଅଧିକ ମଜବୁତ୍ କରିବ। 

 

6/12

କନ୍ୟା: ଏ-ହି ସପ୍ତାହରେ ମିଶ୍ରିତ ଫଳ ପାଇବେ କନ୍ୟା ରାଶିର ବ୍ୟକ୍ତି ବିଶେଷ । କ୍ୟାରିୟରରେ ସଫଳତା ଲାଭ କରିବାରେ ସକ୍ଷମ ହେବା ସହ ମନ ଲାଖି ନିଯୁକ୍ତି ଅଫର ମଧ୍ୟ ପାଇପାରନ୍ତି। ନିଜ ବନ୍ଧୁଙ୍କ ସହ କୌଣସି ଏକ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି । ସପ୍ତାହ ଆରମ୍ଭରୁ ପାରିବାରିକ ସମସ୍ୟା ସୃଷ୍ଟି ହୋଇପାରେ । ଯାହାକୁ ନେଇ ଟେନସନରେ ରହିବେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ତେଣୁ ନିଜ ସହକର୍ମୀଙ୍କ ସହ ଦେଖି ଚାହିଁ କଥାବାର୍ତ୍ତା କରନ୍ତୁ। କ୍ରୋଧକୁ ନିୟନ୍ତ୍ରଣ ରଖିବେ । ପ୍ରେମ ସମ୍ପର୍କରେ ଆଗେଇବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ନଚେତ୍ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। 

 

7/12

ତୁଳା: ଏହି ସପ୍ତାହରେ ନିଜର ଆର୍ଥିକ ଅବସ୍ଥାକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ବିନିଯୋଗ କରନ୍ତୁ। ନିଜ ବନ୍ଧୁ ମାନଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିଆ ଲୋକେ କର୍ମକ୍ଷେତ୍ରରେ ପଦୋନ୍ନୋତି ମିଳିପାରେ। ଏବଂ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ବେଶ୍ ପ୍ରଶଂସା କରିପାରନ୍ତି। କିନ୍ତୁ ମନେରଖନ୍ତୁ ଆପଣଙ୍କ ନିଜ ପ୍ରିୟର ମିତ୍ର ମଧ୍ୟ ଆପଣଙ୍କୁ ବିଶ୍ବାସଘାତକତା କରିପାରେ। ଏଥିପ୍ରତି ସଚେତନ ରୁହ ଏବଂ ଅନ୍ଧ ଭାବରେ କାହାକୁ ବିଶ୍ୱାସ କର ନାହିଁ ।  ଆପଣଙ୍କ ସାଥୀଙ୍କ ପିଲାମାନଙ୍କ ସହିତ ସମୟ ବିତାଇବେ। ଆର୍ଥିକ ସମସ୍ୟା ପୂର୍ବ ଅପେକ୍ଷା ସୁଦୃଢ ରହିବ। 

 

8/12

ବିଛା: ଆସନ୍ତା ସପ୍ତାହଟି ହସଖୁସିରେ କଟିବ। ବିଶେଷ କରି କ୍ୟାରିୟରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିବେ। ଏହି ସପ୍ତାହରେ ଚାକିରି କରୁଥିବା ଲୋକମାନେ ନୂଆ ଚାକିରି  ପାଇ ପାରନ୍ତି। ଆପଣ ସହଭାଗିତାରେ କରୁଥିବା ବ୍ୟବସାୟରୁ ଲାଭବାନ ହେବେ। ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ନିଜର କିଛି ବଦଭ୍ୟାସ କାରଣରୁ ଆପଣର କିଛି ସମସ୍ୟାର ଦେଖାଦେଇପାରେ। ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ । ନଚେତ୍ ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି। ସପ୍ତାହ ଶେଷ ଆଡ଼କୁ କୌଣସି ଧାର୍ମିକ ସ୍ଥାନକୁ ଦର୍ଶନ ପାଇଁ ଯାଇପାରନ୍ତି। 

9/12

ଧନୁ:  ସପ୍ତାହରେ ଆରମ୍ଭରୁ କ୍ୟାରିୟରକୁ ନେଇ କୌଣସି ଭଲ ଖବର ପାଇ ପାରନ୍ତି। ଯେଉଁମାନେ ଚାକିରୀ ଖୋଜୁଛନ୍ତି । ସେମାନେ ଭଲ ନିଯୁକ୍ତି ଅଫର ପାଇପାରନ୍ତି। ବନ୍ଧୁ ହେବା ଆପଣଙ୍କ ବ୍ୟବସାୟ ଓ ବୃତ୍ତିର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ । ଯଦି ଆପଣ କାହାକୁ ଭଲ ପାଉଛନ୍ତି, ତେବେ ତାହା ଦେଖାଇବା ପାଇଁ ଚେଷ୍ଟା କାଲେ ଆପଣଙ୍କ ଶବ୍ଦ ପୂରଣ ହେବାର ସମ୍ଭାବନା ରହିଛି। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି, ସେମାନେ ନିଜ ନିଜର ଜୀବନସାଥୀଙ୍କ ସହିତ କ୍ବାଲିଟି ଟାଇମ୍ ବିତାଇବା ପାଇଁ ସୁଯୋଗ ପାଇବେ । ପରିବାର ସଦସ୍ୟଙ୍କୁ ଭ୍ରମଣ ସ୍ଥାନକୁ ନେବାର ସମ୍ଭାବନା ରହିଛି । 

