Advertisement
Photo Details/zeeodisha/odisha2488864
photoDetails0hindi

Today Horoscope: ଆଜି ଏହିସବୁ ରାଶିଙ୍କ ପାଇଁ ଅଶୁଭ ରହିବ ଶନିବାର ! ଜାଣନ୍ତୁ ଆଜିର ରାଶିଫଳ

 
Horoscope Today 26 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୨୬ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ:  ଆଜି ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ।  କର୍ମକ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ହାସଲ ହୋଇପାରେ ।  ବଡ଼ କମ୍ପାନୀରୁ ଚାକିରି ଅଫର ଆସିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ମଜବୁତ୍ ହେବ।  ଧାର-କରଜ ରୁ ମୁକ୍ତି ମିଳିବ। କୌଣସି ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି । ସ୍ବାସ୍ଥ୍ୟ ଭଲ ରହିବ।   ALSO READ: Weekly Special Horoscope: ନୂଆସପ୍ତାହରେ ଏହିସବୁ ରାଶିଙ୍କ ପାଇଁ ଆରମ୍ଭ ହେବ ଶୁଭ ସମୟ, ଚାକିରିରେ ମିଳିବ ପଦୋନ୍ନତି, ମାଲାମାଲ୍ ହେବେ ବ୍ୟବସାୟୀ!   ALSO READ: Shani Dev Rajyog: ଦୀପାବଳିରେ ଶନିଦେବଙ୍କ ଶୁଭ ରାଜଯୋଗ, ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ!

2/12

ବୃଷ: ଆଜିର ଦିନଟି ଶୁଭ ରହିବ। ବ୍ୟବସାୟୀଙ୍କୁ ମୋଟା ଅଙ୍କର ଲାଭ ମିଳିବାର ସମ୍ଭାବନା ରହିଛି । ବୈବାହିକ ଓ ପାରିବାରିକ ଜୀବନରେ ଖୁସିର ଲହରୀ ଦେଖାଦେବ । ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିପାରନ୍ତି ।

3/12
ମିଥୁନ:  ଆଜିର ଦିନଟି ବ୍ୟସ୍ତତା ଭିତରେ ରହିବେ। କର୍ମକ୍ଷେତ୍ରରେ ଚାପ କମ୍ ରହିବ। ଉଚ୍ଚଶିକ୍ଷା ପାଇଁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନିଜ ସାଥୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

4/12
କର୍କଟ: ଆଜିର ଦିନଟି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ଅତିବାହିତ ହୋଇପାରେ । କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଅଯଥା ବିବାଦରେ ହସ୍ତକ୍ଷେପ ନ କରିବା ଭଲ। କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଅନେକ ସମସ୍ୟା ଦୂର ହୋଇଯିବ। ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି । ରାଜନୀତି କ୍ଷେତ୍ରରେ ଶୁଭଫଳ ମିଳିପାରେ ।

5/12
ସିଂହ:  ଆଜି ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ନୂଆ ଘର ନିର୍ମାଣ ପାଇଁ ଯୋଜନା କରିପାରନ୍ତି । ନ-କରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ । ଭ୍ରମଣର ଯୋଗ ରହିଛି। ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । 

6/12
କନ୍ୟା: ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ଅଳ୍ପ ଚିଡିଚିଡା ରହିବେ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ସାଙ୍ଗର ସାହାଯ୍ୟ ମିଳିବ । ଚକିରି ପାଇଁ ଚିନ୍ତିତ ରହିବେ । ମାନସିକ ଶାନ୍ତି ରହିବ । ଭଉଣୀ ସହ ସମୟ କାଟିବେ । ଧନ ପ୍ରାପ୍ତି ହୋଇପାରେ । 

