Advertisement
Photo Details/zeeodisha/odisha2506614
photoDetails0hindi

Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

 
Horoscope Today 9 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୯ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ :  ଆଜିର ଦିନଟି ଉତ୍ତମ ରହିବ। ସକାଳୁ ଦେବ ଦର୍ଶନର ଯୋଗ ରହିଛି।  କର୍ମକ୍ଷେତ୍ରରେ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟାକୁ ସୁଧାରି ନେଇ ପାରିବେ । ଅଟକିଥିବା କାମଟି ଶେଷ କରିବାରେ ସଫଳ ହେବ। କଚେରି ମାମଲାର ଶୁଣାଣି ବିଳମ୍ବ ହେବାରୁ ଦୁଃଖରେ ରହିବେ । ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇଁ କୌଣସି ନୂଆ କାମ କରିପାରନ୍ତି । 

ALSO READ: Weekly Special Horoscope: ନୂଆ ସପ୍ତାହରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କୁ ମିଳିବ ଖୁସି ଖବର, ବ୍ୟବସାୟୀ ହେବେ ଧନବାନ୍!

ALSO READ: Job And Business Horoscope: ନଭେମ୍ବର ୯ରେ ଚମକିବ ୫ ରାଶିଙ୍କ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଲାଭବାନ୍ !

2/12
ବୃଷ: ପୂର୍ବ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ । ବ୍ୟବସାୟୀମାନେ ଲାଭବାନ୍ ହେବେ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ । ହଠାତ୍‌ କୌଣସି ଖବର ପାଇ ଖୁସି ହେବେ । ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି । ବନ୍ଧୁଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମସବୁ ଠିକ୍‌ ଠିକ୍‌ ହୋଇଯିବ । 

3/12
  ମିଥୁନ:  ଆଜି ଦିନଟି ଅନୁକୂଳ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିନିଅନ୍ତୁ ନଚେତ ପରେ ପଶ୍ଚାତ୍ତାପ କରିବେ । ନିଜ ଲୋକ ତାଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଆପଣଙ୍କ କାମକୁ ଅବହେଳା କରିପାରନ୍ତି । ଦିର୍ଘ ଦିନର ଆଶା ପୂରଣ ହେବ। ଗୃହ କିମ୍ବା ଜମି କିଣିବେ। ପ୍ରେସ୍‌ ଓ ପବ୍ଲିକେଶନରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ।  

4/12

କର୍କଟ : ଆଜିର କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ବ୍ୟବସାୟୀମାନେ କୌଣସି  କାର୍ଯ୍ୟ ପାଇଁ ନିଜ ବିଜନେସ୍ ପାର୍ଟନରଙ୍କ ସହ ବିବାଦ ହୋଇପାରେ। ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏକ ଭିନ୍ନ ପରିବେଶରେ ପଡ଼ୋଶୀଙ୍କ ସହ କଥାବାର୍ତ୍ତାରେ ଆଜି ଅଧିକାଂଶ ସମୟ ବିତାଇବେ । ପାରିବାରିକ କ୍ଷେତ୍ରରେ ଗୁରୁଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି ।

5/12
ସିଂହ : ଆପଣ ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି ।  କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି କାରଣରୁ ଘରକଥା ବୁଝିପାରିବେ ନାହିଁ । ଆର୍ଥିକ ଲାଭ ମଧ୍ୟ ମିଳିବ । ଆଜି ଏହି ରାଶିର ଲୋକେ ସାଙ୍ଗମାନଙ୍କ ସହିତ ବାହାରକୁ ଯାଇପାରନ୍ତି । ପରିବାରରେ ଖୁସିର ମାହୋଲ ରହିବ ।  

6/12
  କନ୍ୟା : ଆଜି ଦୂର ଯାତ୍ରା, ବନ୍ଧୁମିଳନ ଏବଂ ମନୋରଞ୍ଜନ ପାଇଁ ଦିନଟି ଭଲ ରହିବ। କିନ୍ତୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ।  କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଚାପ ବଢ଼ିପାରେ । ପ୍ରତିଶ୍ରୁତିରୁ ଓହରିବା କାରଣରୁ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି । ସଭାସମିତି, ମାଲିମକଦ୍ଦମା, ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । 

7/12

ତୁଳା : ଆଜି କର୍ମକ୍ଷେତ୍ରରେ କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଘରକୁ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ଆଗମନରୁ ଖୁସି ହୋଇଯିବେ । ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ସତର୍କତାର ଆବଶ୍ୟକତା ପଡ଼ିବ ନାହିଁ । ବନ୍ଧୁଙ୍କ କଥା ଶୁଣି ମନ ଖୁସି ହୋଇଯାଇପାରେ ।

8/12
ବିଛା : ଭଲ ପଡ଼ୁନଥିବା ବ୍ୟକ୍ତି ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ । ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ଲାଗିପାରେ ।   ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ । କଳା, ସାହିତ୍ୟ ଓ ମନୋରଂଜନ କ୍ଷେତ୍ରରେ ଥିବା ଲୋକେଙ୍କ କୌଣସି ସଭା-ସମିତିରେ ପୁରସ୍କୃତ ହୋଇପାରନ୍ତି। 

9/12
ଧନୁ :  ଘରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ ।  ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି । କଠୋର ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ତଥାପି କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ ।

10/12

ମକର :  କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱକୁ ଛାଡ଼ିଦେଲେ ଅନ୍ୟ କୌଣସି ଅସୁବିଧା ହେବନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଅତୀତ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି । ଜମିଜମା କାରବାର ସମ୍ପର୍କୀୟ କାମଟି ହଠାତ୍‌ ହୋଇଯିବାର ପୂର୍ଣ୍ଣ ସମ୍ଭାବନା ରହିଛି ।

11/12
କୁମ୍ଭ : କର୍ମକ୍ଷେତ୍ରରୁ ଫେରିବା ବାଟରେ କଳହର ସମ୍ମୁଖୀନ ହୋଇପାରନ୍ତି ।  ମାନସିକ ସ୍ତରରେ ବିରକ୍ତିଭାବ ଆସିପାରେ । ବନ୍ଧୁଙ୍କ ସାହାଯ୍ୟରେ ସ୍ଥଗିତ ରହିଥିବା କାମ ପୁରା କରିବେ । ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ ।

12/12
ମୀନ : ଆଜି ଆପଣଙ୍କ ପାଇଁ ଦିନଟି ଖୁବ୍ ଖୁସିରେ କଟିବ । ଆବଶ୍ୟକତା ପୂରଣ ସକାଶେ ଧାରକରଜ କରି କାମ ତୁଲାଇ ନେବେ । ଜଣେ ବନ୍ଧୁଙ୍କ ସହଯୋଗରୁ ନିର୍ମାଣାଧୀନ କାମଟି ସମ୍ପନ୍ନ କରିବେ । ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ସ୍ବାସ୍ଥ୍ୟ ଭଲ ରହିବ।