 

10/12

ମକର: ଏହି ସପ୍ତାହ ଆରମ୍ଭରୁ ବୈବାହିକ ଜୀବନରେ ଫାଟ ଦେଖାଯିବା ସହ ପ୍ରେମ ବ୍ୟାପାରେରେ ମଧ୍ୟ ବିବାଦ ଲାଗି ରହିବ। ପ୍ରେମ ସମ୍ପର୍କକୁ ନେଇ ଆପଣ ବହୁତ ସତର୍କ ରହିବାକୁ ପଡି଼ବ।  ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ବଢିବ।  ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ କାରଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହି ସପ୍ତାହ ଦୁର୍ବଳ ରହିବ ବୋଲି ଜଣାପଡୁଛି । ଚାକିରି କରୁଥିବା ଲୋକମାନଙ୍କର ପଦୋନ୍ନତି ହେବାର ଅନେକ ସମ୍ଭାବନା ଅଛି । ବ୍ୟବସାୟ କରୁଥିବା ଲୋକମାନେ ଗୋଟିଏ ବଡ ଚୁକ୍ତି କରିବାର ସମ୍ଭାବନା ଅଛି, ଯାହା ଦ୍ଵାରା ବ୍ୟବସାୟରେ ବହୁତ ଲାଭ ହେବ । ଆର୍ଥିକ ଅବସ୍ଥା କ୍ରମଶଃ ଦୃଢ ହେବ । କ୍ୟାରିଅର ବିଷୟରେ କହିବାକୁ ଗଲେ, ଆପଣ ନିଜ କାମ ଉପରେ ବହୁତ ଧ୍ୟାନ ଦେବା ଆବଶ୍ୟକ । ଯଦି ଆପଣ ସହଭାଗିତାରେ କାମ କରନ୍ତି, ତେବେ ନିଜର ସହଭାଗୀଙ୍କ ସହିତ ଗୋଟିଏ ଭଲ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ବଜାୟ ରଖନ୍ତୁ ।

 

11/12

କୁମ୍ଭ: ଏହି ସପ୍ତାହରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନ ମାନଙ୍କର ପରାମର୍ଶ ନିଅନ୍ତୁ। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଅବିବାହିତ ଲୋକଙ୍କ ପାଇଁ ଏହି ସପ୍ତାହରେ ଭଲ ପ୍ରସ୍ତାବ ଆସିପାରେ। ଏ-ହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ସେହି ପ୍ରକାରର କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ଆବଶ୍ୟକ, ଯେଉଁଥିରେ ଆପଣଙ୍କ ଶରୀର ଆରାମ ଅନୁଭବ କରିବ। ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ରହିବ । ଜଣେ ପରିବାର ସଦସ୍ୟଙ୍କ ଠାରୁ ଆର୍ଥିକ ଲାଭ ହେବାର ସଙ୍କେତ ମିଳୁଛି । କୌଣସି ଏକ ସ୍ଥାନକୁ ଭ୍ରମଣରେ ଯିବାର ଅନେକ ସୂଚନା ମିଳୁଛି, ଯାହା ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । କୌଣସି ଏକ କାରଣକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ। ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବ।

 

12/12

ମୀନ: ଏହି ସପ୍ତାହରେ ଶତ୍ରୁମାନେ ମୀନ ରାଶିର ଲୋକମାନଙ୍କୁ ବିପଦରେ ପକାଇପାରନ୍ତି । ବିଶେଷ ଭାବରେ ଆପଣଙ୍କର ବଜେଟ୍ ବ୍ୟାହତ ହେବାର ଅଧିକ ସମ୍ଭାବନା ରହିଛି।  ଯେଉଁଥି ପାଇଁ ଆପଣଙ୍କୁ ଏକ ଋଣ ମଧ୍ୟ ନେବାକୁ ପଡିପାରେ । ଏ-ହି ସପ୍ତାହରେ ଆପଣଙ୍କ ପଛରେ ଆପଣଙ୍କ ଯୋଜନାକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କୁ ସତର୍କ ରହିବାକୁ ପଡିବ । ନଚେତ୍ ଆପଣ ସମସ୍ୟାରେ ପଡିପାରନ୍ତି। ଆପଣ କୌଣସି ଚୁକ୍ତିନାମା କିମ୍ବା ଯୋଜନା ସମ୍ବନ୍ଧୀୟ କୌଣସି କାଗଜପତ୍ରକୁ ଯତ୍ନର ସହ ଦସ୍ତଖତ କରିବା ଉଚିତ୍। ନଚେତ୍ ଆପଣ ସମସ୍ୟାରେ ପଡି଼ପାରନ୍ତି।