Horoscope Today 12 December 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଡିସେମ୍ବର ୧୨ ହେଉଛି ଗୁରୁବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ: ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଶୁଭ । କିନ୍ତୁ ଜମିବାଡ଼ି ବିବାଦ ଉପୁଜିପାରେ । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ । ଦୂରଯାତ୍ରା ସଫଳ ହେବ । ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ମନ ପ୍ରଫୁଲ୍ଲ ରହିବ ।
ALSO READ: Guru Ast 2025: ବୃହସ୍ପତିଙ୍କ କୃପାରୁ ନୂଆ ବର୍ଷ ପରେ ୫ ରାଶିଙ୍କ ଆକାଉଣ୍ଟ ହେବ ଫୁଲ୍, କିଣିବେ ନୂଆ ଘର!
ବୃଷ: ଆଜି ଇଶ୍ୱର ବିଶ୍ୱାସୀ ହେବାସହ ପୂଜାର୍ଚ୍ଚନାରେ ସମୟ ବିତାଇବେ । କର୍ମତତ୍ପର ହେବେ । ଦୂରଯାତ୍ରା କରିପାରନ୍ତି ।ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଭାରାକ୍ରାନ୍ତ ହେବେ । ବ୍ୟବସାୟିକ ସ୍ତରରେ ଲାଭବାନ ହେବେ ।
ମିଥୁନ: କର୍ମକ୍ଷେତ୍ରରେ ଦିନଟି ଭଲରେ କଟିବ। ଚାକିରିରେ ମଧ୍ୟ ପଦନ୍ନୋତୀର ଯୋଗ ରହିଛି । ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ । ଦେହ ଓ ମନ ଭଲ ରହିବ । ପୂର୍ବ ବିବାଦରୁ ମୁକ୍ତି ପାଇବେ । ବ୍ୟବସାୟମାନେ ଦୂରଯାତ୍ରା କରିପାରନ୍ତି।
କର୍କଟ: ଆଜି ଆପଣଙ୍କର ଘାତବାର । ଜଗି ରଖି ନ ଚଳିଲେ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ଆଧ୍ୟାତ୍ମିକ ଭାବନା ସହ ଦିନଟି କାଟିବେ । ଦୂରଯାତ୍ରା କରନ୍ତୁ ନାହିଁ । ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଲେ ମଧ୍ୟ ସହକର୍ମୀଙ୍କ ଇର୍ଷାର ଶିକାର ହେବେ । ଆୟ ବୃଦ୍ଧି ପାଇବା ସହ ସଞ୍ଚୟ ଚିନ୍ତା ରହିବ । ବ୍ୟାଙ୍କି କ୍ଷେତ୍ରରେ ସଫଳତା ପାଇବେ । ଦୂରଯାତ୍ର ସଫଳ ହେବ । ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ମଧ୍ୟ ଭଲ ରହିବ । ଆକସ୍ମିକ ଭାବରେ ଧନପ୍ରାପ୍ତିର ଯୋଗ ରହୁଛି ।
କନ୍ୟା: ଆଜି ଘାତଚନ୍ଦ୍ର ଯୋଗୁ ଶରୀର ଅସୁସ୍ଥ ହୋଇପାରେ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଜନ ସଂପର୍କ ବୃଦ୍ଧି ପାଇବ । ପ୍ରତ୍ୟକ କାର୍ଯ୍ୟରେ ଅସଫଳତା ପାଇବେ। ବିବାଦୀୟ ଘଟଣାରେ ଫସିବେ। ବ୍ୟବସାୟୀମାନେ କ୍ଷତି ସହିବେ। ଆର୍ଥିକ ଦେଣନେଣ କରନ୍ତୁ ନାହିଁ।
ତୁଳା: ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ। ମନ ମଧ୍ୟ ଭଲ ରହିବ। ଦାମ୍ପତ୍ୟ ସୁଖ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆଗକୁ ବଢିବେ। ବନ୍ଧୁ ପରିଜନ ଘରକୁ ଆସିପାରନ୍ତି। ଖେଳାଳୀମାନଙ୍କ ପାଇଁ ଦିନଟି ଶୁଭ ରହିବ।
ବିଛା: ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ। ସ୍ୱାସ୍ଥ୍ୟ ଜନିତ ପିଡା ଅନୁଭବ କରିବେ। ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହେବନାହିଁ। ଗୃହକୁ ଅତିଥି ଆସିପାରନ୍ତି। ପ୍ରେମ ସମ୍ପର୍କରେ ତିକ୍ତତା ଭାବ ସୃଷ୍ଟିହେବ।
ଧନୁ: ବ୍ୟବସାୟରେ ଲାଭବାନ ହେବେ । ସରକାରି ଚାକିରିରେ ବଦଳିର ଯୋଗ ରହୁଛି। ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ମନରେ ସ୍ଥିରତା ଆସିବ । ପାରିବାରିକ ଶାନ୍ତି ମିଳିବ ।
ମକର: ଆଜି ସକାଳୁ କୌଣସି ଦେବାଦେବୀଙ୍କ ଦର୍ଶନ କରିପାରନ୍ତି । ଆୟ ଭଲ ରହିବ । ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ। ସ୍ୱାସ୍ଥ୍ୟ ଭଲ ରହିବ । ମାନସିକ ସ୍ତରରେ ସାମାନ୍ୟ ଚିନ୍ତିତ ହେବେ ।
କୁମ୍ଭ: ଦେହ ଭଲ ରହିବ, କିନ୍ତୁ କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ। ଦୂରଯାତ୍ରା ମଧ୍ୟମ ଧରଣର ଫଳ ଦେବ।
ମୀନ: ସେୟାର ମାର୍କେଟରୁ ଲାଭ ପାଇବେ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହୁଛି । ନବଦମ୍ପତିଙ୍କ ସମ୍ପର୍କରେ ମଧୁରତା ଆସିବ । ଦେହ ଭଲ ରହିବ । ଆଳସ୍ୟପଣ ଲାଗି ରହିବ ।
ट्रेन्डिंग फोटोज़