Makar Sankranti 2025: ଏଥର ମକର ସଂକ୍ରାନ୍ତି ପର୍ବରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ, କାରଣ ଗତବର୍ଷ ଭଳି ଏଥର ମଧ୍ୟ ଜାନୁଆରୀ ୧୪ ଓ ୧୫ର ଦ୍ୱନ୍ଦ୍ୱ ଶେଷ ହୋଇଛି। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ୨୦୨୫ ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପାଳନ କରାଯିବ । ଏହି ପର୍ବ ଶୀତଋତୁର ଶେଷ ଏବଂ ବସନ୍ତ ଋତୁ ଆରମ୍ଭକୁ ସୂଚିତ କରିଥାଏ। ୨୦୨୪ ପଞ୍ଚାଙ୍ଗ ଅନୁଯାୟୀ ମକର ସଂକ୍ରାନ୍ତି ପର୍ବ ୧୫ ଜାନୁଆରୀରେ ପାଳିତ ହେଉଥିଲେ ହେଁ ଏଥର ଏହା ୧୪ ଜାନୁଆରୀ ୨୦୨୫ରେ ପାଳନ ହେବ ।
ଏହାବ୍ୟତୀତ ୨୦୧୯ ମସିହାରେ ମକର ସଂକ୍ରାନ୍ତି ମଧ୍ୟ ଜାନୁଆରୀ ୧୫ ରେ ପାଳିତ ହୋଇଥିଲା । ଏହିପର୍ବ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ ହୋଇଥାଏ । ଏବେ ୨୦୨୫ ଓ ୨୦୨୬ରେ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ତାରିଖରେ ପାଳିତ ହେବ।
Also Read: Ghee Side Effects: କେବେ ବି ଘିଅ ସହ ଭୁଲରେ ବି ଖାଆନ୍ତୁନି ଏହି ୭ଟି ଜିନିଷ, ନହେଲେ ଭୋଗିବେ ସମସ୍ୟା
Also Read: Top 8 Hanuman Temple: ରାଜ୍ୟର ପ୍ରସିଦ୍ଧ ସୁନ୍ଦର ହନୁମାନ ମନ୍ଦିର, ପ୍ରଭୁଙ୍କ ଦର୍ଶନ କଲେ ପୂର୍ଣ୍ଣ ହୁଏ ସବୁ ଇଚ୍ଛା
ପଣ୍ଡିତଙ୍କ କହିବାନୁଯାୟୀ ମକର ସଂକ୍ରାନ୍ତି ପର୍ବହିନ୍ଦୁ ଧର୍ମ ପାଇଁ ବିଶେଷ ମହତ୍ତ୍ୱ ରଖେ। ହିନ୍ଦୁ ଧର୍ମ ଅନୁସାରେ ଏହି ପର୍ବ ଇଂରାଜୀ ନବବର୍ଷର ପ୍ରଥମ ହିନ୍ଦୁ ପର୍ବ ବୋଲି ବିବେଚନା କରାଯାଏ ।
ଯେତେବେଳେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରନ୍ତି ସେତେବେଳେ ଏହାକୁ ସଂକ୍ରାନ୍ତି କୁହାଯାଏ । ମକର ସଂକ୍ରାନ୍ତି ସେହି ଦିନ ପାଳନ କରାଯାଏ ଯେତେବେଳେ ସୂର୍ଯ୍ୟ ଦେବତା ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ। ଏହି ଦିନ ଟି ମଙ୍ଗଳବାର ପଡୁଛି । ଏହିଦିନ ଭଗବାନ ସୂର୍ଯ୍ୟ ସକାଳ ୯ଟାରେ ମକର ରାଶିରେ ପ୍ରବେଶ କରିବେ।
ଏହି ସଂକ୍ରାନ୍ତି ଦିନ ଗଙ୍ଗା ସ୍ନାନ ଏବଂ ଦାନର ପବିତ୍ର ସମୟ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୫୫ ପର୍ଯ୍ୟନ୍ତ ରହିବ। ଏହି ଶୁଭ ସମୟରେ ଗଙ୍ଗାକୁ ସ୍ନାନ ଓ ଦାନ କରିବା ଲାଭଦାୟକ ହେବ। ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି ବୋଲି ବିବେଚନା କରାଯାଏ । ଖରମାସ ଏବେ ଆରମ୍ଭ ହେଉଛି, ଯେଉଁକାରଣରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ଶୁଭ କାର୍ଯ୍ୟ ହୋଇପାରିବ ନାହିଁ।
ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ଘର ବଦଳାଇ ମକର ରାଶିରେ ପ୍ରବେଶ କରିବେ, ତା'ପରେ ଖାରମାସ ଶେଷ ହେବ, ଶୁଭ କାର୍ଯ୍ୟ ପୁଣି ଆରମ୍ଭ ହେବ। ତେବେ ଏହାରି ପ୍ରଭାବରେ ବୃଷ,ତୂଳା, କୁମ୍ଭ, ବିଛା ଓ ମୀନ ରାଶି ପାଇଁ ଶୁଭ ସମୟ ଆସିବାର ସମ୍ଭାବନା ରହିଛି।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)
ट्रेन्डिंग फोटोज़