Advertisement
Photo Details/zeeodisha/odisha1971113
photoDetails0hindi

December Release: ଡିସେମ୍ବରରେ ଧମାଲ କରିବ ଏହିସବୁ ହାଇ ବଜେଟ ଫିଲ୍ମ, ଦେଖିନିଅନ୍ତୁ ଫଟୋ ସହ ରିଲିଜ୍ ଡେଟ୍

December Release: ନଭେମ୍ବର ଶେଷ ହେବାକୁ ବସିଛି । ହେଲେ ନଭେମ୍ବର ମାସରେ ବଲିଉଡ ଫିଲ୍ମ ଟାଇଗର ଥ୍ରୀକୁ ଛାଡ଼ିଦେଲେ ସେମିତି କିଛି ମନମୁତାବକ ଭଲ ଫିଲ୍ମ ରିଲିଜ ହୋଇନାହିଁ। ସେପଟେ କିନ୍ତୁ ଟାଇଗର ଥ୍ରୀ ବକ୍ସ ଅଫିସରେ ମାଡ଼ ଖାଇଛି। ହେଲେ ଡିସେମ୍ବର ମାସ ୨୦୨୩ ବର୍ଷର ଶେଷ ମାସ । ସେଥିପାଇଁ ସାଉଥ୍ ଡାଇରେକ୍ଟରଙ୍କ ଠାରୁ ଆରମ୍ଭ କରି ବଲିଉଡ ଡାଇରେକ୍ଟର ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଏଥିରେ ସନ୍ଦେହ ନାହିଁ ଯେ, ମୁଭି ଲଭର୍ସ ପାଇଁ ଡିସେମ୍ବର ମାସ ଖୁବ ଖାସ୍ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ଫିଲ୍ମ କେବେ ରିଲିଜ ହେବାକୁ ଯାଉଛି। 

 

1/5

ଡିସେମ୍ବର ୧ରେ ସିନେମା ଘରେ ରିଲିଜ ହେବାକୁ ଯାଉଛି ବଲିଉଡ ଫିଲ୍ମ 'ଆନିମଲ୍' (Animal)  । ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର କପୁର ଓ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା। କବୀର ସିଂ ଫେମ୍ ରେଡ୍ଡି ବାଙ୍ଗା 'ଆନିମଲ୍'ର ଡାଇରେକସନ ଦେଇଛନ୍ତି। ଏହି ଫିଲ୍ମର ବଜେଟ୍ ହେଉଛି ଶହେ କୋଟି ରୁ ଅଧିକ ବୋଲି କୁହାଯାଉଛି।

2/5

ଚଳିତ ବର୍ଷ କିଙ୍ଗ ଖାନ୍ ଶାହାରୁଖଙ୍କ ତୃତୀୟ ଫିଲ୍ନ 'ଡନ କୀ' (Dunki) ଖୁବଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଏହି ଫିଲ୍ମ ଡିସେମ୍ବର ୨୨ରେ ସିନେମା ହଲରେ ରିଲିଜ ହେବ। ଏହାର ବଜେଟ୍ ୧୫୦ କୋଟି ବୋଲି କୁହାଯାଉଛି।

3/5

ପ୍ରଭାସଙ୍କ ଫିଲ୍ମ 'ସାଲାର୍'(Salaar) କୁ ନେଇ ଫ୍ୟାନ୍ସ ମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ରିଲିଜ୍ ତାରିଖକୁ ଅନେକ ଥର ସ୍ଥଗିତ ରଖିବା ପରେ ସାଲାର ବର୍ତ୍ତମାନ ୨୨ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡନ କୀ ଏବଂ ସାଲାର୍ ବକ୍ସ ଅଫିସରେ ମୁହାଁମୁହିଁ ହେବେ।

4/5

ଲୋକପ୍ରିୟ ହଲିଉଡ ଚଳଚ୍ଚିତ୍ର ମଧ୍ୟରୁ 'ଆକ୍ୱାମ୍ୟାନ୍ ଦ ଲାଷ୍ଟ କିଙ୍ଗଡମ୍' (Aquaman and the Lost Kingdom) ଅନ୍ୟତମ। ଏହାର ପାର୍ଟ ଟୁ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। 'ଆକ୍ୱାମାନ୍ ୨'ର ଟ୍ରେଲର ବାହାରିବା ପରଠାରୁ ଦର୍ଶକମାନେ ଏହାକୁ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମ ୨୨ ଡିସେମ୍ବରରେ ମୁକ୍ତିଲାଭ କରୁଛି ।

 

5/5

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କ୍ୟାପଟେନ ମିଲରଙ୍କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଫ୍ୟାନ୍ସ। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୧୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ପାଖାପାଖି ୫୦ କୋଟି ବୋଲି କୁହାଯାଉଛି।