Advertisement
Photo Details/zeeodisha/odisha2484127
photoDetails0hindi

Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 23 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୨୩ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ: ଆଜି  ଆପଣଙ୍କ ଦିନ ବହୁତ ଭଲରେ କଟିବ।  ସକାଳୁ ଦେବ ଦର୍ଶନ କରିବାର ସୁଯୋଗ ପାଇବେ। ଚାକିରି ସମ୍ବନ୍ଧୀୟ ନୂଆ ଖବର ମିଳିପାରେ । ଆଜି ଆପଣଙ୍କର ବିଦେଶ ଯାତ୍ରାର ଯୋଗ ସୃଷ୍ଟି ହେବ । ଆର୍ଥିକ ପ୍ରସଙ୍ଗରେ ଅତୀତର ପ୍ରୟାସ ଏବେ ଫଳ ଦେବ । ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ । 

 

ALSO READ: Dhanteras 2024: ନିଜ ରାଶି ଅନୁସାରେ ଧନତେରାସ୍-ରେ କିଣନ୍ତୁ ଏହିସବୁ ଜିନିଷ, ବର୍ଷସାରା ହେବନି ଧନର ଅଭାବ!

ALSO READ: Guru Gochar 2024: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୃହସ୍ପତି, ବ୍ୟବସାୟୀ ହେବେ ଲାଭବାନ୍, ଚାକିରିଆ ପାଇବେ ଖୁସି ଖବର!

2/12

ବୃଷ: ଆଜିର ଦିନଟି ବେଶ୍ ମଉଜ ମଜଲିସ୍ ରେ ଅତିବାହିତ କରିବେ। ନିଜର ସବୁଠୁ ବଡ ସମସ୍ୟାର ସମାଧାନ ଅତି ସହଜରେ କରିନେବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ।   କୌଣସି ବଡ କମ୍ପାନୀରୁ ଜବ୍‌ କଲ ଆସିପାରେ । ଆପଣ ନିଜର କଥା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବାକୁ ସମର୍ଥ ହେବେ ।

 

3/12

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବହୁତ ଦ୍ରୁତ ଗତିରେ ଚାଲିବ, ଏହାଦ୍ୱାରା ଲାଭ ମଧ୍ୟ ଭରପୂର ହେବ । ଆପଣଙ୍କଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ହୋଇପାରେ ।

 

4/12

କର୍କଟ: ଆର୍ଥିକ ପରିଣାମ ଆଶାଠାରୁ କମ୍ ରହିପାରେ ଏବଂ ଆପଣଙ୍କୁ ଏଥିରୁ ବାହାରିବାକୁ ପଡିବ । ଜୀବନସାଥୀଙ୍କ ସହଯୋଗରୁ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାର ରାସ୍ତା ମିଳିପାରେ । ଆପଣ ମାନସିକ ସ୍ତରରେ ସତେଜ ଅନୁଭବ କରିବେ ।

5/12

ସିଂହ: ଦିନଟି ଏହି ରାଶିଙ୍କ ପାଇଁ ଅତି ଖାସ୍ ରହିବ। ପରିବାରରେ ସୁଖ ଓ ଶାନ୍ତି ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବ୍ୟବସାୟିକ କାର୍ଯ୍ୟକଳାପରୁ ଆପଣଙ୍କୁ ଭଲ ଲାଭ ମିଳିପାରେ । ଅସହାୟ ଲୋକଙ୍କୁ ଖାଦ୍ୟ ଖୁଆନ୍ତୁ ।  ଆପଣଙ୍କ ମନ ଏବଂ ହୃଦୟରେ ଏକ ସମୟରେ ଗୋଟିଏରୁ ଅଧିକ ବିଚାର ଚାଲିବ । ସ୍ବାସ୍ଥ୍ୟ ଭଲ ରହିବ। 

 

