Advertisement
Photo Details/zeeodisha/odisha1753466
photoDetails0hindi

Most Expensive Flight of World: ବିଶ୍ୱର ସବୁଠାରୁ ଦାମୀ ବିମାନ, ଯାହାର ଟିକେଟ ମୂଲ୍ୟ ଶୁଣିଲେ ଚମକିଯିବେ ଆପଣ

expensive flight ticket in the world: ବିଶ୍ୱରେ ଏପରି କିଛି ଏୟାରଲାଇନ୍ସ, ରହିଛି ଯାହାର ଟିକେଟ ମୂଲ୍ୟ ଶୁଣିଲେ ଆପଣ ଚକିତ ହୋଇଯିବେ। ଏହି ବିମାନ ସେବା ପ୍ରଦାନକାରୀ ସଂସ୍ଥାର ଟିକେଟ ମୂଲ୍ୟ ବଦଳରେ ଆପଣ ମହଙ୍ଗା ଘର କିମ୍ବା ଗାଡି଼ କିଣିପାରିବେ।

1/5

ବିଶ୍ୱର ସବୁଠାରୁ ମହଙ୍ଗା ବିମାନ ଟିକେଟ ଏତିହାଦ ଏୟାରୱେଜ ନାମକ ସଂସ୍ଥା ଦେଇଥାଏ। ଏହି ସଂସ୍ଥାର ଏକ ବିମାନ ସେବା ସଂଯୁକ୍ତ ଆରବ ଅମିରାତ ରାଜଧାନୀ ଆବୁଧାବି ଠାରୁ ଆମେରିକୀୟ ସହର ନ୍ୟୁୟର୍କ ଅଭିମୁଖେ ଉଡ଼ାଣ ଭରିଥାଏ। ଟ୍ରାଭେଲ୍ସ ମାର୍କେଟ ଅନୁଯାୟୀ ଏତିହାଦ ଏୟାରୱେଜ ବିମାନ ଟିକେଟ ମୂଲ୍ୟ ହେଉଛି ୬୬ ହଜାର ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୫୩ ଲକ୍ଷରୁ ଅଧିକ।

 

2/5

ଏତିହାଦ୍ ଏୟାରୱେଜ୍ ଏୟାରବସ୍ ୩୮୦ ବିମାନର ଭିତର ଡିଜାଇନ କୌଣସି ରାଜ ମହଲ ଠାରୁ କମ୍ ନୁହେଁ। ଏହି ବିମାନରେ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଶୟନ କକ୍ଷ ଏବଂ ଖାଦ୍ୟ ସମେତ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ। ଏହି ବିମାନର ଟିକେଟ୍ ମୂଲ୍ୟ ୨୦ ଲକ୍ଷରୁ ଆରମ୍ଭ ହୋଇ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

 

3/5

ଏତିହାଦ ଏୟାରୱେଜ୍ ସଂସ୍ଥାର ପ୍ରଥମ ଶ୍ରେଣୀ ବର୍ଗର ବିମାନ ଏୟାରବସ୍ ୩୮୦ ପ୍ରାୟ ୪୩୦ ବର୍ଗ ଫୁଟ ମଧ୍ୟରେ ନିର୍ମିତକ ହୋଇଛି। ଯାହା ବିମାନ ଯାତ୍ରୀଙ୍କୁ ଆବୁଧାବି ଠାରୁ ନ୍ୟୁୟର୍କ ଅଭିମୁଖେ ନେବା ଆଣିବା କରିଥାଏ। 

4/5

ଆମେରିକୀୟ ସହର ଲସ୍ ଏଞ୍ଜେଲସ୍ ଠାରୁ ଦୁବାଇ ଅଭିମୁଖେ ସେବା ଯୋଗାଉଥିବା ଏମିରେଟ୍ସ ଏୟାରୱେଜ୍ ବିମାନ ହେଉଛି ବିଶ୍ୱ ର ଦ୍ୱିତୀୟ ମହଙ୍ଗା ବିମାନ। ଏହାର ଟିକେଟ୍ ମୂଲ୍ୟ ହେଉଛି ୩୧ ହଜାର ଡଲାର। ଭାରତୀୟ ମୁଦ୍ରାରେ ଏହି ବିମାନର ଟିକେଟ ମୂଲ୍ୟ ହେଉଛି ପ୍ରାୟ ୨୫ ଲକ୍ଷ ଟଙ୍କା। ବ୍ୟକ୍ତିଗତ ଶୟନ କକ୍ଷ ସହିତ ଏହି ବିମାନରେ ଆହୁରି ଅନେକ ସୁବିଧା ଯାତ୍ରୀଙ୍କ ଲାଗି ଉପଲବ୍ଧ ରହିଛି।

 

5/5

ସେହିପରି ଆମେରିକୀୟ ସହ ନ୍ୟୁୟର୍କ ଠାରୁ ଦକ୍ଷିଣ କୋରିଆ ରାଜଧାନୀ ସିଓଲ ମଧ୍ୟରେ ବିମାନ ସେବା ଯୋଗାଉଥିବା କୋରୀୟ ଏୟାରଲାଇନ୍ସ ବିମାନର ଟିକେଟ୍ ମୂଲ୍ୟ ହେଉଛି ୨୮ ହଜାର ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ହେଉଛି ୨୩ ଲକ୍ଷ ଟଙ୍କା।