Advertisement
Photo Details/zeeodisha/odisha2578588
photoDetails0hindi

Hot Water Side Effects: ଶୀତଦିନ ବୋଲି ଅଧିକ ମାତ୍ରାରେ ଗରମ ପାଣି ପିଉଛନ୍ତି କି, ଜାଣନ୍ତୁ କ'ଣ କ୍ଷତି ହେଉଛି ଆପଣଙ୍କ ଶରୀରରେ?

Hot Water Side Effects: ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଅନେକ ଲୋକଙ୍କ ପାଇଁ ଏହା ଲାଭ ପରିବର୍ତ୍ତେ କ୍ଷତି ମଧ୍ୟ କରିପାରେ । ବାସ୍ତବରେ ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଚର୍ବି ଓ ମଇଳା ଦୂର ହୋଇଥାଏ। ଆଉ ଏହି ମନୋଭାବ ନେଇ ଅନେକ ସମୟରେ ଅନେକ ଲୋକ ଅତ୍ୟଧିକ ଗରମ ପାଣି ପିଇଥାନ୍ତି । କାରଣ ଗରମ ପାଣି ପିଇଲେ ସେମାନେ ଶୀଘ୍ର ଓଜନ ହ୍ରାସ କରିପାରିବେ ବୋଲି ଅନୁଭବ କରିଥାନ୍ତି । କିନ୍ତୁ ତାହା ନୁହେଁ। ବାରମ୍ବାର ଗରମ ପାଣି ପିଇବା ଦ୍ୱାରା ଶରୀରକୁ ଫାଇଦା ହେବା ପରିବର୍ତ୍ତେ କ୍ଷତି ହୋଇଥାଏ। ଯଦି ଆପଣ ଅଧିକ ଗରମ ପାଣି ପିଅନ୍ତି ତେବେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡିବ । 

 

1/5

କାରଣ ଅଧିକ ଗରମ ପାଣି ପିଇବା ଦ୍ୱାରା ମସ୍ତିଷ୍କର କୋଷଗୁଡ଼ିକ ଫୁଲିଯାଇଥାଏ, ଯାହା ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେବେ ଆସନ୍ତୁ ଜାଣିବା ଗରମ ପାଣି ପିଇବାର କଣ ସବୁ ରହିଛି କ୍ଷତି ।

Also Read: Khan Sir Love Story: ମନର ନାୟିକା କିଏ? ସାକ୍ଷାତକାରରେ ଗୁମର ଖୋଲିଲେ ଚର୍ଚ୍ଚିତ ଚେହେରା ଖାନ୍ ସାର୍...

Also Read: Weekly Financial Horoscope: ଆସୁଛି ନୂଆବର୍ଷ, ଜାଣନ୍ତୁ ୨୦୨୫ ର ପ୍ରଥମ ସପ୍ତାହରେ କେଉଁ ରାଶିଙ୍କ ଫିଟିବ ଭାଗ୍ୟ

2/5

ଅଧିକାଂଶ ଲୋକ ସକାଳେ ଖାଲି ପେଟରେ ଗରମ ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଓଠ ଓ ପାଟିର ସ୍ତର ଜଳିଯାଇଥାଏ । ତେଣୁ ଏହାକୁ ପିଇବା ସମୟରେ  ଗରମ ପାଣି ନୁହେଁ ବରଂ ଟିକେ ନଖ ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ। 

 

3/5

ଯଦି ଆପଣ ବାରମ୍ବାର ଗରମ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ନିଦରେ ସମସ୍ୟା ସୃଷ୍ଟି କରିପାରେ । ଅତ୍ୟଧିକ ଗରମ ପାଣି ପିଇଲେ ନିଦ୍ରାହୀନତା ଦେଖାଦେଇଥାଏ।

4/5

ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା କିଡନୀକୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଅସୁବିଧା ହୋଇଥାଏ । ଅର୍ଥାତ୍ ଅଧିକ ଗରମ ପାଣି ପିଇଲେ ଏହା କିଡନୀକୁ କ୍ଷତି ପହଞ୍ଚାଇଥାଏ।

5/5

ପାଟିର ଅଲସର ସବୁଠାରୁ ସାଧାରଣ ସମସ୍ୟା, କିନ୍ତୁ ଯେତେବେଳେ ଏହି ସମସ୍ୟା ବଢିଯାଏ, ଏହା ବହୁତ ଅସୁବିଧା ସୃଷ୍ଟି କରିଥାଏ। ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ପାଟିରେ ଅଲସର ହୋଇପାରେ । ଯେତେବେଳେ ଫାଟିଯାଏ, କିଛି ଖାଇହୁଏ ନାହିଁ, ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।