7/12
ତୁଳା : ମନ ଶାନ୍ତ ରଖନ୍ତୁ। ପ୍ରତ୍ୟକ ପରିସ୍ଥିତିକୁ ଧୌର୍ଯ୍ୟର ସହକାରେ ମୁକାବିଲା କରନ୍ତୁ।  ଭାଇ ଓ ଭଉଣୀ ସହ ଝଗଡା ହୋଇପାରେ । ବ୍ୟବସାୟରେ ବୃଦ୍ଧି ହୋଇପାରେ । ଘରେ ମାଙ୍ଗଳିକ କାମ ହୋଇପାରେ । କୌଣସି କାମରେ ଲାଭ ମିଳିବ । ସାଙ୍ଗର ସାହାଯ୍ୟ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । 

8/12
ବିଛା:  ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ। ଚାକିରିରେ ଉନ୍ନତି ମିଳିପାରେ । ପରିବାର ଠାରୁ ଦୂରେଇ ପାରନ୍ତି । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍ ଠାକ୍ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବାଣୀରେ ମଧୁରତା ରହିବ । ପ୍ରେମୀଙ୍କ ଲାଗି ସମୟ ଅନୁକୂଳ ରହିବ। ସାଥୀଙ୍କ ସହିତ ଦୂର ଯାତ୍ରା କରିପାରନ୍ତି । 

9/12
ଧନୁ: ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ମନ ଅଶାନ୍ତ ରହିବ । ପୁରୁଣ ସାଙ୍ଗ ସହ ଭେଟ ହୋଇପାରେ । ଚାକିରିରେ ପରିବର୍ତ୍ତନ ଆସିପାରେ । ନିଜ ଭାବନାକୁ ଆୟତରେ ରଖିବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଧନ ଲାଭ ହୋଇପାରେ । 

10/12
ମକର:  ଚାକିରିଆଙ୍କ ଲାଗି ଦିନଟି ଶୁଭ ରହିବ। କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି। ଆୟରେ ବୃଦ୍ଧି ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । । କିନ୍ତୁ ବ୍ୟବସାୟୀଙ୍କ ଲାଗି ଦିନଟି ଅଶୁଭ ରହିବ। ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ। ମନ ଅସାନ୍ତ ରହିବ ।  

11/12
କୁମ୍ଭ: ଆଜି ଭାବିଚିନ୍ତି ଖର୍ଚ୍ଚ କରିବାକୁ ପଡ଼ିବ ।  ଦେଖାଣିଆ ଭାବେ ଅତ୍ୟଧିକ ଧନ ବ୍ୟୟ କରନ୍ତୁ ନାହିଁ। ନଚେତ୍ ସମସ୍ୟାରେ ପଡିବେ।  ଆପଣ ଘରେ ଏବଂ ବାହାରେ ଲୋକମାନଙ୍କ ସହିତ ସମ୍ପର୍କ ରଖିବାରେ ସକ୍ଷମ ହେବେ । ଆଜି ଆପଣ ସୃଜନଶୀଳ କାର୍ଯ୍ୟ କରିବେ । ଶିକ୍ଷାରେ ଆସୁଥିବା ସମସ୍ୟାଗୁଡ଼ିକ କାରଣରୁ ଆଜି ବିଦ୍ୟାର୍ଥୀମାନେ ଅସୁବିଧାର ସମ୍ମୁଖୀନ ହେବେ ।

12/12

ମୀନ: ଆଜି ଆପଣ ଏକରୁ ଅଧିକ ସ୍ରୋତରୁ ଟଙ୍କା ରୋଜଗାର କରିବେ । ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟକୁ ଦାୟିତ୍ୱର ସହିତ ପୂରଣ କରିବାକୁ ହେବ । ଆପଣଙ୍କ ସନ୍ତାନର ଚାକିରି ସହ ଜଡିତ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ । କର୍ମକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମ ଆଜି ଫଳପ୍ରଦ ହେବ । କିନ୍ତୁ ଆପଣ ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ବ୍ୟବସାୟ କରୁଥିବା ଲୋକ ସାବଧାନ ରୁହନ୍ତୁ ।