Advertisement
Photo Details/zeeodisha/odisha1750534
photoDetails0hindi

Odisha HomeGuard Service: ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା, ଜାଣନ୍ତୁ ଏହା କେବେଠୁ ହେବ ଲାଗୁ?

Odisha HomeGuard Service: ଗୃହରକ୍ଷୀଙ୍କୁ ବଡ଼ ଭେଟି ଦେଇଛନ୍ତି ରାଜ୍ୟ ସରକାର। ଏମାନଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ବଡ ଘୋଷଣା । ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା (DCA) ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଜାଣନ୍ତୁ ଜାଣନ୍ତୁ ଏହା କେଉଁ ମାସରୁ ଲାଗୁ ହେବ ।

1/5

ଏଣିକି ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଗୃହରକ୍ଷୀ ମାନଙ୍କୁ ୪୨୩ ବଦଳରେ ୫୩୩ ଟଙ୍କା ମିଳିବ। 

 

2/5

ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ୨୦୨୩ ଏପ୍ରିଲ୍ ୧ରୁ ଲାଗୁ ହେବ । ନିର୍ଦ୍ଦେଶ ପ୍ରକାରେ ବର୍ଦ୍ଧିତ ଦୈନିକ ଭତ୍ତା ମୁତୟନ କରିଥିବା ସଂସ୍ଥା ପ୍ରଦାନ କରିବ ।

 

3/5

ସମାନ କାମକୁ ସମାନ ଦରମା ନେଇ ପ୍ରଥମେ ମାନ୍ୟବର ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ।

 

4/5

ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ମାମଲାର ରାୟ ଦେଇଥିଲେ। ଏବେ ରାଜ୍ୟ ସରକାର କୋର୍ଟଙ୍କ ଏହି ରାୟକୁ କାର୍ଯ୍ୟକାରୀ କରିଛନ୍ତି। 

5/5

ଗତବର୍ଷ ଅଗଷ୍ଟରେ ମଧ୍ୟ ଏଣିକି( Duty Call UP Allowence) ବୃଦ୍ଧି କରିଥିଲେ ରାଜ୍ୟ  ସରକାର ।  ୯ ହଜାର ଟଙ୍କାରୁ ୧୨ ହଜାର ୪୮୦ ମାସିକ ପାଇବେ ବୋଲି ବଡ଼ ନିସ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ।