Advertisement
Photo Details/zeeodisha/odisha2518717
photoDetails0hindi

Top 5 Gold Necklace: ବିବାହ ସିଜିନ୍ ରେ କିଣନ୍ତୁ ଏହିପରି ସୁନାହାର, ଲୁକ୍ ହୋଇଯିବ ଆହୁରି ସୁନ୍ଦର

Top 5 Gold Necklace: ବିବାହ ସିଜିନ୍ ଆସିସାରିଛି। ସମସ୍ତେ ସବୁ ପ୍ରସ୍ତୁତି ରେ ଲାଗିପଡ଼ିଛନ୍ତି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁନା । ଜଣେ ନବବଧୂ କେଉଁ ପ୍ରକାରର ହାର ପିନ୍ଧିଲେ ସୁନ୍ଦର ଦିଶିବ ତାକୁ ନେଇ ବେଶ ଭାବିବାକୁ ପଡ଼େ। ତେଣୁ କରି ଆଜି ଏହି ଆର୍ଟିକିଲ ରେ ଆମେ ୫ଟି ଟପ୍ ସିଲେକ୍ସନର ଫଟୋ ସେୟାର କରୁଛୁ ଆଶା କରୁଛୁ ଆପଣଙ୍କୁ ଏହିସବୁ ଡିଜାଇନ ପସନ୍ଦ ଆସିବ। ବିବାହ କରିବାକୁ ଯାଉଥିବା ଯୁବତୀ ମାନେ ଏହି ଡିଜାଇନର ସୁନା ହାର ଥରେ ଟ୍ରାଏ କରନ୍ତୁ ଯାହା ଏବେ ବେଶ୍ ଟ୍ରେଣ୍ଡରେ ଚାଲିଛି। 

 

ରାଣୀ ହାର

1/5
ରାଣୀ ହାର

ରାଣୀ ହାର ଏବେ ୨ ଭରିରୁ ମଧ୍ୟ ଆରମ୍ଭ ହେଉଛି। ତେବେ ଏଥିରେ ଖୁବ ସିମ୍ପଲ ଡିଜାଇନ ରହିଥାଏ। ଯାହା ଆଜିକାଲିର ଜେନେରେସନର ଯୁବତୀଙ୍କୁ ବେଶ ପସନ୍ଦ ଆସିବ। 

 

ଯୋଦ୍ଧା ହାର

2/5
ଯୋଦ୍ଧା ହାର

ଯୋଦ୍ଧା ହାର ବି ଆଜିକାଲି ବେଶ ଟ୍ରେଣ୍ଡରେ ରହିଛି। ବଲିଉଡ ମୁଭି ଯୋଦ୍ଧା ଅକବର ଫିଲ୍ମ ପରଠାରୁ ମାର୍କେଟରେ ପ୍ରବେଶ କରିଥିଲା ଏହି ଡିଜାଇନର ହାର। ତେବେ ଏହି ହାରକୁ ଆପଣ ଶାଢୀ ସହ କିମ୍ବା ଲେହେଙ୍ଗା ସହ ପରିଧାନ କରିପାରିବେ। 

ଚେନ ହାର ଡିଜାଇନ

3/5
ଚେନ ହାର ଡିଜାଇନ

ଆଜିକାଲି ସୁନା ମାର୍କେଟର ଚେନ ହାର ଡିଜାଇନ ବି ବେଶ୍ ଚର୍ଚ୍ଚାରେ ରହିଛି । ଖାସ୍ କରି ଯେଉଁମାନେ ଚାକିରୀ କ୍ଷେତ୍ରରେ ରହିଛନ୍ତି ସେମାନେ ଏମିତି ସିମ୍ପଲ ଡିଜାଇନ୍ କିଣିପାରିବେ। ବାହାଘର ପରେ ଏହାକୁ ଅନ୍ୟ କିଛି ଫଙ୍କସନରେ ବି ସେମାନେ ପିନ୍ଧିପାରିବେ। 

ଚୋକର ହାର ଡିଜାଇନ୍

4/5
ଚୋକର ହାର ଡିଜାଇନ୍

ଚୋକର ହାର ଏବେ ବେଶ୍ ଟ୍ରେଣ୍ଡରେ ରହିଛି। ଚୋକର ହାର କମ ଓଜନର ହୋଇଥାଏ ସତ କିନ୍ତୁ ଏହା ବେକକୁ ପୂରା ଭରିଦେଇଥାଏ। ଏହାର ଅନେକ ଡିଜାଇନ ଏବେ ମାର୍କେଟକୁ ଆସିଛି। ତେବେ ଏହାର ଡିଜାଇନ ଆପଣ ଅର୍ଡର ଦେଇ ବି ବନେଇ ପାରିବେ। 

ପୁଥାଳି ଡିଜାଇନ୍

5/5
ପୁଥାଳି ଡିଜାଇନ୍

ଏବେ ବାହାଘରରେ ସମସ୍ତେ ପୁଥାଳି ଡିଜାଇନ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏହାର ଏକ ସିମ୍ପଲ ଚୋକର ଡିଜାଇନ ହାର। ଖାସ୍ କରି ଏହା ଏକ ସାଉଥ ଡିଜାଇନ ହାର।