6/12

କନ୍ୟା: ଆଜି ଆପଣ କାର୍ଯ୍ୟ ଆଳରେ କୌଣସି ଯାତ୍ରାରେ ଯାଇପାରନ୍ତି । ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ । ସମାଜର କିଛି ଭଲ ଲୋକଙ୍କ ସହିତ ଯୋଡ଼ି ହେବାକୁ ସୁଯୋଗ ମିଳିପାରେ ।

 

7/12

ତୁଳା :  ଏହି ରାଶିର ଲୋକଙ୍କୁ ଅତି ସତର୍କତା ର ସହ ଚଳିବାକୁ ପଡିବ। ଆପଣଙ୍କୁ କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ । କିନ୍ତୁ ପରିଶେଷରେ ଜିନିଷଗୁଡିକ ଆପଣଙ୍କ ସପକ୍ଷରେ ରହିବ । ଆଗାମୀ ଦିନରେ ଆପଣଙ୍କ ଆମଦାନୀ ବୃଦ୍ଧି ପାଇବ ଏବଂ ବିଭିନ୍ନ ସ୍ରୋତରୁ ଆପଣଙ୍କୁ ଧନ ପ୍ରାପ୍ତ ହେବ।

 

8/12

ବିଛା : ଏହି ରାଶିର ଲୋକଙ୍କୁ ଆଜି ଟିକେ ସତର୍କତାର ସହ ଚଳିବାକୁ ପଡିବ। ନିବେଶ ଭାବି ଚିନ୍ତି କରିବା ଉଚିତ୍ । ଯଦି ପୈତୃକ ସମ୍ପତ୍ତିକୁ ନେଇ କୌଣସି ବିବାଦ ଚାଲିଛି, ତା’ ହେଲେ ଏହାକୁ ଭଲ ଭାବରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

 

9/12

ଧନୁ: ଏହି ରାଶିର ଲୋକମାନେ ଆଜି ଉଚ୍ଚ ସ୍ତରରେ ରହିବେ । କିନ୍ତୁ ଯଦି ଆପଣ ବିତ୍ତୀୟ ଲାଭ କମାଇବାର ସହଜ ଉପାୟ ଖୋଜୁଛନ୍ତି, ତ ଆପଣ କେବଳ ଖରାପ ପରିବର୍ତ୍ତକୁ ଗୁଡ଼ିକୁ ଆମନ୍ତ୍ରଣ କରୁଛନ୍ତି । ବ୍ୟବସାୟିକ କାର୍ଯ୍ୟକଳାପରୁ ଭଲ ଲାଭ ମିଳିପାରେ ।

 

10/12

ମକର : ଆଜି ଆପଣଙ୍କ ଦିନ ଶୁଭ ରହିବ ।  ନିଜ ସାଙ୍ଗମାନଙ୍କ ସହିତ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ । ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି । ଆପଣ ଜୀବନର ସବୁ କ୍ଷେତ୍ରରେ ସଫଳତା ଏବଂ ସମୃଦ୍ଧି ପ୍ରାପ୍ତ କରିପାରିବେ ।

 

11/12

କୁମ୍ଭ: ଆପଣଙ୍କୁ ସନ୍ତାନ ସୁଖ ମିଳିପାରେ । ଆପଣଙ୍କୁ ନିଜର ବରିଷ୍ଠଙ୍କଠାରୁ ଲାଭ ମିଳିବ ଏବଂ ବୃତ୍ତିଗତ ଭାବରେ ଆପଣଙ୍କ ସ୍ଥିତି ଅଧିକ ସ୍ଥିର ହୋଇପାରେ । ଆଜି ଆପଣଙ୍କ ଆୟ ବୃଦ୍ଧି ହେବ ।

12/12

ମୀନ: ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । କୌଣସି ପୁରୁଣା ବ୍ୟବସାୟିକ ଚୁକ୍ତି ଆପଣଙ୍କୁ ହଠାତ୍ ଲାଭ ଦେଇପାରେ । ଆପଣ ନିଜର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ଧ୍ୟାନ କୈନ୍ଦ୍ରିତ କରନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।