Advertisement
Photo Details/zeeodisha/odisha1499191
photoDetails0hindi

Bharat Jodo Yatra In Delhi: କୋରୋନା ଭୟ ପରେ ବି ରାଜଧାନୀ ଦିଲ୍ଲୀରେ କଂଗ୍ରେସର 'ଭାରତ ଯୋଡୋ ଯାତ୍ରା'

Congress Bharat Jodo Yatra: 'ଭାରତ ଯୋଡୋ ଯାତ୍ରା' ହେଉଛି କଂଗ୍ରେସର ମିଶନ ୨୦୨୪ । ନିର୍ବାଚନ ପୂର୍ବରୁ ରାଜ୍ୟକୁ ରାଜ୍ୟ ବୁଲି ଲୋକଙ୍କ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ। ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୯ ଟି ରାଜ୍ୟ ଅତିକ୍ରମ କରିସାରିଛି । ଆଉ ଆଜି ଏହି ଯାତ୍ରା ଦିଲ୍ଲୀରେ ପହଞ୍ଚିଛି।

1/5

ଲାଲକିଲ୍ଲାରେ ଜନତାଙ୍କୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ । ରାଜଘାଟ ସମେତ ବିଭିନ୍ନ ସମାଧୀସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ । 'ଭାରତ ଯୋଡୋ ଯାତ୍ରା'ରେ ଅଭିନେତା ତଥା ଏମକେଏମ ଅଧ୍ୟକ୍ଷ କମଲ ହାସନ ଯୋଗଦେଇପାରନ୍ତି ।

2/5

ଦିଲ୍ଲୀରେ ପ୍ରାୟ ୪୦ରୁ ୫୦ହଜାର ଲୋକ ଭାରତ ଯୋଡା ଯାତ୍ରାରେ ସାମିଲ ହୋଇଛନ୍ତି । ଆସନ୍ତାକାଲିଠୁ ୯ଦିନ ଯାଏ ଯାତ୍ରା ବନ୍ଦ ରହିବ । ୨ ଜାନୁଆରୀରୁ ପୁଣି ପଦଯାତ୍ରା ଆରମ୍ଭ ହେବ। 

3/5

୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୯ ଟି ରାଜ୍ୟ ଅତିକ୍ରମ କରିସାରିଛି । ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ରାଜସ୍ଥାନ ଓ ହରିୟାଣାରେ ସରିଛି ଭାରତ ଯୋଡୋ ଯାତ୍ରା । 

4/5

ଅନ୍ୟପଟରେ ରାଜସ୍ଥାନର ସୱାଇ ମାଧୋପୁର ଅନ୍ତର୍ଗତ ଭଦୋଟୀରୁ ‘ଭାରତ ଯୋଡ଼ୋ ଯାତ୍ରା’ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ସ୍ବଳ୍ପସମୟ ପାଇଁ ଏଥିରେ ଯୋଗ ଦେଇଥିଲେ।

 

5/5

'ଭାରତ ଯୋଡୋ ଯାତ୍ରା' ହେୁଛି ଅନ୍ଧକାରରୁ ଆଲୋକ ଆଡ଼କୁ ନେଇ ଯିବାର ଯଜ୍ଞ । ଏହି ଯାତ୍ରାକୁ ସ୍ବାଗତ କରିବା ନିମନ୍ତେ ଥଣ୍ଡାରେ ପ୍ରତୀକ୍ଷାରତ ‌ଲୋକେ ନିଜ ନିଜ ଉପସ୍ଥିତିକୁ ଏହି ଯଜ୍ଞରେ ଆହୂତି ଦେଉଛନ୍ତି। ଦେଶ ରକ୍ଷା କରିବାର ଯଜ୍ଞ ବୋଲି କଂଗ୍ରେସ କହିଛି।