Horoscope Today 8 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୮ ହେଉଛି ବୁଧବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
କର୍କଟ: ଆଜି ପ୍ରତ୍ୟେକ ଦିଗରୁ ସହଯୋଗ ଲାଭ କରିବେ। ପାରିବାରିକ ଓ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ । ଶିଳ୍ପ, ବାଣିଜ୍ୟ, ପରିବହନରେ ସଫଳତା ହାସଲ କରିବେ । ରଚନାତ୍ମକ କାମ ତଥା ବିଜ୍ଞାନ, କାରିଗରିରେ ପ୍ରୋତ୍ସାହନ ପାଇବେ ।
ତୁଳା: ପୁରୁଣା ଦିନର କଥାକୁ ନେଇ ଦୁଃଖରେ ରହିବାକୁ ବାଧ୍ୟ ହେବେ ।ପୂର୍ବ ପରିକଳ୍ପିତ ଯୋଜନା କାର୍ଯ୍ୟକାରୀ ହୋଇପାରିବ । ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି ।
ବିଛା: ହଠାତ୍ କୌଣସି ଘଟଣା ବିଚଳିତ କରିପାରେ କିନ୍ତୁ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ । ଆଜି ଯାହା ଯେମିତି ଚାହୁଁଛନ୍ତି ତାହା କରିବାରେ ଅସୁବିଧା ହେବନାହିଁ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଘରୋଇ ସମସ୍ୟା ଦୂର କରିବେ । ସାହିତ୍ୟଚର୍ଚ୍ଚା, ସଙ୍ଗୀତ ସମାରୋହ, ପ୍ରବଚନ, ସତ୍ସଙ୍ଗ ଓ ମନୋରଞ୍ଜନରୁ ପ୍ରଶଂସିତ ହେବେ ।
ट्रेन्डिंग फोटोज़