Advertisement
Photo Details/zeeodisha/odisha2473899
photoDetails0hindi

Kumar Purnima 2024: କୁମାର ପୂର୍ଣ୍ଣିମାରେ ବର୍ଷିବ ମା ଗଜଲକ୍ଷ୍ମୀଙ୍କ କୃପା, ଏହିସବୁ ରାଶିର ଆରମ୍ଭ ହେବ ସୁବର୍ଣ୍ଣ ସମୟ

Kumar Purnima 2024: ରାତିପାହିଲେ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା। ବର୍ଷ ତମାମ ଏହିଦିନକୁ ଅନେଇ ବସିଥାନ୍ତି କୁମାରୀ ମାନେ। ତେବେ ଅକ୍ଟୋବର ୧୭ ତାରିଖରେ ସୂର୍ଯ୍ୟଦେବ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ପ୍ରାୟ ୧୨ ମାସ ରେ ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଟୋବର ୧୭ ରେ ସୂର୍ଯ୍ୟ କନ୍ୟା ରାଶି ଛାଡି ତୁଳା ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ ର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିଥାଏ । ଏହି ପରିବର୍ତ୍ତନ ଦ୍ୱାରା କିଛି ରାଶି ପାଇଁ ଶୁଭ ସମୟ ଆରମ୍ଭ ହେବ ଏବଂ ଅନ୍ୟ କିଛି ରାଶି ପାଇଁ ଆହ୍ୱାନର ସମ୍ମୁଖୀନ ହୋଇପାରନ୍ତି । କୁମାର ପୂର୍ଣ୍ଣିମା ପରଦିନ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ ବ୍ୟକ୍ତିଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରେ । ଏହି ପରିବର୍ତ୍ତନ ସମୟରେ ସବୁ ରାଶିର ଲୋକମାନେ ସକାରାତ୍ମକ ଏବଂ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଟୋବର ୧୭ ରେ ତୁଳାରେ ସୂର୍ଯ୍ୟଦେବଙ୍କ ପ୍ରବେଶ ଦ୍ୱାରା ୫ଟି ରାଶିକୁ ବହୁତ ଲାଭ ମିଳିବାକୁ ଯାଉଛି।

1/5
ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ ଏହି ୫ ଟି ରାଶିର ଭାଗ୍ୟଉଜ୍ଜ୍ୱଳ ରହିବ ମେଷ ରାଶି ମେଷ ରାଶିର ଲୋକମାନେ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନରୁ ଲାଭବାନ ହୋଇପାରନ୍ତି । ଦୀର୍ଘ ସମୟ ଧରି ଅଟକି ରହିଥିବା ଟଙ୍କା ଫେରସ୍ତ ହୋଇପାରେ। ଟଙ୍କା ବିନିଯୋଗ କଲେ ମଧ୍ୟ ଲାଭ ମିଳିପାରେ। ଆପଣଙ୍କ କାମର ପ୍ରଶଂସା ହେବ। ନୂଆ ଚାକିରି ଆରମ୍ଭ କରିବା ପାଇଁ ଭଲ ସମୟ ଅଟେ। ପରିବାର ତରଫରୁ ଜୀବନ ମଧ୍ୟ ସୁଖମୟ ରହିବ। ସନ୍ତାନର ଉନ୍ନତି ହୋଇପାରେ। ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିବ।

2/5
ସିଂହ ରାଶି ସିଂହ ରାଶିର ଲୋକଙ୍କ ପାଇଁ ମଧ୍ୟ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ବହୁତ ଭଲ ରହିବ। କୌଣସି ଶୁଭ ଖବର ମିଳିପାରେ। ବ୍ୟବସାୟରେ ମଧ୍ୟ ଏକ ବଡ଼ ଡିଲ୍ ହୋଇପାରେ, ଯାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଭ୍ରମଣରେ ଯିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହି ସମୟ ମଧ୍ୟରେ କିଛି ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରେ । ସ୍ଵାସ୍ଥ୍ୟ ରେ ଲାଭ ମିଳିବ । ସନ୍ତାନଙ୍କ ଠାରୁ ଖୁସି ପାଇବେ।

3/5
କନ୍ୟା ରାଶି କନ୍ୟା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ ଲାଭଦାୟକ ହେବାକୁ ଯାଉଛି । ଏହି ସମୟରେ ଆପଣଙ୍କୁ ସମୟ ସମୟରେ ହଠାତ୍ ଫାଇଦା ମିଳିପାରେ । ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ ଏବଂ ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ପ୍ରଶଂସା ହେବ । ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ଲାଭ ହେତୁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

4/5
ତୁଳା ରାଶି ତୁଳା ରାଶିର ଲୋକମାନେ ଏହି ସମୟ ମଧ୍ୟରେ ନିଜ ଇଚ୍ଛା ମୁତାବକ ଚାକିରି ପାଇପାରନ୍ତି । ଦୀର୍ଘ ଦିନ ଧରି ଅଟକି ରହିଥିବା କାମ ପୂରା ହେବ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଯଦି ଆପଣଙ୍କ ଉପରେ କୌଣସି ଋଣ ଅଛି, ତେବେ ଏହି ସମୟ ମଧ୍ୟରେ ଏହାକୁ ମଧ୍ୟ ପରିଶୋଧ କରାଯାଇପାରିବ । ବ୍ୟବସାୟରେ ଲାଭ ମିଳିବ। ପୁଞ୍ଜି ନିବେଶ ପାଇଁ ବହୁତ ଭଲ ସମୟ ଅଟେ।

5/5
କୁମ୍ଭ ରାଶି କୁମ୍ଭ ରାଶିର ଲୋକମାନେ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନରୁ ମଧ୍ୟ ଲାଭବାନ ହେବେ। ଆପଣଙ୍କୁ ସ୍ୱାସ୍ଥ୍ୟରେ ସୁଧାର ମିଳିବ, ଏହି ସମୟ ମଧ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ଏହି ସମୟରେ ଆପଣ ନୂଆ ଗାଡି କିମ୍ବା ସମ୍ପତ୍ତି ମଧ୍ୟ କିଣିପାରିବେ । ସମ୍ପର୍କୀୟଙ୍କଠାରୁ କୌଣସି ଶୁଭ ଖବର ମିଳିପାରେ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ, କଠିନ ପରିଶ୍ରମର ଫଳ ମିଳିବ। ବିବାହ ଯୋଗ୍ୟ ଲୋକମାନଙ୍କର ବିବାହ ପାଇଁ ଭଲ ସମ୍ପର୍କ ମଧ୍ୟ ହୋଇପାରେ ।       (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)